କିସ୍‍ର ୪୦ ହଜାର ଛାତ୍ରଛାତ୍ରୀ ଗାଇଲେ ବନ୍ଦେ ଉତ୍କଳ ଜନନୀ

0 347

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଜି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଉଦ୍‍ଘାଟିତ ହୋଇଥିବା ବେଳେ ଏହାର ଅବ୍ୟବହିତ ପୂର୍ବରୁ କିସ୍‍ରେ ୪୦ ହଜାର ଛାତ୍ରଛାତ୍ରୀଙ୍କ ଦ୍ୱାରା ସାମୂହିକ ଓଡ଼ିଶା ରାଜ୍ୟ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା । କିସ୍‍ର ଭୁବନେଶ୍ୱର କ୍ୟାମ୍ପସ୍‍ ସହ ବଲାଙ୍ଗୀର, କଳାହାଣ୍ଡି, ମୟୂରଭଞ୍ଜ ଓ ବାଲେଶ୍ୱର ଆଦି ଶାଖା କ୍ୟାମ୍ପସରେ ମଧ୍ୟ ଏକ ସଙ୍ଗେ ଛାତ୍ରଛାତ୍ରୀମାନେ ରାଜ୍ୟ ସଂଗୀତ ଗାନ କରି ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଗୌରବ ବୃଦ୍ଧି କରିଛନ୍ତି ।

ଛାତ୍ରଛାତ୍ରୀମାନେ ଓଡ଼ିଶା ମାନଚିତ୍ରରେ ପ୍ରସ୍ତୁତ ମାନବ ମାନଚିତ୍ରରେ ଛାତ୍ରଛାତ୍ରୀମାନେ ଠିଆ ହୋଇ ଏହି ଦେଶାତ୍ମବୋଧ ସଂଗୀତ ଗାନ କରିଥିଲେ । ସମଗ୍ର ରାଜ୍ୟ ଉତ୍ସବ ମୁଖରିତ ହୋଇଥିବା ବେଳେ କିସ୍‍ ଛାତ୍ରଛାତ୍ରୀଙ୍କ ସାମୂହିକ ରାଜ୍ୟ ସଂଗୀତ ଗାନ ଏହାକୁ ଆହୁରି ଗରିମାମୟ କରିଥିଲା । ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରିବା ଦିଗରେ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରୟାସକୁ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରଶଂସା କରିବା ସହ ଧନ୍ୟବାଦ ଜଣାଇଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy