ଜୟନାରାୟଣଙ୍କୁ ଗୋଡାଉଛି ୫-ଟି ଭୟ: ବିଜେଡି

0 98

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡିଶା ବିଜେପି ନେତା ଜୟନାରାୟଣ ମିଶ୍ର ତାଙ୍କ କିଡନୀ ଏବଂ ମାନସିକ ସମସ୍ୟାର ଚିକିତ୍ସା ପାଇଁ ଯାଇଥିଲେ । ତାଙ୍କର କିଡନୀ ଚିକିତ୍ସା ସଫଳ ହୋଇଥିବାବେଳେ ବୋଧହୁଏ ସେ ମାନସିକ ଚିକିତ୍ସାକୁ ଅଧାରେ ଛାଡି ଦେଇଛନ୍ତି । ତେଣୁ ସେ ପୁଣି ଥରେ ପାଗଳ ପରି କଥାବାର୍ତ୍ତା ଆରମ୍ଭ କରିଥିବା କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ୍ ମହାନ୍ତି ।

ଡକ୍ଟର ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ଏଥିରୁ ଜଣାପଡୁଛି ଯେ ୫ଟିର ଭୂତ ଏବେ ବି ତାଙ୍କୁ ଗୋଡାଉଛି ଏବଂ ଯେଉଁଠାରେ ସେ ୫ଟି ଦେଖୁଛନ୍ତି ସେଠାରେ ଖାଲି ୫ଟି ଜପ କରୁଛନ୍ତି । ସେ ଆଜିକାଲି ସୌମ୍ୟ ରଞ୍ଜନ ପଟ୍ଟନାୟକଙ୍କ ପାଇଁ ଜୋରରେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।

ଯଦି ସୌମ୍ୟ ରଂଜନ ପଟ୍ଟନାୟକ କହିବେ ଯେ, ସେ ବିଜେପିରେ ଯୋଗଦେବେ ତେବେ ଜୟନାରାୟଣ ମିଶ୍ର ଗୁରୁତର ଅବସାଦ ଓ ଭୟାତୁର ସ୍ଥିତି ଭିତରକୁ ଠେଲି ହୋଇଯିବେ । କାରଣ ସେ ଭଲଭାବେ ଜାଣନ୍ତି ଯେ, ଶ୍ରୀ ପଟ୍ଟନାୟକ ଓଡିଶା ବିଜେପିରେ ଥିବା ବେଳେ କିଭଳି ସବୁ କାର୍ଯ୍ୟ କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy