ନିଆରା ଢଙ୍ଗରେ ବିଜେଡି ପ୍ରତିଷ୍ଠା ଦିବସ ପାଳିଲେ ରୁଦ୍ରନାରାୟଣ

0 1,096

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଗତ ୨୬ ତାରିଖରେ ସାରା ରାଜ୍ୟରେ ବିଜେଡି ବା ବିଜୁ ଜନତା ଦଳ ତାର ୨୭ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଗାଁ ଠାରୁ ଆରମ୍ଭ କରି ‘ଶଙ୍ଖଭବନ’ ପର୍ଯ୍ୟନ୍ତ ସବୁଠୁ ବିଜେଡି ନେତା ଓ କର୍ମୀମାନେ ପ୍ରତିଷ୍ଠା ଦିବସକୁ ଚିରାଚରିତ ଭାବେ ପାଳନ କରିଥିଲେ । ହେଲେ ରାଜଧାନର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ସମସ୍ତ ୧୯ଟି ଯାକ ୱାର୍ଡରେ ସମାଜସେବୀ ତଥା ବିଜେଡିର ଯୁଗ୍ମ ସମ୍ପାଦକ ରୁଦ୍ରନାରାୟଣ ସାମନ୍ତରାୟ ଏହାକୁ ଟିକେ ନିଆରା ଢଙ୍ଗରେ ପାଳନ କରିବା ସହ ଲୋକଙ୍କ ନିକଟତର ହୋଇଥିଲେ । ଯାହାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି ।

ଦୀର୍ଘଦିନ ହେଲା ସମାଜସେବାରେ ନିଜକୁ ନିୟୋଜିତ କରିଥିବା ରୁଦ୍ରନାରାୟଣ ସାମନ୍ତରାୟ ସବୁବେଳେ ଲୋକଙ୍କ ସୁଖଦୁଃଖରେ ସାମିଲ ହେବାକୁ ଚେଷ୍ଠା କରନ୍ତି । ଏହି କ୍ରମରେ ସେ ଜନସେବାରେ ନିଜକୁ ସମ୍ପୂର୍ଣ୍ଣ ଉତ୍ସର୍ଗ କରିବା ଉଦ୍ଦେଶ୍ୟରେ ୨୦୧୯ରେ ବିଜୁ ଜନତା ଦଳରେ ସାମିଲ ହୋଇଥିଲେ । ଦଳ ତାଙ୍କର ଦକ୍ଷତା ଓ କାର୍ଯ୍ୟକୁ ଦେଖି ତାଙ୍କୁ ଓଡ଼ିଶା ମୋ ପରିବାର ଓ ବିଜେଡିର ଯୁଗ୍ମ ସମ୍ପାଦକ ଭାବେ ନିଯୁକ୍ତ କରିଥିଲା । ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୀତିଆଦର୍ଶରେ ଅନୁପ୍ରାଣୀତ ହୋଇ ଜନସେବାକୁ ମାଧବସେବା ଭାବେ ବାଛି ନେଇଛନ୍ତି । ପ୍ରାୟ ସବୁ ସମୟରେ ସେ ଦୁଃଖିରଙ୍କିଙ୍କ ସେବା କରି ଆସୁଛନ୍ତି ।

ତେବେ ଚଳିତ ଥର ବିଜେଡି ପ୍ରତିଷ୍ଠା ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିବାକୁ ସେ ଚିନ୍ତା କରିଥିଲେ । ପ୍ରତିଷ୍ଠା ଦିବସରେ ସେ ପ୍ରଥମେ ଶଙ୍ଖଭବନ ଯାଇ ଦଳୀୟ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପରେ ସେ ଅପରାହ୍ଣ ପ୍ରାୟ ଗୋଟାଏରୁ ମଧ୍ୟ ନିର୍ବାଚନ ମଣ୍ଡଳୀର ସମସ୍ତ ୧୯ଟି ୱାଡକୁ ଯାଇ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଲୋକଙ୍କ ସେବା କରିଥିଲେ । ୧୯ ନମ୍ବର ୱାର୍ଡରେ ଥିବା ଏକ ବୃଦ୍ଧାଶ୍ରମକୁ ଯାଇ କିଛି ସମୟ ବିତାଇବା ସହ ସହାୟତାର ହାତ ବଢାଇଥିଲେ । ୩୧ ନମ୍ବର ୱାର୍ଡରେ ଯୁବବର୍ଗଙ୍କୁ ଭେଟି ସେମାନଙ୍କୁ ଉତ୍ସାହିତ କରିବା ଲାଗି କ୍ରୀଡା ସାମଗ୍ରୀ ପ୍ରଦାନ କରିଥିଲେ ।

ସେହିପରି ୪୩ ନମ୍ବର ୱାର୍ଡରେ ମହିଳା ସଶକ୍ତିକରଣରେ ଉଦାହରଣ ସାଜିଥିବା କିଛି ମହିଳାଙ୍କୁ ଉପହାର ପ୍ରଦାନ କରିଥିଲେ । ୪୦ ନମ୍ବର ୱାଡରେ ଥିବା ମନ୍ଦିର ନିକଟରେ ବୃକ୍ଷ ରୋପଣ କରିବା ସହ ରାଜ୍ୟ ସରକାରଙ୍କ ଜନହିତକର କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ ବୁଝାଇଥିଲେ । ୪୬ ନମ୍ବର ୱାର୍ଡରେ ଥିବା ହସପିଟାଲର କର୍କଟ ୱାର୍ଡକୁ ଯାଇ ରୋଗୀଙ୍କୁ ଫଳ ବଣ୍ଟନ କରିଥିଲେ । ଏଥିସହିତ କେଉଁ ୱାର୍ଡରେ ଗରିବଙ୍କୁ କମ୍ବଳ ବଣ୍ଟନ ତ କେଉଁ ମେଡିସିନ ଯୋଗାଇଦେଇଥିଲେ ।

ଏପରିକି ମୁଖ୍ୟମନ୍ତ୍ରୀଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରି ହୋମଯଜ୍ଞ ମଧ୍ୟ କରିଥିଲେ । ଏଭଳି ଭାବେ ସେ ନିଆରା ଢଙ୍ଗରେ ବିଜେଡି ପ୍ରତିଷ୍ଠା ଦିବସକୁ ପାଳନ କରି ଶ୍ରୀ ସାମନ୍ତରାୟ କେବଳ ନିଜ ଦଳରେ ନୁହେଁ, ବରଂ ରାଜନୈତିକ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି । ରାଜନୈତିକ ସମୀକ୍ଷକଙ୍କ ମତରେ, ଯଦି ଶ୍ରୀ ସାମନ୍ତରାୟଙ୍କୁ ଦଳ ବିଧାୟକଟିଏ କରିବାରେ ସହାୟକ ହୁଅନ୍ତା, ତେବେ ତାଙ୍କ ସମାଜସେବା ଆହୁରି ଦ୍ୱିଗୁଣିତ ହୋଇପାରନ୍ତା, ଏଥିରେ ସନ୍ଦେହ ନାହିଁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy