ଓଡ଼ିଶାରେ ୧୫ରୁ ଉର୍ଦ୍ଧ୍ୱ ଲୋକସଭା ସିଟ୍ ଜିତିବ ବିଜେପି

0 525

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଓଡ଼ିଶାରେ ୧୫ରୁ ଉର୍ଦ୍ଧ୍ୱ ଲୋକସଭା ସିଟ୍ ଜିତିବ ବିଜେପି। ଆଗାମୀ ସାଧାରଣ ନିର୍ବାଚନରେ ବିଜେପି ଓଡ଼ିଶାରେ ୧୫ରୁ ଅଧିକ ଲୋକସଭା ସିଟ୍ ଜିତିବ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି। ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏଭଳି ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

୨୦୧୪ ତୁଳନାରେ ୨୦୧୯ରେ ଓଡ଼ିଶାରେ ବିଜେପିକୁ ଅଧିକ ଭୋଟ୍ ମିଳିଥିଲା। ୧୯ରେ ବିଜେପିକୁ ଲୋକସଭା ଆସନରେ ୩୮ ପ୍ରତିଶତ ଭୋଟ୍ ମିଳିଥିବା ବେଳେ ବିଜେଡି ପାଇଥିଲା ୪୨ ପ୍ରତିଶତ।

ସେତବେଳର ମାତ୍ର ୪ ପ୍ରତିଶତର ବ୍ୟବଧାନକୁ ଏଥର ବିଜେପି ମାତ୍ ଦେବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାସହ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ଗୋଟିଏ ରାଜନୈତିକ ଦଳ କେବଳ କ’ଣ ଅନ୍ୟ ଦଳକୁ ଗାଳି ଦେଲେ ତାହାକୁ ରାଜନୈତିକ ପ୍ରତିଦ୍ୱନ୍ଦୀ କୁହାଯିବ ? ଆମେ ଆମ ନୀତିରେ ଅଛୁ । ଆଗାମୀ ବିଧାନସଭା ନିର୍ବାଚନରେ ଆମେ ୪୫ ପ୍ରତିଶତରୁ ଅଧିକ ଭୋଟ ଆଣିବୁ ଏବଂ ଲୋକସଭାରେ ୧୫ରୁ ଅଧିକ ସିଟ୍ ଜିତିବୁ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy