ରାତିରେ ଶୋଇବା ପୂର୍ବରୁ ଏହି କାମ କରନ୍ତୁ, ମା’ଲକ୍ଷ୍ମୀ ହେବେ ପ୍ରସନ୍ନ

0 400

ମା’ ଲକ୍ଷ୍ମୀ ହେଉଛନ୍ତି ଧନ ଓ ସମୃଦ୍ଧିର ଦେବୀ । ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିଲେ ଘରକୁ ଧନ ସମ୍ପତି ଆସିବା ସହିତ ସୌଭାଗ୍ୟ ମଧ୍ଯ ଆସିଥାଏ । ତେବେ ବାସ୍ତୁଶାସ୍ତ୍ର ଅନୁସାରେ ଏଭଳି କିଛି ନିୟମ ରହିଛି ଯାହାକୁ ଅନୂସରଣ କଲେ ଧନବୃଦ୍ଧି ହୋଇଥାଏ । ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ । ରାତିରେ ଶୋଇବା ପୂର୍ବରୁ ଏଭଳି କିଛି କରିବା କଥା ଯାହା ମା’ ଲକ୍ଷ୍ମୀଙ୍କୁ ସନ୍ତୁଷ୍ଠ କରିବ । ଆସନ୍ତୁ ଜାଣିବା କ’ଣ ସବୁ ସେହି ନିୟମ.. 

ମୁଖ୍ୟ ପ୍ରବେଶଦ୍ୱାରକୁ ସଫା ରଖନ୍ତୁ 

ରାତିରେ ଶୋଇବା ପୂର୍ବରୁ ଘରର ମୁଖ୍ୟ ଦ୍ୱାରକୁ ପରିସ୍କାର କରନ୍ତୁ । ମୁଖ୍ୟ ପ୍ରବେଶ ଦ୍ୱାର ଦେଇ ରାତ୍ରକାଳରେ ଲକ୍ଷ୍ମୀ ଘରକୁ ଆସନ୍ତି ବୋଲି ଧର୍ମୀୟ ବିଶ୍ୱାସ ରହିଛି । ଘରର ମୁଖ୍ୟ ଦ୍ୱାରା ଅପରିଷ୍କାର ଥିଲେ ଲକ୍ଷ୍ମୀ ଫେରି ପଳାଇବେ । ତେଣୁ ନିୟମିତ ଭାବେ ରାତିରେ ଘରର ମୁଖ୍ୟ ଦ୍ୱାରକୁ ସଫା କରନ୍ତୁ । 

ଠାକରୁ ଘରକୁ ଆଲୋକିତ କରନ୍ତୁ 

ରାତିରେ ଶୋଇବା ପୂର୍ବରୁ ଆମ ସମସ୍ତଙ୍କର ଆଲୁଅ ଲିଭାଇବା ଅଭ୍ଯାସ ରହିଛି । ଏହା ଭଲ ଅଭ୍ଯାସ କିନ୍ତୁ ଠାକୁର ଘରକୁ କେବେ ମଧ୍ଯ ପୂର୍ଣ୍ଣ ଅନ୍ଧକାରରେ ରଖନ୍ତୁ ନାହିଁ । ଠାକୁର ଘର ଆଲୁଅକୁ ଲଗାଇ ରଖନ୍ତୁ କିମ୍ବା ଛୋଟ ଘିଅ ଦୀପ ଜଳାଇ ରଖନ୍ତୁ । ଅଧିକ ଭୋଲ୍ଟାଜର ଆଲୁଅ ନହେଲେ କମ ଭୋଲଟାଜର ଆଲୋକ ହେଉ ପଛେ ଠାକୁର ଘରେ ନିୟମିତ ଜାଳନ୍ତୁ । କେବେ ମଧ୍ଯ ଠାକୁର ଘରକୁ ଅନ୍ଧକାର କରନ୍ତୁ ନାହିଁ । 

ରାତିରେ ଝାଡ଼ୁକୁ ଠିଆ କରି ରଖନ୍ତୁ ନାହିଁ 

ରାତିରେ ଶୋଇବାକୁ ଯିବା ପୂର୍ବରୁ ଘରେ ଝାଡ଼ୁ କେମିତି ରଖାଯାଇଛି ତାହା ଦେଖି ନିଅନ୍ତୁ । ଝାଡୁକୁ କେବେ ମଧ୍ଯ ଠିଆ କରି ରଖନ୍ତୁ ନାହିଁ । ଝାଡୁରେ ଯେମିତି ଗୋଡ଼ ନବାଜିବ ତାହା ଧ୍ୟାନରେ ରଖନ୍ତୁ । କାରଣ ଝାଡ଼ୁରେ ଗୋଡ଼ ବାଜିଲେ ମାତା ଲକ୍ଷ୍ମୀ ଅପ୍ରସନ୍ନ ହୁଅନ୍ତି 

ଉତ୍ତର ଦିଗକୁ ସଫା ରଖନ୍ତୁ 

ଘରର ଉତ୍ତର ଦିଗରେ କୁବେର ବାସ କରନ୍ତି । କୁବେର ହେଉଛନ୍ତି ଧନର ଦେବତା । ତେଣୁ ରାତିରେ ଶୋଇବାକୁ ଯିବା ପୂର୍ବରୁ ଉତ୍ତର ଦିଗକୁ ସଫା କରନ୍ତୁ । ଉତ୍ତର ଦିଗ ସଫା ରହିଲେ କୁବେର ପ୍ରସନ୍ନ ରହିବେ । ଘରକୁ ଧନ ଆସିବ । 

ଠିକ ଦିଗରେ ଶୁଅନ୍ତୁ 

ରାତିରେ ଶୋଇବା ବେଳେ ଆପଣଙ୍କ ମୁଣ୍ଡ ଯେମିତି ଦକ୍ଷୀଣ ଦିଗରେ ଓ ପାଦ ଉତ୍ତର ଦିଗରେ ରହିବ ତାହାକୁ ଧ୍ୟାନରେ ରଖନ୍ତୁ ।ଏଭଳି କରିବା ଦ୍ୱାରା ଘରକୁ ସମ୍ପଦ ଆସେ । 

ପୂଜାଘରୁ ବାସି ଫୁଲ ହଟାନ୍ତୁ 

ରାତିରେ ଶୋଇବାକୁ ଯିବା ପୂର୍ବରୁ ଠାକୁର ଘରୁ ବାସି ଫୁଲ ହଟାଇ ଦିଅନ୍ତୁ । ଠାକୁର ଘରେ ବାସି ଫୁଲ ରହିବା ଦ୍ୱାରା ନକରାତ୍ମକ ଶକ୍ତିଙ୍କ ପ୍ରଭାବ ବଢିଥାଏ । ଯାହାଦ୍ୱାରା ସୁଖ  ସମୃଦ୍ଧି ପ୍ରଭାବିତ ହୋଇଥାଏ । 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy