କନ୍ୟା ରାଶିରେ ରହିବେ କେତୁ, ଏହି ରାଶିର ବ୍ୟକ୍ତିଙ୍କୁ ସକରାତ୍ମକ ଫଳ ଦେବ

0 326

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହ ଚଳନ ଦୃଷ୍ଟିରୁ ଏହି ବର୍ଷ ଅତ୍ୟନ୍ତ ଶୁଭ ହେବାକୁ ଯାଉଛି। କାରଣ ଚଳିତ ବର୍ଷ ଅନେକ ଗ୍ରହ ସେମାନଙ୍କର ଗତିବିଧିରେ ପରିବର୍ତ୍ତନ କରୁଛନ୍ତି । ଗ୍ରହ ଚଳନ ପ୍ରଭାବରେ କିଛି ରାଶି ନକ୍ଷତ୍ରର ବ୍ୟକ୍ତିବିଶେଷଙ୍କ ଜୀବନେରେ ପ୍ରଭାବ ଦେଖିବାକୁ ମିଳିବ ।

ଆପଣଙ୍କୁ କହିରଖିବାକୁ ଚାହୁଁ ଯେ, ଚଳିତ ବର୍ଷ କେତୁ ନିଜର ଗତିବିଧି ପରିବର୍ତ୍ତନ କରୁନାହାନ୍ତି । ୨୦୨୪ ମସିହାରେ କେତୁ କନ୍ୟାରେ ଅବସ୍ଥାନ କରିବେ । କେତୁ ଗତ ବର୍ଷ ଅର୍ଥାତ ୨୦୨୩ ଅକ୍ଟୋବର ୩୦ରେ ଯାହା ସ୍ଥିତି ବଦଳାଇଥିଲେ । ଜ୍ୟୋତିଷଙ୍କ ଅନୁଯାୟୀ, କେତୁଙ୍କର ଏହି ପ୍ରତ୍ୟାବର୍ତ୍ତନ କିଛି ରାଶିର ବ୍ୟକ୍ତିଙ୍କୁ ସକରାତ୍ମକ ଫଳ ଦେବ । କନ୍ୟାରେ ଚଳନ ସମୟରେ କେଉଁ ସବୁ ରାଶିଙ୍କୁ ଶୁଭଫଳ ମିଳିବ ଆସନ୍ତୁ ଜାଣିବା ।

କର୍କଟ
କର୍କଟ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ କେତୁଙ୍କ ପ୍ରଭାବ ଶୁଭ ହେବାକୁ ଯାଉଛି। ଆପଣ ନୂତନ କାର୍ଯ୍ୟରେ ସଫଳତା ହାସଲ କରିବେ । ଘରେ ପରିବାର ସଦସ୍ୟଙ୍କ ସହ ସମ୍ପର୍କ ମଜବୁତ ରହିବ । ବିଦେଶରେ ପଢିବାକୁ ଚାହୁଁଥିବା ବିଦ୍ୟାର୍ଥୀଙ୍କର ଇଚ୍ଛା ପୂରଣ ହୋଇପାରେ । ବ୍ୟବସାୟୀଙ୍କ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ତଥା ଲାଭଦାୟକ ବୋଲି ପ୍ରମାଣିତ ହେବ ।

ମେଷ
ମେଷ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିଛି । ଆର୍ଥିକ ସ୍ଥିତିରେ ଉନ୍ନତି ହେବ । ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବ । କିନ୍ତୁ ଖର୍ଚ୍ଚ କରିବା ସମୟରେ ଦେଖି ଚାହିଁ ଖର୍ଚ୍ଚ କରନ୍ତୁ ।

ବିଛା
କେତୁଙ୍କ ଚଳନ ବିଛା ରାଶି ପାଇଁ ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଇଥାଏ । ଏହି ସମୟରେ ବ୍ୟକ୍ତି ବ୍ୟବସାୟରେ ଏକ ବଡ ଡିଲ୍ କରିବାର ସୁଯୋଗ ପାଇବେ । ସମସ୍ତ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବ । ଆର୍ଥିକ ଅବସ୍ଥା ପୂର୍ବାପେକ୍ଷା ସୁଦୃଢ ହେବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy