ପାରାଦ୍ୱୀପ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ହେଲେ ପ୍ରମୋଦ କିଶୋର

0 576

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପାରାଦ୍ୱୀପ ଉନ୍ନୟନ କର୍ତ୍ତୃପକ୍ଷ ଅଧ୍ୟକ୍ଷ ଭାବେ ଇଂ. ପ୍ରମୋଦ କିଶୋର ଜେନାଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟ ସରକାର ଶ୍ରୀଜେନାଙ୍କୁ ଏହି ନିଯୁକ୍ତି ପ୍ରଦାନ କରିଛନ୍ତି । ଶ୍ରୀ ଜେନା ଜଣେ ବିଜେଡିର ଶୃଙ୍ଖଳିତ ନେତା ଓ ଜଗତସିଂହପୁର ଜିଲ୍ଲା ସଂଗଠନକୁ ମଜବୁତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଦୀର୍ଘଦିନ ହେଲା ଶ୍ରୀ ଜେନା ବିଜେଡିରେ ରହି ଦଳ ପାଇଁ ନିଃସ୍ୱାର୍ଥପର ଭାବେ କାମ କରୁଥିଲେ । ତାଙ୍କର ଦୃଢ ସଂଗଠନ ଓ ନେତୃତ୍ୱ ପାଇଁ ସେ ବେଶ ପରିଚିତ । ତାଙ୍କର ଏହି କାର୍ଯ୍ୟ ଓ ଦଳ ପାଇଁ କରିଥିବା ପରିଶ୍ରମ ଯୋଗୁଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅବସ୍ଥାପିତ କରିଥିବା କୁହାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy