ବୁଧ ଚଳନ, ସଫଳତା ପାଇବେ ଏହି ରାଶିର ବ୍ୟକ୍ତି

0 280

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ସୌରମଣ୍ଡଳରେ ଘଟୁଥିବା ପ୍ରତ୍ୟକ ଘଟଣାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଇଥାଏ । ଗ୍ରହ ଗୁଡିକ ରାଶି ପରିବର୍ତ୍ତନ କରିବାର ପ୍ରଭାବ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ପଡିଥାଏ । ବୈଦିକ କ୍ୟାଲେଣ୍ଡର ଅନୁଯାୟୀ, ମେ ୧୦ ତାରିଖରେ ବୁଧ ମୀନ ରାଶିରୁ ବାହାରି ମେଷ ରାଶିରେ ଚଳନ କରିବେ ।

ବୁଧଙ୍କୁ ବୁଦ୍ଧି, ତର୍କ, ବ୍ୟବସାୟ ଏବଂ କାର୍ଯ୍ୟରେ ସଫଳତା ପାଇଁ ଦାୟୀ କରାଯାଇଥାଏ । ବୁଧଙ୍କ ରାଶି ପରିବର୍ତ୍ତନ ସମସ୍ତ ୧୨ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଉଭୟ ସକରାତ୍ମକ ଏବଂ ନକାରାତ୍ମକ ପ୍ରଭାବ ପକାଇବ । କିନ୍ତୁ ଏହି ସମୟ ମଧ୍ୟରେ କେତେକ ରାଶିର ବ୍ୟକ୍ତି ଅର୍ଥନୈତିକ, ବ୍ୟବସାୟ ଏବଂ ବୃତ୍ତିଗତ କ୍ଷେତ୍ରରେ ବିଶେଷ ଲାଭ ପାଇପାରେ । ଆସନ୍ତୁ ଜାଣିବା କେଉଁ ରାଶିର ବ୍ୟକ୍ତିଙ୍କୁ ବୁଧଙ୍କ ଚଳନ ଲାଭଦାୟକ ହେବ ।

ମେଷ ରାଶି
ଆପଣଙ୍କ ଉପରେ ବୁଧଙ୍କ ସକରାତ୍ମକ ପ୍ରଭାବ ପଡିବ । ଏହି ସମୟ ମଧ୍ୟରେ ଆପଣଙ୍କୁ ନୂତନ ଆୟର ଉତ୍ସ ମିଳିବ । କର୍ମକ୍ଷେତ୍ରରେ ଥିବା ସମସ୍ତ ବାଧା ମଧ୍ୟ ଦୂର ହୋଇଯିବ । ଯେଉଁମାନେ ନୂଆ ଚାକିରି ସନ୍ଧାନରେ ଅଛନ୍ତି ସେମାନଙ୍କୁ ସଫଳତା ମିଳିବ । ବ୍ୟବସାୟ କ୍ଷେତ୍ରରେ ସକରାତ୍ମକ ଫଳ ପାଇବେ । ଆପଣ ଜୀବନସାଥୀଙ୍କ ସମେତ ନିଜ ପରିବାରରୁ ସମର୍ଥନ ପାଇବେ । କଠିନ ପରିଶ୍ରମ କରୁଥିବା ଲୋକଙ୍କୁ ଆଶାଠୁ ଅଧିକ ଫଳ ମିଳିବ । ଆପଣଙ୍କ ବ୍ୟକ୍ତିତ୍ୱ ସମାଜରେ ଅଧିକ ପ୍ରଭାବ ପକାଇବ । ନିଜ ମିଠା ବକ୍ତବ୍ୟ ପାଇଁ ଆପଣ ପ୍ରଶଂସାର ପାତ୍ର ହେବେ ।

ସିଂହ ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଶୁଭ ପ୍ରମାଣିତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଆପଣଙ୍କର ଆୟ ବୃଦ୍ଧି ହୋଇପାରେ । କ୍ୟାରିୟରରେ ଆପଣ ସଫଳତା ପାଇପାରିବେ । ଶିକ୍ଷା ପରେ ତୁରନ୍ତ ଚାକିରି ମିଳିବାର ସମ୍ଭାବନା ରହିଛି । ଆର୍ଥିକ କ୍ଷେତ୍ରରେ ଆପଣ ଉନ୍ନତୀ କରିବେ । ବ୍ୟବସାୟରେ ଆଶାଠୁ ଅଧିକ ଲାଭ ମିଳିପାରେ । ଆର୍ଥିକ ସ୍ଥିତି ସୁଦୃଢ ହେବ । ଏହି ସମୟ ମଧ୍ୟରେ ଆପଣ ପରିବାର ସଦସ୍ୟଙ୍କ ସମେତ ନିଜ ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ଆପଣଙ୍କ ମନ ଖୁସି ରହିବ ।

ତୁଳା ରାଶି
ଆପଣଙ୍କ ପାଇଁ ବୁଧଙ୍କ ଚଳନ ଅତ୍ୟନ୍ତ ଅନୁକୂଳ ପ୍ରମାଣିତ ହେବ । ଆପଣ କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ପାଇପାରନ୍ତି । ଆପଣଙ୍କର ଆୟ ବଢିବାର ସମ୍ଭାବନା ରହିଛି । ନୂତନ ଆୟର ଉତ୍ସ ଆପଣ ପାଇବେ । ଏହି ସମୟ ମଧ୍ୟରେ ଆପଣ ନେଇଥିବା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଭଙ୍କର ସାବ୍ୟସ୍ତ ହେବ । ବ୍ୟବସାୟରେ ଆପଣ ଭଲ ଲାଭ ପାଇବେ । ବିଦେଶରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ସଫଳତାର ସୁଯୋଗ ରହିଛି । ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ । ଆପଣଙ୍କର ସମସ୍ତ ଭାବନା ସକରାତ୍ମକ ରହିବ । କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ କରି ପ୍ରଶଂସିତ ହେବେ ।

Disclamer: ଉପରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy