କିଟ୍ ଟିବିଆଇକୁ ସଫଳ ଇନକ୍ୟୁବେଟର ୨୦୨୩ ପୁରସ୍କାର

0 158

ଭୁବନେଶ୍ୱର, (ରିପୋଟର୍ସ ପେନ୍‌):  କିଟ୍ ଟିବିଆଇ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବେ ପୁରସ୍କୃତ ହୋଇଛି । ଓଡ଼ିଶା ସରକାରଙ୍କ ଏମ୍‌ଏସ୍‌ଏମ୍‌ଇ ବିଭାଗର ଷ୍ଟାର୍ଟଅପ୍ ଓଡ଼ିଶା ଦ୍ୱାରା କିଟ୍ ଟିବିଆଇକୁ ୨୦୨୩ ବର୍ଷର ସଫଳ ଇନକ୍ୟୁବେଟର ଭାବରେ ପୁରସ୍କୃତ କରାଯାଇଛି । ବୁଧବାର ଓଡ଼ିଶା ସରକାରଙ୍କ ଏମଏସଏମଇ ବିଭାଗ ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କଠାରୁ କିଟ୍ ଟିବିଆଇ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ମୃତ୍ୟୁଞ୍ଜୟ ସୁଆର ଏହି ପୁରସ୍କାର ଗ୍ରହଣ କରିଥିଲେ ।

କିଟ୍ ଟିବିଆଇ ଟେକ୍ନୋଲୋଜି ଇନକ୍ୟୁବେସନ କ୍ଷେତ୍ରରେ ସମଗ୍ର ଦେଶରେ ଉଦାହାରଣ କରିବା ସହ ମାପଦଣ୍ଡ ସୃଷ୍ଟି କରିଛି । ଏହା ପୂର୍ବରୁ କିଟ୍ ଟିବିଆଇ ଭାରତ ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ ଏବଂ ଏସିଆନ ଆସୋସିଏସନ୍ ଅଫ୍ ବିଜିନେଶ ଇନକ୍ୟୁବେସନ (ଏଏବିଆଇ) ଦ୍ୱାରା ଭାରତର ସର୍ବୋତ୍ତମ ଟିବିଆଇ ଭାବେ ପୁରସ୍କୃତ ହୋଇଛି । ଏହି ସଫଳତାରେ ଖୁସି ବ୍ୟକ୍ତ କରି କିଟ ଓ କିସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ କିଟ, ଟିବିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଡ ସୁଆର ଓ ତାଙ୍କ ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy