ଆଜି ୪ ଘଣ୍ଟା ବନ୍ଦ ରହିବ ସାଧାରଣ ଦର୍ଶନ

0 186

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  ସୋମବାର ଶ୍ରାବଣ-ମଳ ଶୁକ୍ଳ ଷଷ୍ଠୀ ତିଥି। ଶ୍ରୀମନ୍ଦିରରେ ଶ୍ରୀବିଗ୍ରହ ମାନଙ୍କ ଖସାପଡା ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ସନ୍ଧ୍ୟା ୬ ଟା ରୁ ରାତ୍ର ୧୦ ଟା ପର୍ଯ୍ୟନ୍ତ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହି ଦିଆଯାଇଛି ସୂଚନା ଦିଆଯାଇଛି। ଏହି ନୀତି ଦଇତାପତି ସେବକମାନଙ୍କ ଦ୍ବାରା ସମ୍ପାଦିତ ହେବ ।

ସେପଟେ ଆଜିଠୁ ଭକ୍ତ ମାନଙ୍କ ପାଇଁ ଶ୍ରୀମନ୍ଦିର ପଶ୍ଚିମ ଦ୍ୱାର ଖୋଲିଛି। ପଶ୍ଚିମଦ୍ୱାର ଆଜି ଖୋଲିବା ପରେ ପୁରୀ ବାସିନ୍ଦା ପରଚିୟ ପତ୍ର ଦେଖାଇ ମନ୍ଦିରରେ ପ୍ରବେଶ କରି ଠାକୁର ଦର୍ଶନ କରିଛନ୍ତି । କରୋନା ମହାମାରୀ ସମୟରେ ସିଂହଦ୍ୱାର ଛଡ଼ା ଅନ୍ୟ ଦ୍ୱାରକୁ ବନ୍ଦ କରାଯାଇଥିଲା । କିନ୍ତୁ ମହାମାରୀ ପରେ ବି ଦ୍ୱାର ଖୋଲା ଯାଇନଥିଲା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy