ଗଣେଶଙ୍କ ପତ୍ନୀ ଓ ବୈବାହିକ ସ୍ଥିତି

0 433

ଗଣେଶଙ୍କ ପତ୍ନୀ ଓ ଗଣେଶଙ୍କ ବୈବାହିକ ସ୍ଥିତି ବିଷୟ ବିଭିନ୍ନ ପୌରାଣିକ ଗ୍ରନ୍ଥମାନଙ୍କରେ ଭିନ୍ନ ଭିନ୍ନ ଥାଏ ଓ ଏହା ପଣ୍ଡିତମାନଙ୍କର ସମୀକ୍ଷାକୁ ଖୋରାକ ଯୋଗାଏ । ତାଙ୍କର ଭିନ୍ନ ଭିନ୍ନ ପତ୍ନୀ ବିଷୟରେ ଲେଖାଥାଏ । ଏକ ପୌରାଣିକ ଗାଥାରେ ସେ ଅବିବାହିତ ବା ବ୍ରହ୍ମଚାରୀ ଥିବା ଲେଖାଅଛି । ଅନ୍ୟ କେତେକ କଥାରେ ତାଙ୍କର ବୁଦ୍ଧି (ବୁଝିବା ଶକ୍ତି), ସିଦ୍ଧି (ସାଫଲ୍ୟ) ଓ ରିଦ୍ଧି (ସମୃଦ୍ଧି) ନାମକ ତିନି ପତ୍ନୀ ଥିବା ଉଲ୍ଲେଖ ଅଛି ଓ ଏହି ତିନି ଗୁଣକୁ ମାନବୀକରଣ କରି ତିନି ପତ୍ନୀ ଭାବରେ ବର୍ଣ୍ଣନା କରାଯାଇଛି । ଅନ୍ୟ ଏକ ବୃତ୍ତାନ୍ତରେ କଳା ଓ ସଂସ୍କୃତିର ଦେବୀ ସରସ୍ୱତୀଙ୍କ ସ‌ହିତ ତାଙ୍କୁ ସଂଯୁକ୍ତ କରାଯାଇଛି । ବେଙ୍ଗଲରେ ତାଙ୍କୁ କଦଳୀ ବୃକ୍ଷ ସ‌ହିତ ଯୋଗସୂତ୍ର ଥିବା କୁହାଯାଏ । ସାଧାରଣତଃ ତାଙ୍କର ରଚନାତ୍ମକ ଶକ୍ତିକୁ ତାଙ୍କର ପତ୍ନୀ ଭାବରେ ଉପସ୍ଥାପନ କରାଯାଏ । ତାଙ୍କର ଏକ ପତ୍ନୀ ଥିବା ବା ଅନାମଧେୟ ଦାସୀ ପତ୍ନୀ ଥିବା ଦର୍ଶାଯାଏ ।

ଭାରତର ସ୍ଥାନୀୟ ପାର୍ଥକ୍ୟ ଦେଖିଲେ ଗଣେଶଙ୍କ ପତ୍ନୀ ବିଷୟରେ ବିଭିନ୍ନତାର ଉପସ୍ଥାପନ ବୁଝିହୁଏ । ଏହା ସ‌ହିତ ସେହି ଉପସ୍ଥାପନର ସମୟ ବା କାଳ, ଓ ପରମ୍ପରାକୁ ନେଇ ମଧ୍ୟ ପରିବର୍ତ୍ତିତ ହେଉଥିବା ସମ୍ଭାବନା ଅଧିକ ହୁଏ । ଲୋକମାନଙ୍କର ପୂଜା ଓ ଧ୍ୟାନ ପଦ୍ଧତି ଅନୁସାରେ ଓ ବିଭିନ୍ନ ପରମ୍ପରା ଅନୁସାରେ ତାଙ୍କୁ ଏକ ବାଳକ (ବାଳ ଗଣପତି) ବା ଏକ ତାନ୍ତ୍ରୀକ ଭଗବାନ ରୂପରେ ମଧ୍ୟ ପୂଜା କରାଯାଏ । 

ଗଣେଶ ପୁରାଣ ଓ ମୁଦଗଲ ପୁରାଣରେ ଗଣେଶଙ୍କର ଦୁଇ ପାଖରେ ସିଦ୍ଧି ଓ ବୁଦ୍ଧି ବସିଥିବା ଦେଖାଯାଏ । ଏହି ଦୁଇ ପୁରାଣରେ ସେମାନେ ଗଣେଶଙ୍କର ସ୍ୱାଭାବିକ ଅଂଶ ଭାବରେ ଦେଖାଯାଆନ୍ତି, ଓ ଥପନ ଅନୁସାରେ ଶକ୍ତି ପୂଜା ନିମନ୍ତେ ସେ କୌଣସି ବିଶେଷ ପୂଜା ଆବଶ୍ୟକ କରନ୍ତି ନାହିଁ । ଗଣେଶ ପୁରାଣ ଅନୁସାରେ ବ୍ରହ୍ମା ଗଣେଶଙ୍କୁ ସମ୍ମାନାର୍ଥେ ପୂଜା କରନ୍ତି ଓ ଏହି ସମୟରେ ବୁଦ୍ଧି ଓ ସିଦ୍ଧି ପ୍ରକାଶିତ ହୁଅନ୍ତି । ଗଣେଶ ତାଙ୍କୁ ପ୍ରସାଦ ଭାବରେ ଗ୍ରହଣ କରନ୍ତି । ଗଣେଶ ପୁରାଣ ଅନୁସାରେ ଗଣେଶଙ୍କୁ ଅନେକ ଦେବତା ଉପ‌ହାର ଦିଅନ୍ତି କିନ୍ତୁ ଏଠାରେ ତାହାର ବ୍ୟତିକ୍ରମ ଦେଖାଯାଏ, ବ୍ରହ୍ମା ତାଙ୍କର ମାନସରୁ ବୁଦ୍ଧି ଓ ସିଦ୍ଧି ଜାତ କରି ଗଣେଶଙ୍କୁ ଦେଇଛନ୍ତି ।

ଶିବ ପୁରାଣର ଏକ କାହାଣୀ ଅନୁସାରେ ପ୍ରଜାପତିଙ୍କର ସିଦ୍ଧି ଓ ବୁଦ୍ଧି ନାମକ ଦୁଇ ଝିଅଙ୍କୁ ବିବାହ କରିବା ନିମନ୍ତେ ଗଣେଶ ଓ ତାଙ୍କ ଭାଇ ସ୍କନ୍ଧଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହୋଇଥିଲେ ଯେଉଁଥିରେ ଗଣେଶ ବୁଦ୍ଧିମତ୍ତାରେ ଜିତିଥିଲେ । ଏହି କାହାଣୀ ଅନୁସାରେ ସିଦ୍ଧିଙ୍କ ଔରସରୁ କ୍ଷେମ (ସମୃଦ୍ଧି) ଓ ବୁଦ୍ଧିଙ୍କ ଔରସରୁ ଲାଭ ଜାତ ହୋଇଥିଲେ । ଉତ୍ତର ଭାରତରେ ଏହି କାହାଣୀରେ ପରିବର୍ତ୍ତନ ହୋଇ ଦୁଇ ପୁତ୍ରଙ୍କର ଶୁଭ ଓ ଲାଭ ନାମକରଣ ହୋଇଛି । ଶିବ ପୁରାଣ ଅନୁସାରେ ଗଣେଶଙ୍କ ଦୁଇ ପାଖରେ ବସିଥିବା ମହିଳାମାନେ ତାଙ୍କର ପତ୍ନୀ ନୁହନ୍ତି ବରଂ ତାଙ୍କର ଶକ୍ତି ।

ଲୁଡୋ ରୋସର କ‌ହନ୍ତି ଯେ ଗଣେଶଙ୍କର ବର୍ଣ୍ଣନାରେ ‘ସିଦ୍ଧି-ବୁଦ୍ଧି ସମନ୍ୱିତ’ କୁହାଯାଏ ଯାହାକୁ ଅନୁଗାମୀ ବା ସ‌ହଗାମୀ ଭାବରେ ଗ୍ରହଣ କରାଯାଇପାରେ ଓ ଏହାଠାରୁ ଅଧିକ କିଛି ନୁହେଁ । ଯେଉଁଠାରେ ଗଣିଶ ଅଛନ୍ତି ସେଠାରେ ସିଦ୍ଧି, ବୁଦ୍ଧି ପଛରେ ରହିପାରିବେନି । ଆରମ୍ଭରେ ଏହି ଧାରଣା ଥିଲେ ମଧ୍ୟ ପରବର୍ତ୍ତୀ କାଳରେ ବିବାହକୁ ସଂଯୁକ୍ତ କରାଯାଇଛି । ଗଣେଶ ପୁରାଣର ୪୯କ ଛନ୍ଦରେ ତାଙ୍କର ସ‌ହସ୍ର ନାମ ମଧ୍ୟରୁ ରିଦ୍ଧିସିଦ୍ଧିପ୍ରବର୍ଦ୍ଧନମ ଗୋଟିଏ ନାମ । ମତ୍ସ୍ୟ ପୁରାଣ ଅନୁସାରେ ରିଦ୍ଧି ଓ ସିଦ୍ଧିଙ୍କର ମାଲିକ ଗଣେଶ ଅଟନ୍ତି ।

ଅନ୍ୟ ଏକ ପରମ୍ପରା ଅନୁସାରେ ଗଣେଶ ଅବିବାହିତ ଅଟନ୍ତି । ଏହି ଧାରଣା ଦକ୍ଷିଣ ଭାରତରେ ଜନପ୍ରିୟ । ଅବିବାହିତ ଓ ଧାର୍ମିକ ପରମ୍ପରାକୁ ଦକ୍ଷିଣ ଭାରତରେ ସଂଯୁକ୍ତ କରାଯାଇଛି । ଗଣେଶ ସ‌ହସ୍ରନାମର ଗଣେଶ ପୁରାଣ ସଂସ୍କରଣରେ ଭାସ୍କରାୟ ଗଣେଶଙ୍କର ଆଜୀବନ ଅବିବାହିତ ସମ୍ପର୍କରେ ସଂକେତ ଦେଇଛନ୍ତି । ଭାସ୍କରାୟ ମତରେ ଅଭୀରୁ ଅର୍ଥ ମହିଳ ବିହୀନ କିନ୍ତୁ ଏହାକୁ ଭୟାନ‌କ ନୁହେଁ ବୋଲି କ‌ହିହେବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy