ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅପରାଧିଙ୍କ ସହିତ ଗୋଟିଏ ମଞ୍ଚରେ ବସିବା ଆଶ୍ଚର୍ଯ୍ୟଜନକ: ବିଜେଡି

0 210

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ. ପି. ନଡ୍ଡା ଓ ପ୍ରଦୀପ ପାଣିଗ୍ରାହୀଙ୍କୁ ଗୋଟିଏ ମଞ୍ଚରେ ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲି । ପ୍ରଦୀପ ପାଣିଗ୍ରାହୀ ଚାର୍ଜସିଟ୍ ହୋଇଥିବା ଜଣେ ଅପରାଧୀ ଯିଏ କି ଚାକିରି ପାଇଁ ଟଙ୍କା ଆଦାୟ କରି ଲୋକଙ୍କୁ ଠକିଛନ୍ତି । ସେ ଅନେକ ମାସ ଧରି ଜେଲରେ ଥିଲେ । କୋର୍ଟ ତାଙ୍କ ବିରୋଧରେ ଅଭିଯୋଗ ନିର୍ଦ୍ଧାରଣ କରିଥିବା କହିଛନ୍ତି ବିଜେଡିର ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ।

ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ବକ୍ତବ୍ୟ ଉପରେ ମନ୍ତବ୍ୟ ରଖି ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ମୁଁ ୨୩ ବର୍ଷ ଧରି ବିଜେପିରେ ଥିଲି । ମୁଁ ବିଜେପିରେ ଯୋଗ ଦେଇଥିଲି କାରଣ ମୁଁ ଭାବିଥିଲି ଯେ ଏହା ଏକ ଭିନ୍ନତା ଥିବା ଦଳ । ଚାକିରି ପାଇଁ ଟଙ୍କା ନେଇଥିବା ଠକେଇ ସମେତ ଦୁର୍ନୀତି ପାଇଁ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଆମେ ସମସ୍ତେ ଆନ୍ଦୋଳନ କରିଥିଲୁ । ମୁଁ ୨୩ ବର୍ଷ ଧରି ଦଳ ପାଇଁ ମୋର ରକ୍ତ ଏବଂ ଶ୍ରମ ଦେଇଥିଲି । ତେବେ ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଜଣେ ଅପରାଧୀଙ୍କୁ ଦଳ ଖୋଲା ହୃଦୟରେ ସ୍ୱାଗତ କରିବା ପରେ ମୁଁ ଆଶ୍ଚର୍ଯ୍ୟ ଓ ନିରାଶ ହୋଇଯାଇଥିଲି, ଯାହାଙ୍କ ବିରୋଧରେ ଆମେ ନିୟମିତ ଆନ୍ଦୋଳନ କରୁଥିଲୁ ।

ଏହା ଓଡ଼ିଶାର ବିଜେପି କର୍ମୀଙ୍କୁ ଚକିତ କରିବା ସହ ସେମାନଙ୍କୁ ନିରାଶ ମଧ୍ୟ କରିଛି । ଏବେ ଆପଣ କେମିତି କହିପାରିବେ ଯେ ବିଜେପି ଏକ ଭିନ୍ନତା ଥିବା ଦଳ । ଓଡିଆ ଅସ୍ମିତା କଥା କହିବାକୁ ଗଲେ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦେବଙ୍କ ଭଳି ଚାର୍ଜସିଟ୍‍ ହୋଇଥିବା ଅପରାଧୀଙ୍କୁ ବିଜେଡି ଦଳରୁ ବାହାର କରି ଦେଇଥିବା ବେଳେ ବିଜେପି ସେମାନଙ୍କୁ ଖୋଲାଖୋଲି କୋଳେଇ ନେଇଛି । ଏହା କ’ଣ ଓଡିଆ ଅସ୍ମିତାର ପ୍ରତୀକ କି ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି ।

ଏମାନେ କ’ଣ ବିଜେପିର ଓଡ଼ିଆ ଅସ୍ମିତାର ପୋଷ୍ଟର ବଏ ଯାହା ଦଳ ଓଡ଼ିଶାବାସୀଙ୍କୁ ଦେଖାଉଛି ? ବ୍ରହ୍ମପୁର ଓ ଓଡ଼ିଶାବାସୀ ହସୁଛନ୍ତି ଏବଂ ଓଡ଼ିଶା ବିଜେପି କର୍ମକର୍ତ୍ତାମାନେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଯେଉଁ ଦଳ ପାଇଁ ମୁଁ ମୋ ଜୀବନର ୨୩ ବର୍ଷ ଦେଇଥିଲି, ବିଜେପିର ଏଭଳି କପଟତା ଦେଖି ମୁଁ ଦୁଃଖିତ ଓ ନିରାଶ ହୋଇଥିଲି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy