ବିକ୍ଷୋଭ ବେଳେ କଂଗ୍ରେସ ଓ ବିଜେପି ମୁହାଁମୁହିଁ

0 223

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ଅପରାହ୍ଣରେ ବିକ୍ଷୋଭ ବେଳେ ମାଷ୍ଟରକ୍ୟାଣ୍ଟିନ ଛକରେ କଂଗ୍ରେସ ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଛନ୍ତି । ଦୁଇ ଦଳର ଛାତ୍ର ଓ ଯୁବ କର୍ମୀମାନେ ଢେଲା-ପଥର ମାଡ ସହ ଗୋବର ମାଡ କରାଯାଇଛି । ତେବେ ପ୍ରଥମେ କିଏ ଢେଲା-ପଥର ମାଡ କରିଥିଲା, ତାହାକୁ ନେଇ ଦୁଇ ଦଳ ମଧ୍ୟରେ କାଦୁଅ ଫିଙ୍ଗାଫିଙ୍ଗି ଆରମ୍ଭ ହୋଇଛି ।

ଗତକାଲି ସଂସଦରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ହିନ୍ଦୁକୁ ନେଇ ଦେଇଥିବା ବୟାନକୁ ନେଇ ବିଜେପି ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲା । ମାଷ୍ଟରକ୍ୟାଣ୍ଟିନ ଛକରେ ବିଜେପିର ଯୁବ ଓ ଛାତ୍ର ନେତା ଏବଂ କର୍ମୀମାନେ ରାହୁଲ ଗାନ୍ଧୀଙ୍କ ଫଟୋକୁ ନେଇ ସ୍ଲୋଗାନ ଦେଉଥିଲେ । ଏପରିକି କଂଗ୍ରେସ ବିରୋଧରେ ହୀନ ମନ୍ତବ୍ୟ ଦେଇଥିଲେ । ଏହି ସମୟରେ କଂଗ୍ରେସ ଭବନରେ ଥିବା ଯୁବ ଓ ଛାତ୍ର ନେତାମାନେ ଏହାକୁ ବିରୋଧ କରିଥିଲେ ।

ପରେ ଏହାକୁ ନେଇ ସେଠାରେ ହଙ୍ଗାମା ହୋଇଥିଲା । ଦୁଇ ଦଳ ପକ୍ଷରୁ ଢେଲା-ପଥର ମାଡ କରାଯିବା ସହ ଗୋବର ଫିଙ୍ଗା ଯାଇଥିଲା । ବେଶ କିଛି ସମୟ ପର୍ଯ୍ୟନ୍ତ ମାଷ୍ଟରକ୍ୟାଣ୍ଟିନ ଛକ ରଣକ୍ଷେତ୍ରରେ ପରିଣତ ହୋଇଥିଲା । ଏଥିରେ କିଛି କର୍ମୀ ଆହତ ମଧ୍ୟ ହୋଇଛନ୍ତି । ଖବରପାଇ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳକୁ ଆସି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ତେବେ କିଏ ପ୍ରଥମେ ଠେଲା ପଥର ମାଡ କରିଥିଲା, ତାହା ସ୍ପଷ୍ଟ ହୋଇନଥିବା ବେଳେ ବିଜେପି କଂଗ୍ରେସକୁ ଦୋଷାରୋପ କରିଛି । ସେପଟେ କଂଗ୍ରେସ ମଧ୍ୟ ବିଜେପି ହିଂସା ଘଟାଉଛି ଓ ଢେଲା ମାଡ କରିଥିବା କହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy