ସୂର୍ଯ୍ୟ-ବୁଧ ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବେ

0 204

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ଗ୍ରହମାନଙ୍କର ରାଜକୁମାର ବୁଧ ବର୍ତ୍ତମାନ ଧନୁ ରାଶିରେ ବିରାଜମାନ ଅଛନ୍ତି । ଜୁଲାଇ ୧୪ ତାରିଖ ସକାଳ ୭ଟା ୪୫ ମିନିଟ୍ ସମୟରେ ସେହି ରାଶିକୁ ସୂର୍ଯ୍ୟଦେବ ଚଳନ କରିବେ। ଗୋଟିଏ ରାଶିରେ ସୂର୍ଯ୍ୟ- ବୁଧଙ୍କ ମିଳନ ବୁଧ-ସୂର୍ଯ୍ୟ ୟୁତି ବା ଦୁର୍ଲଭ ସଂଯୋଗ ସୃଷ୍ଟି କରୁଛି। ସୂର୍ଯ୍ୟଙ୍କୁ ଶକ୍ତିର ମୁଖ୍ୟ ଉତ୍ସ ବୋଲି ବିବେଚନା କରାଯାଉଥିବା ବେଳେ ବୁଧଙ୍କୁ ଅର୍ଥ,ବ୍ୟବସାୟ ଓ ବକ୍ତବ୍ୟର କାରକ ବୋଲି ବିବେଚନା କରାଯାଏ। ଏହି ୨ ଗ୍ରହଙ୍କ ମିଳନ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ତେବେ,ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ…

ଧନୁ ରାଶି: ଏହି ଦୁର୍ଲଭ ସଂଯୋଗ ଧନୁ ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ଏହି ରାଶିର ତୃତୀୟ ଘରେ ସୂର୍ଯ୍ୟଙ୍କ ଗୋଚର ହେବାକୁ ଯାଉଛି । ଏହି ଅବଧି ମଧ୍ୟରେ ନୂଆ ଚାକିରୀ ମିଳିବାର ସମ୍ଭାବନା ରହିଛି। ବିଶେଷକରି, କ୍ୟାରିୟରରେ ଅଧିକ ଉନ୍ନତି କରିବେ । ଏପରିକି, ଚାକିରି କରୁଥିବା ଲୋକଙ୍କ ପଦୋନ୍ନତି ନେଇ ଯୋଗ ରହିଛି । କାର୍ଯ୍ୟ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟାମାନ ଦୂର ହେବା ସହ ଦରମା ବୃଦ୍ଧି ହେବ। ପ୍ରତ୍ୟକ କାର୍ଯ୍ୟରେ ପରିବାର ସଦସ୍ୟଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ବିଶେଷ କରି, ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିଛି। ଭଗବାନ୍ ସୂର୍ଯ୍ୟ ଓ ବୁଧଙ୍କ କୃପାରୁ ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ।  ଆକସ୍ମିକ ଧନଲାଭର ଯୋଗ ରହିଛି। ଦୂରଯାତ୍ରା ମଙ୍ଗଳମୟ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ। 

କନ୍ୟା ରାଶି: ସୂର୍ଯ୍ୟ- ବୁଧଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ସୁନାପରି ଚମକିବ। ଏହି ଅବଧି ମଧ୍ୟରେ,ବିଶେଷକରି ଯେଉଁମାନ କଳା, ସାହିତ୍ୟ ଓ ରିସର୍ଚ୍ଚ କ୍ଷେତ୍ରରେ ଜଡି଼ତ ଅଛନ୍ତି । ସେମାନଙ୍କୁ ଶୁଭଫଳ ମିଳିବ। ଏପରିକି, ଚାକିରି କରୁଥିବା ଲୋକେ ପଦୋନ୍ନତି ନେଇ ବାଟ ଫିଟିବ। ବ୍ୟବସାୟରେ ଲାଭ ମିଳିବା ସହ କୌଣସି ନୂତନ ବ୍ୟବସାୟ ମଧ୍ୟ ଆରମ୍ଭ କରିପାରନ୍ତି। ଜଣେ ବନ୍ଧୁଙ୍କ ଠାରୁ ଆର୍ଥିକ ଲାଭ ପାଇ ମନ ଖୁସି ରହିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ସୁଦୃଢ ହେବ। ସମ୍ପତ୍ତି କ୍ରୟ ଏବଂ ବିକ୍ରୟ କରିବାରେ ଲାଭ ଅଧିକ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ପ୍ରେମ ଜୀବନରେ ମଧୁରତା ଭରିଯିବ। ଏପରିକି ଭାଙ୍ଗି ଯାଇଥିବା ପ୍ରେମ ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ନିଜ ଜୀବନ ସାଥୀଙ୍କ ସହ ଲଙ୍ଗ୍ ଡ୍ରାଇଭ୍ ରେ ଯାଇପାରନ୍ତି। କିନ୍ତୁ ସ୍ବାସ୍ଥ ଜନିତ ସମସ୍ୟା ଦେଖାଦେଇପାରେ। ତେଣୁ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। 

ସିଂହ ରାଶି:  ସୂର୍ଯ୍ୟ ଓ ବୁଧଙ୍କ ଆର୍ଶିବାଦରୁ ଏହି ରାଶିର ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। କାହିଁକିନା ସୂର୍ଯ୍ୟଦେବ ଏହି ରାଶିର ପ୍ରଭୁ ଅଟନ୍ତି। ବିଶେଷକରି, ପ୍ରେମ ଜୀବନରେ ପୂର୍ବ ଅପେକ୍ଷା ସୁଧାର ଆସିବ। ପ୍ରେମ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। ଭଲ ପାଉଥିବା ସାଥୀଙ୍କ ସହ ବିବାହ ସ୍ଥିର ହୋଇପାରେ। ଚାକିରି ସନ୍ଧାନରେ ଥିବା ଲୋକମାନଙ୍କୁ ନୂତନ ଚାକିରି ନେଇ ଭଲ ଅଫର ମିଳିପାରେ।  ଏହା ସହିତ କାର୍ଯ୍ୟାଳୟରେ ଆପଣଙ୍କୁ କିଛି ବଡ଼ ଦାୟିତ୍ବ ମିଳିପାରେ। ଆର୍ଥିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଦୂର ହେବ। ପୁରୁଣା ବିନିଯୋଗରୁ ଲାଭ ପାଇବେ । କୋର୍ଟ କଚେରୀ ମାମଲାରେ ବିଜୟୀ ଲାଭ କରିବେ। ବ୍ୟବସାୟୀଙ୍କ ପାଇଁ ସମୟ ମଧ୍ୟ ବେଶ୍ ଅନୁକୂଳ ରହିଛି। 

​(Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି ।)

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy