ସୃଷ୍ଟି ହେଲା ଲଘୁଚାପ, ୨୪ରେ ଅବପାତ

0 549

ଭୁବନେଶ୍ୱର,(ରିପୋଟର୍ସ ପେନ୍‌): ଗତକାଲିର ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଦକ୍ଷିଣପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ତତସଂଲଗ୍ନ ଉତ୍ତରତାମିଲନାଡୁ -ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮କିମି ଯାଏଁ ବ୍ୟାପିଛି l ଏହା ଉତ୍ତରପୂର୍ବ ଦିଗରେ ଗତିକରିବା ସହ ୨୪ତାରିଖ ସକାଳ ସମୟରେ କେନ୍ଦ୍ରୀୟବଙ୍ଗୋପସାଗର ଅଞ୍ଚଳରେ ଏକ ଅବାପାତରେ ପରିଣତ ହେବାର ସମ୍ଭାବନା ରହିଛି l ପରବର୍ତ୍ତୀ ଏହା ଗତିର ଦିଗ ଉତ୍ତରପୂର୍ବ ଦିଗରେ ବଜାଇ ରଖିବା ସହ ଆହୁରି ଘନୀଭୂତ ହେବାର ସମ୍ଭାବନା ରହିଛି l

ଅବପାତର ରୂପ ନେବ।  ପରେ ଉତ୍ତର ପୂର୍ବ ଦିଗକୁ ଗତି କରିବା ସହ  ଅଧିକ ଘନୀଭୂତ ହେବାର ସମ୍ଭାବନା ରହିଛି।  ଏହାର ପ୍ରଭାବର ସମୁଦ୍ର ଅଶାନ୍ତ ରହିବା ସହ ୨୩ ତାରିଖରୁ  ଦକ୍ଷିଣ ଏବଂ କେନ୍ଦ୍ରୀୟ  ବଙ୍ଗୋପସାଗରକୁ  ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବାତ୍ୟା ନେଇ ପାଣିପାଗ ବିଭାଗ ପକ୍ଷରୁ ଏଯାବତ୍ କୌଣସି ଆକଳନ କରାଯାଇନାହିଁ।  ବାତ୍ୟା ନୁହେଁ ଲଘୁଚାପ କେବଳ  ଅବପାତର ରୂପ ନେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ବିଶେଷଜ୍ଞ କହିଛନ୍ତି। 

ସେପଟେ, ରାଜ୍ୟରେ ୪ ଦିନ କାଳବୈଶାଖି ବର୍ଷା ନେଇ ଓ୍ବାର୍ଣ୍ଣିଂ ଥିବା ବେଳେ  ଆଉ ୨୪ ଘଣ୍ଟା ତାତି ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆଜି  ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି, କନ୍ଧମାଳ, ରାୟଗଡା ଓ କଳାହାଣ୍ତି ଜିଲ୍ଲାକୁ  ବିଜୁଳି ଘଡ଼ଘଡି ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରିଛି  ବିଭାଗ । ସେହିପରି, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ ଓ ଗଜପତି ଜିଲ୍ଲାକୁ ଗ୍ରୀଷ୍ମ ପ୍ରଭାବ ନେଇ ୟେଲୋ ଆଲର୍ଟ ଜାରି ହୋଇଛି। 

ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ମୁତାବକ, ଗୁରୁବାର ଠାରୁ ରାଜ୍ୟରେ ତାତି କମିବ।  ଉପକୂଳ ଓଡି଼ଶାର ବିଭିନ୍ନ ସ୍ଥାନରେ  ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ପୁରୀ, ଖୋର୍ଦ୍ଧା, ନୟାଗଡ, ଗଂଜାମ, ଗଜପତି,କନ୍ଧମାଳ,ରାୟଗଡା ଓ କଳାହାଣ୍ତି ଜିଲ୍ଲାକୁ  ବିଜୁଳି ଘଡ଼ଘଡି଼ ବର୍ଷା ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି। ଶୁକ୍ରବାର  ଦକ୍ଷିଣ ଓଡ଼଼ିଶାର  ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ  ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ୨୫ ତାରିଖ ବେଳକୁ ରାଜ୍ୟରେ ଲଘୁଚାପ ସର୍ବାଧିକ ପ୍ରଭାବ ନଜରକୁ ଆସିବ।  ଉପକୂଳବର୍ତ୍ତି ଜିଲ୍ଲା ଗୁଡିକରେ ଘଣ୍ଟାପ୍ରତି ୩୦ ରୁ ୪୦ କିଲୋମିଟର ବେଗରେ ପବନ ସହ ମୟୂରଭଂଜ , କେନ୍ଦୁଝର, ଅନୁଗୁଳ ଓ ଢେଙ୍କାନାଳରେ  ବର୍ଷା ହେବ। ଏହାସହ ବାଲେଶ୍ବରରେ ଭାରି ବର୍ଷା ହେବା ନେଇ ସତର୍କ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy