ନବଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟ ରଦ୍ଦି କାଗଜ: ସୁରେଶ ପୂଜାରୀ

0 181

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ନବଦାସ ହତ୍ୟାକାଣ୍ଡ ଘଟଣାର ଚାର୍ଜସିଟକୁ ରଦ୍ଦି କାଗଜ ବୋଲି କହିଲେ ବିଜେପି ସାଂସଦ ସୁରେଶ ପୂଜାରୀ । ନବଦାସଙ୍କ ହତ୍ୟା ଅଭିଯୁକ୍ତ ଗୋପାଳ ଦାସଙ୍କୁ କାଲି ତଳ କୋର୍ଟରେ ହାଜ଼ର କରାଯାଇଥିଲା । ଏହି ହତ୍ୟାକାଣ୍ଡ ଘଟଣାରେ ସମୟ ଅବଧି ଭିତରେ ୫୦୦ ପୃଷ୍ଠାର ଚାର୍ଜ ସିଟ ଦାଖଲ କରିଛି କ୍ରାଇମବ୍ରାଂଚ ।

ଏହି ହତ୍ୟାକାଣ୍ଡ ଘଟଣାରେ ୧୦୦ ଜଣ ସାକ୍ଷୀ ରହିଥିବାବେଳେ ୯୦ ଟି ଡକୁମେଣ୍ଟ ଚାର୍ଜସିଟରେ ଦାଖଲ ହୋଇଛି । ଗୋପାଳ ଦାସଙ୍କୁ ପାଗଳ ସଜାଇବା ପାଇଁ କ୍ରାଇମ ବ୍ରାଞ୍ଚ ୧୨୦ ଦିନ ସମୟ ନେଇଥିଲା ବୋଲି କହିଛନ୍ତି ସୁରେଶ ପୂଜାରୀ । ଏହାସହ ସାଂଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି ।ସୁରେଶ କହିଛନ୍ତିଏପର୍ୟ୍ୟନ୍ତ ଏହି ଘଟଣାରେ ଗୋପାଳ ଦାସଙ୍କ ମୋବାଇଲ ଟ୍ରାକ କରାଯାଇନାହିଁ । ଯାହାଫଳରେ ନବଦାସଙ୍କ ହତ୍ୟାର ତଦନ୍ତ ବାଟବଣା ହୋଇଛି । ହତ୍ୟାକାଣ୍ଡ ପୂର୍ବରୁ ଗୋପାଳ କାହା ସାଙ୍ଗରେ କଥା ହୋଇଥିଲେ ତାହାର ସବିଶେଷ ତଥ୍ୟ ନାହିଁ । ହତ୍ୟାକାଣ୍ଡର ୧୫ ଦିନ ପୂର୍ବର ଫୋନ ରେକର୍ଡ କାହିଁକି ସଂଗ୍ରହ କରାଗଲାନି ବୋଲି ପ୍ରଶ୍ନ କରିଛନ୍ତି ସୁରେଶ । ଏହାସହ ନବଦାସ ହତ୍ୟାକାଣ୍ଡରେ କ୍ରାଇମବ୍ରାଞ୍ଚ କୋର୍ଟକୁ ଦେଇଥିବା ତଥ୍ୟ ସଠିକ ନାହିଁ, ଏହା ଏକ ରଦ୍ଦି କାଗଜ ବୋଲି ସୁରେଶ କହିଛନ୍ତି । ଗୋପାଳକୁ ପାଗଳ କୁହାଯାଇଥିଲା, ତାହେଲେ ବନ୍ଧୁକ କାହିଁକି ଇସ୍ୟୁ ହେଲା । ୧୮ ରାଉଣ୍ଡ ଗୁଳି ଆସିଲା କିପରି । ଯଦି ୩ ରାଉଣ୍ଡ ଗୁଳି ଚାଲିଥିଲା ତାହେଲେ ଆଉ ଗୋଟିଏ ଖୋକା କୁଆଡେ ଗଲା । ନବଦାସଙ୍କ ରକ୍ତ ଜୁଡୁବୁଡୁ ସାର୍ଟ ଗଲା କୁଆଡେ । ବନ୍ଧୁକରୁ କେତେଦୂରରୁ ଗୁଳି ଚାଲିଛି ତାର ଗ୍ରାଫିକ୍ସ ପ୍ରେଜେଣ୍ଟଟେସନ ଚାର୍ଜ ସିଟରେ ନାହିଁ ।

ଯେଉଁ ଗୁଳି ନବଦାସଙ୍କ ଦେହରେ ବାଜିଥିଲା ତାକୁ ଏପର୍ୟ୍ୟନ୍ତ ଖୋଜି ପାଇନି ପୋଲିସ । ଗାଡିକୁ ତୁରନ୍ତ ଜବତ କରିଥିଲେ ଗୁଳି କୁଆଡେ ଗଲା ତାହା ସବୁଠୁ ବଡ ପ୍ରଶ୍ନବାଚୀ । ନବଦାସଙ୍କ ହତ୍ୟାରେ ଯେଉଁମାନେ ଲାଭ ପାଇଥାନ୍ତେ ସେମାନେ ଏହି ତଦନ୍ତରେ ବର୍ତ୍ତିଗଲେ ବୋଲି ସାଂସଦ ସୁରେଶ ପୂଜାରୀ କହିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy