ଭୁଶୁଡିଲା ନିର୍ମାଣାଧୀନ କୋଠାର ଛାତ; ୪ ଶ୍ରମିକ ଆହତ

0 73

ପୁରୀ, (ରିପୋର୍ଟର୍ସ ପେନ୍‌) : ପୁରୀ ରେଲୱେ ଷ୍ଟେସନରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡି ପଡିଛି । ଫଳରେ କାର୍ଯ୍ୟରତ ୪ ଜଣ ଶ୍ରମିକ ଆହତ ହୋଇଛନ୍ତି । ଆହତମାନଙ୍କୁ ପୁରୀ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରେଳବାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ଆଜି ସକାଳ ପୁରୀ ରେଲୱେ ଷ୍ଟେସନରେ ନବନିର୍ମିତ କୋଠାର ଛାତ ପଡୁଥିଲା । ୬ରୁ ୭ ଜଣ ଶ୍ରମିକ ଏହି କାମରେ ନିୟୋଜିତ ଥିଲେ । ଛାତ କାମ ଚାଲୁଥିବା ବେଳେ ହଠାତ୍ ଛାତଟି ଭୁଶୁଡି ପଡିଥିଲା । ଫଳରେ ଶ୍ରମିକମାନେ ତା’ତଳେ ଚାପି ହୋଇ ରହିଯାଇଥିଲେ । ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ୪ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ସେମାନଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନ୍ୟ ଶ୍ରମିକମାନେ ଚାପି ହୋଇରହିଥିବା ଆଶଙ୍କା କରାଯାଉଥିଲା । ମାତ ଉଦ୍ଧାରକାର୍ଯ୍ୟ ସରିବା ପରେ କେହି ଚାପି ହୋଇନଥିବା ଜଣାପଡିଛି । ତେବେ କେଉଁ ପରିସ୍ଥିତିରେ ଛାତ ଭୁଶୁଡିଲା କାରଣ ଜଣାପଡିନାହିଁ ।

ଦୁର୍ଘଟଣା ପରେ ପୁରୀ ଉପଜିଲ୍ଲାପାଳଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । କେଉଁ ପରିସ୍ଥିତିରେ ଛାତ ଭୁଶୁଡିଲା ତାହାର ତଦନ୍ତ ହେବ ବୋଲି ସେ କହିଛନ୍ତି । ରେଳବାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy