ଏହି ସବୁ ରାଶିଙ୍କ ଭାଗ୍ୟ ଚମକାଇବ ମହାଲକ୍ଷ୍ମୀ ରାଜଯୋଗ!

0 133

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି।  ଗ୍ରହମାନେ ସମୟ ସମୟରେ ରାଶି ଚିହ୍ନ ପରିବର୍ତ୍ତନ କରି ବିଭିନ୍ନ ରାଜ ଯୋଗ ସୃଷ୍ଟି କରିଥାଆନ୍ତି । ଏହାର ପ୍ରଭାବ କେବଳ ପୃଥିବୀ ଉପରେ ନୁହେଁ ବରଂ ବ୍ୟକ୍ତିଙ୍କ ଜୀବନରେ ମଧ୍ୟ ପଡ଼ିଥାଏ । ୯ଟି ଗ୍ରହ ସମୟ ସମୟରେ ରାଶି ପରିବର୍ତ୍ତନ କରନ୍ତି ଫଳରେ ବିଭିନ୍ନ ଯୋଗ ସୃଷ୍ଟି ହୋଇଥାଏ । କିଛି ଯୋଗ ବହୁତ ଶୁଭ ହୋଇଥିବା ବେଳେ ଏହା ବ୍ୟକ୍ତିଙ୍କୁ ଅନେକ ଶୁଭ ଫଳ ପ୍ରଦାନ କରିଥାଆନ୍ତି ।

ଆଜି ଅର୍ଥାତ୍ ଗୁରୁବାର ଦିନ ଏମିତି ଏକ ଯୋଗ ସୃଷ୍ଟି ହେଉଛି । ଏହାକୁ ‘ମହାଲକ୍ଷ୍ମୀ ରାଜଯୋଗ’ ବୋଲି କୁହାଯାଇଥାଏ । ଭାଗ୍ୟ ଓ ଧନର ଦେବତା ଗୁରୁ ଓ ଶୁକ୍ର ଭଲ ସ୍ଥିତିରେ ରହିଲେ ଏହି ଯୋଗ ସୃଷ୍ଟି ହୋଇଥାଏ । ୪ ଏପ୍ରିଲ ଠାରୁ ଗୁରୁ ଓ ଶୁକ୍ରଙ୍କ ଭଲ ସ୍ଥିତି ଯୋଗୁଁ ମହାଲକ୍ଷ୍ମୀ ରାଜଯୋଗ ସୃଷ୍ଟି ହେଉଛି । ଯାହାର ପ୍ରଭାବ ୧୨ଟି ରାଶି ଉପରେ ପଡ଼ିବାକୁ ଥିବା ବେଳେ ୫ଟି ରାଶି ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ । ଫଳରେ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବା ସହ ସେମାନଙ୍କୁ ଶୁଭଫଳ ପ୍ରାପ୍ତି ହେବ ।

ବୃଷ ରାଶି- ଏହି ମହାଲକ୍ଷ୍ମୀ ଯୋଗ ଯୋଗୁଁ ବୃଷ ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଲାଭବାନ ହେବେ । ଏହି ସମୟରେ ଜୀବନସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ବ୍ୟବସାୟରେ ଅଗ୍ରଗତି ହେବ । ଚାକିରିରେ ପଦୋନ୍ନତିର ହେବା ନେଇ ସମ୍ଭାବନା ରହିଛି । ଆୟ ବୃଦ୍ଧି ହେବ । ବେକାରୀ ଯୁବକ ଓ ଯୁବତୀଙ୍କୁ ରୋଜଗାର  ମିଳିବ।  ଛାତ୍ରଛାତ୍ରୀଙ୍କ ଲାଗି ଏହି ସମୟ ବେଶ ଲାଭଦାୟୀ ରହିବ । ଉଚ୍ଚ ଶିକ୍ଷା ଲାଗି ବିଦେଶ ଗସ୍ତ ନେଇ ଯୋଗ ରହିଛି ।

କୁମ୍ଭ ରାଶି- ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଏହି ମହାଲକ୍ଷ୍ମୀ ଯୋଗ ବେଶ ଲାଭଦାୟୀ ରହିବ । ଏହି ରାଶିର ବ୍ୟକ୍ତି ବିଶେଷଙ୍କୁ ଧନ ପ୍ରାପ୍ତି ହେବ । ନୂତନ ବ୍ୟବସାୟ ଆରମ୍ଭ କରିବା ନେଇ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ । ନୂଆ ଜମି ବା ଯାନ କିଣିବେ । ବୈହାବିକ ଜୀବନ ସୁଖମୟ ହେବ । ପରିବାର ଲୋକଙ୍କ ସହଯୋଗ ମିଳିବ । ବିଦେଶ ଯାତ୍ରା ନେଇ ଯୋଗ ରହିଛି ।

କର୍କଟ ରାଶି- ଏହି ସମୟ କର୍କଟ ରାଶିର ବ୍ୟକ୍ତି ବିଶେଷଙ୍କ ଲାଗି ଭଲ ରହିବ । ବିଭିନ୍ନ କ୍ଷେତ୍ରରେ ଅଗ୍ରଗତି ହେବା ସହ ଅନେକ ନୂତନ ସୁଯୋଗ ସୃଷ୍ଟି ହେବ । ଆତ୍ମବିଶ୍ୱାସ ବୃଦ୍ଧି ହେବ । ଆପଣ ଚାହୁଁଥିବା ଫଳାଫଳ ପାଇବାକୁ ସକ୍ଷମ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଉତ୍ତମ ଅଟେ । ଆର୍ଥିକ ସ୍ଥିତି ମଜଭୁତ ହେବ । ବୈବାହିକ ଜୀବନ ଓ ଛାତ୍ରଛାତ୍ରୀମାନଙ୍କ ପାଇଁ ଏହି ସମୟ ଅନୁକୂଳ ରହିବ ।

ମକର ରାଶି: ମହାଲକ୍ଷ୍ମୀ ଯୋଗ ଯୋଗୁଁ ମକର ରାଶିର ବ୍ୟକ୍ତି ବିଶେଷ ମାନେ ବିଶେଷ ଲାଭବାନ ହେବେ । ଏହି ସମୟରେ ହଠାତ୍ ଧନ ପ୍ରାପ୍ତି ହେବା ନେଇ ଯୋଗ ରହିଛି । ବିଶେଷକରି ଏହି ସମୟ ବ୍ୟବସାୟୀଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ଅବିବାହିତାଙ୍କ ପାଇଁ ବିବାହ ନେଇ ଯୋଗ ରହିଛି । ଏହି ରାଶିର ବ୍ୟକ୍ତି ବିଶେଷଙ୍କ ଆର୍ଥିକ ସ୍ଥିତି ମଜଭୁତ ହେବ। ଘରେ ସୁଖ ଶାନ୍ତି ଲାଗି ରହିବ । ନୂତନ ଚାକିରି ନେଇ ଯୋଗ ରହିଛି ।

ମୀନ ରାଶି-  ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ସମୟ ଶୁଭ ଫଳ ପ୍ରଦାନ କରିବ । ଆର୍ଥିକ କ୍ଷେତ୍ରରେ ଲାଭ ମିଳିବ । ଜମିବାଡ଼ି ମାମଲାରେ ଖୁସି ଖବର ମିଳିପାରେ । ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ । କର୍ମ କ୍ଷେତ୍ରରେ ବଡ଼ ଉନ୍ନତି ଆସିବା ସହ ପଦୋନ୍ନତି ଯୋଗ ରହିଛି ।  ଏହି ସମୟ ଅତ୍ୟନ୍ତ ଲାଭଦାୟୀ ରହିବ ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି । 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy