ବଦଳିଲା ନିୟମ: ଟ୍ରେନ ଟିକେଟ ବାତିଲ ହେଲେ ମାତ୍ର ୬୦ ଟଙ୍କା କଟିବ

0 448

ନୂଆଦିଲ୍ଲୀ: ଭାରତୀୟ ରେଳ ବିଭାଗ ଯାତ୍ରୀଙ୍କ ସୁବିଧା ନେଇ ଅନେକ ପଦକ୍ଷେପ ଗ୍ରହଣ କରୁଛି । ଏହି କ୍ରମରେ ଆଜି ୱେଟିଂ ବା ଟିକେଟ ବାତିଲ ନେଇ ଏକ ନିୟମ ଆଣିଛି । ଅନେକ ସମୟରେ ଯାତ୍ରୀଙ୍କ ୱଟିଂ ଟିକେଟ କନଫର୍ମ ହୋଇନଥାଏ। ଏଭଳି ପରିସ୍ଥିତିରେ ରେଳବାଇ ଦ୍ୱାରା ସେହି ଟିକେଟ୍ ବାତିଲ କରିଦିଆଯାଏ। ଟିକେଟ୍ ବାତିଲ ନାମରେ ଯାତ୍ରୀଙ୍କ ଠାରୁ ସୁବିଧା ଶୁଳ୍କ ନାମରେ ଏକ ମୋଟା ଆଙ୍କର ଟଙ୍କା କାଟି ନିଆଥାଏ। ଏବେ ୱେଟିଂ ଏବଂ ଆରଏସି ଟିକେଟ ସହ ଜଡ଼ିତ ନିୟମରେ ଏକ ବଡ଼ ପରିବର୍ତ୍ତନ ହୋଇଛି। ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୱେଟିଂ କିମ୍ବା ଆରଏସି ଟିକେଟ୍ ବାତିଲ୍ କରିବା ପାଇଁ ଯାତ୍ରୀଙ୍କୁ ମୋଟା ଆଙ୍କର ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। 

ରେଳବାଇ ବଦଳାଇଲା ନିୟମ 
ରେଳବାଇ ଏହାର ନିୟମରେ ଏକ ବଡ଼ ପରିବର୍ତ୍ତନ କରି ୱେଟିଂ ଏବଂ ଆରଏସି ଟିକେଟ୍ ବାତିଲ କରିବା ପାଇଁ ଅତିରିକ୍ତ ଦେୟ ହଟାଇବାକୁ ନିଷ୍ପତ୍ତି ନେଇଛି। ଯାହା ପରେ ଯଦି ଆପଣ ଆପଣଙ୍କ ୱେଟିଂ ଟିକେଟ୍ ବାତିଲ୍ କରନ୍ତି କିମ୍ବା ଯଦି ଏହା ବାତିଲ୍ ହୋଇଯାଏ, ତାହେଲେ ସୁବିଧା ଶୁଳ୍କ ନାମରେ ଯାତ୍ରୀଙ୍କ ଠାରୁ କୌଣସି ଅତିରିକ୍ତ ଦେୟ ଆଦାୟ କରାଯିବ ନାହିଁ। ରେଳବାଇ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ଟିକେଟ୍ ବାତିଲ କରିବା ପାଇଁ ଯାତ୍ରୀଙ୍କ ପାଖରୁ ୬୦ ଟଙ୍କା ଆଦାୟ କରାଯିବ।

କାହିଁକି ବଦଳିଲା ନିୟମ?
ୱେଟିଂ ଟିକେଟ୍ ବାତିଲ କରାଯିବା ସମ୍ପର୍କରେ ଝାଡ଼ଖଣ୍ଡର ସାମାଜିକ କାର୍ଯ୍ୟକର୍ତ୍ତା ସୁନୀଲ କୁମାର ଖଣ୍ଡେଲୱାଲ ଅଭିଯୋଗ କରିଛନ୍ତି। ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଯେ ରେଳବାଇ କେବଳ ଟିକେଟ୍ ବାତିଲ ନାମରେ ବେଶ ମୋଟା ଅଙ୍କର ଆୟ କରୁଛି। ସେ ଏହାର ଉଦାହରଣ ଦେଇ ବ୍ୟାଖ୍ୟା କରିଛନ୍ତି। ଏନେଇ ସେ କହିଛନ୍ତି ଯେ ଜଣେ ଯାତ୍ରୀ ୧୯୦ ଟଙ୍କାରେ ଟିକେଟ କିଣିଛନ୍ତି। ହେଲେ ଯଦି ଏହା ୱେଟିଂ ଟିକେଟ୍ ହୋଇଥାଏ ଏବଂ କନଫର୍ମ ନ ହେବା ପରେ ଏହାକୁ ରେଳବାଇ ପକ୍ଷରୁ ବାତିଲ କରି ଦିଆଯାଏ। ରେଳବାଇ ଦ୍ୱାରା ଟିକେଟ ବାତିଲ ହେବା ପରେ ତାଙ୍କୁ ମାତ୍ର ୯୫ ଟଙ୍କା ମିଳିଥିଲା। ବାକି ଟଙ୍କା ସୁବିଧା ଶୁଳ୍କ ନାମରେ ନିଆଯାଇଥିଲା। ଏହି ଅଭିଯୋଗ ପରେ ଆଇଆରସିଟିସି ଏବଂ ରେଳବାଇ ସେମାନଙ୍କ ନିଷ୍ପତ୍ତି ବଦଳାଇ ଦେଇଛନ୍ତି। ରେଳବାଇ ସ୍ଥିର କରିଛି ଯେ ଏପରି ଟିକେଟ୍ ଉପରେ ରେଳବାଇ ଦ୍ୱାରା ଯାତ୍ରୀଙ୍କ ପାଇଁ ସ୍ଥିର ହୋଇଥିବା କେବଳ ୬୦ ଟଙ୍କା ବାତିଲ ଶୁଳ୍କ ଆଦାୟ କରାଯିବ।

ଆପଣଙ୍କୁ କହି ରଖୁଛୁ ଯେ ନିକଟରେ ରେଳବାଇ ବନ୍ଦେ ଭାରତ ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ଦିଆଯାଉଥିବା ପାଣି ବୋତଲ ସମ୍ବନ୍ଧୀୟ ନିୟମକୁ ବଦଳାଇ ଦେଇଛି। ରେଳବାଇ ୧ ଲିଟର ବଦଳରେ ଯାତ୍ରୀଙ୍କୁ ୫୦୦ ମିଲିଲିଟର ପାଣି ବୋତଲ ଦେବାକୁ ନିଷ୍ପତ୍ତି ନେଇଛି। ଯାତ୍ରୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ ୫୦୦ ମିଲିଲିଟର ପାଣି ବୋତଲ ମାଗଣାରେ ଯୋଗାଇଦେବ। ଜଳ ସଂରକ୍ଷଣ କରିବା ଲକ୍ଷ୍ୟରେ ରେଳବାଇ ଏପରି ନିଷ୍ପତ୍ତି ନେଇସାରିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy