ଆର୍ଥିକ ସଙ୍କଟ ଦୂର କରିବ ଏହି ଉପାୟ, ଜାଣନ୍ତୁ

0 302

ହିନ୍ଦୁ ଧର୍ମରେ ମାଆ ଲକ୍ଷ୍ମୀଙ୍କୁ ଧନର ଦେବୀ ଭାବେ ବିବେଚନା କରାଯାଇଥାଏ । ଯେଉଁ ବ୍ୟକ୍ତି ମାଆ ଲକ୍ଷ୍ମୀକୁ ପୂଜା ଓ ଶ୍ରଦ୍ଧା ମାଧ୍ୟମରେ ସନ୍ତୁଷ୍ଟ କରିଥାଏ ତା’ ଜୀବନରେ ଆର୍ଥିକ ସଙ୍କଟ ଦୂର ହୋଇଥାଏ । ଜ୍ୟୋତିଷ ଶାସ୍ତ୍ରରେ, ଦେବୀ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ସହ ଧନ ଲାଭ ନେଇ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି କି ତାଙ୍କ ପରିବାର ଉପରେ ମାଆ ଲକ୍ଷ୍ମୀଙ୍କ ଆଶୀର୍ବାଦ ଓ କୃପା ସଦା ସର୍ବଦା ରହିଥାଉ । ତେଣୁ ଶୁକ୍ରବାର ଦିନକୁ ମାଆ ଲକ୍ଷ୍ମୀଙ୍କୁ ଉତ୍ସର୍ଗ କରାଯାଇଛି। ଏହି ଦିନ ମାଆ ଲକ୍ଷ୍ମୀଙ୍କ ପୂଜା କରିବା ସହ କିଛି ବିଶେଷ ଉପାୟ କଲେ ଧନର ଦେବୀଙ୍କ ଆଶିଷ ଲାଭ ହୋଇଥାଏ ।

ଜ୍ୟୋତିଷ ଶାସ୍ତ୍ରରେ ଅନୁଯାୟୀ, ଶୁକ୍ରବାର ଦିନ ରାତିରେ କିଛି ବିଶେଷ ଗୁପ୍ତ ଉପାୟ କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି । ଯଦି ଆପଣ ଆର୍ଥିକ୍ ସଙ୍କଟରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତାହାଲେ ଶୁକ୍ରବାର ରାତିରେ ଏହି ଗୁପ୍ତ ଉପାୟ ଆପଣାନ୍ତୁ । ଏହା କରିବା ଦ୍ବାରା ଧନର ଦେବୀ ପ୍ରସନ୍ନ ହେବା ସହ ଜୀବନରେ ଲାଗି ରହିଥିବା ଆର୍ଥିକ ସମସ୍ୟା ଦୂର ହୋଇଥାଏ ।  ତେବେ ଆସନ୍ତୁ ଜାଣିବା ଏହି ବିଶେଷ ଉପାୟ ବିଷୟରେ ।

କରନ୍ତୁ ଏହି ସବୁ ବିଶେଷ ଉପାୟ

ଶାସ୍ତ୍ରରେ, ସପ୍ତାହର ସାତ ଦିନକୁ ଭିନ୍ନ ଭିନ୍ନ ଦେବୀ ଦେବତାଙ୍କୁ ଉତ୍ସର୍ଗ କରାଯାଇଛି । ତେଣୁ ଏହି କ୍ରମରେ ଶୁକ୍ରବାର ଦିନ ମାଆ ଲକ୍ଷ୍ମୀଙ୍କୁ ସର୍ମପିତ। ଏହି ଦିନ ରାତିରେ ଦେବୀ ଲକ୍ଷ୍ମୀଙ୍କ ଅଷ୍ଟମ ରୂପକୁ ପୂଜା କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶୁକ୍ରବାର ଦିନ ରାତିରେ ଦୀପ, ଧୂପ ସହ ଗୋଲାପ ଫୁଲ ଅର୍ପଣ କରିବା ଦ୍ବାରା ମାଆ ପ୍ରସନ୍ନ ହୋଇଥାଆନ୍ତି ।

ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ, ଏହି ଦିନ ରାତିରେ ଲକ୍ଷ୍ମୀଙ୍କ ମନ୍ତ୍ର ୧୦୮ ଥର ଜାପ କରନ୍ତୁ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନ ଦେବୀଙ୍କ କୃପା ଲାଭ ହୋଇଥାଏ । ଏହି ପ୍ରତିକାର ଦ୍ୱାରା ବ୍ୟକ୍ତିର ଜୀବନରେ ଥିବା ଆର୍ଥିକ ସମସ୍ୟା ଦୂର ହୋଇଯାଏ ।

ଏକ ଗୋଲାପୀ ରଙ୍ଗର କପଡ଼ାରେ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କ ଫଟୋ ରଖି ପୂଜା କରନ୍ତୁ । ଏପରି କରିବା ଦ୍ବାରା ବ୍ୟବସାୟରେ ଲାଗି ରହିଥିବା ସମସ୍ୟା ଦୂର ହେବା ସହ ଆର୍ଥିକ ସ୍ଥିତି ମଜଭୁତ ହୋଇଥାଏ । 

ମାଆ ଲକ୍ଷ୍ମୀଙ୍କୁ ପୁଷ୍ପ ଅର୍ପଣ କରି ଲକ୍ଷ୍ମୀ ମନ୍ତ୍ର ଜାପ କରନ୍ତୁ । ଏପରି କରିବା ଦ୍ବାରା ସମସ୍ତ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହି ମନ୍ତ୍ର ଜପ କରିବା ଦ୍ୱାରା ଧନର ଦେବୀଙ୍କ କୃପା ଲାଭ ହୋଇଥାଏ । ଜୀବନରେ ଥିବା ଆର୍ଥିକ୍ ସମସ୍ୟା ମଧ୍ଯ ଦୂର ହୋଇଯାଏ ।

କୁହାଯାଏ, ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପାଇବାକୁ ହେଲେ ଭଗବାନ ବିଷ୍ଣୁଙ୍କୁ ପୂଜା କରିବା ଉଚିତ୍ । ତେଣୁ ଶୁକ୍ରବାର ରାତିରେ ଦକ୍ଷିଣ ମୁହାଁ ହୋଇଥିବା ଶଙ୍ଖରେ ପାଣି ଭର୍ତ୍ତି କରି ଭଗବାନ ବିଷ୍ଣୁଙ୍କ ଅଭିଷେକ କରନ୍ତୁ । ଏପରି କରିବା ଦ୍ବାରା ମାଆ ଲକ୍ଷ୍ମୀ ପ୍ରସନ୍ନ ହୋଇଥାଆନ୍ତି ।

ଧନ ଲାଭ ଓ ଆର୍ଥିକ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଶ୍ରୀ ଯନ୍ତ୍ର ଓ ଅଷ୍ଟ ଲକ୍ଷ୍ମୀଙ୍କୁ ଚନ୍ଦନ ଲଗାଇ ଜଳରେ ଅଭିଷେକ କରନ୍ତୁ । ଏହି ପ୍ରତିକାର କରିବା ଦ୍ବାରା ଜୀବନରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇଥାଏ ।

(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy