ଟିଏମସି ସାଂସଦ ଡେରେକ ଓ’ବ୍ରାୟନ ରାଜ୍ୟସଭାରୁ ନିଲମ୍ବିତ

0 1,191

ତୃଣମୂଳ କଂଗ୍ରେସ ସାଂସଦ ଡେରେକ ଓ’ବ୍ରାୟନଙ୍କୁ ସଂସଦର ଶୀତକାଳୀନ ଅଧିବେଶନରୁ ନିଲମ୍ବନ କରାଯାଇଛି । ଓ’ବ୍ରାୟନଙ୍କ ଉପରେ ସଂସଦୀୟ କାର୍ଯ୍ୟରେ ବାଧା ପହଂଚାଉଥିବା ଅଭିଯୋଗ ଆଧାରରେ ତାଙ୍କୁ ନିଲମ୍ବନ କରାଯାଇଛି । ଗତକାଲି ଲୋକସଭା ସୁରକ୍ଷାରେ ହୋଇଥିବା ତ୍ରୁଟି ପରେ ଗୁରୁବାର ଦିନ ପୁଣି ସଂସଦୀୟ କାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି କ୍ରମରେ ଓ’ବ୍ରାୟନ ରାଜ୍ୟସଭା କାର୍ଯ୍ୟରେ ବାଧା ଦେବାକୁ ଚେଷ୍ଟା କରୁଥିଲେ । ଏହାପରେ ତାଙ୍କୁ ନିଲମ୍ବନ କରାଯାଇଛି ।

ଡେରେକ ଓ’ବ୍ରାୟନ ରାଜ୍ୟସଭାରେ ଦାବି କରିଥିଲେ କି ଲୋକସଭା ସୁରକ୍ଷାରେ ହୋଇଥିବା ତ୍ରୁଟି ଉପରେ ଆଲୋଚନା କରାଯାଉ । ଏହା ଜଣେ ସାଂସଦଙ୍କର ସାମ୍ବିଧାନିକ ଅଧିକାର ହୋଇଥିଲେ ବି ରାଜ୍ୟସଭା ସଭାପତି ଜଗଦୀପ ଧନଖଡ ଏହାକୁ ଅଣଦେଖା କରିଥିଲେ ଓ ତୁରନ୍ତ ଓ’ବ୍ରାୟନଙ୍କୁ ରାଜ୍ୟସଭାରୁ ନିଲମ୍ବନ କରିଥିଲେ । ଓ’ବ୍ରାୟନ କହିଥିଲେ କି ରାଜ୍ୟସଭା ସଭାପତି ନିୟମକୁ ସମ୍ମାନ ଦେଉନାହାଁନ୍ତି । ସଂସଦ ସୁରକ୍ଷାରେ ତ୍ରୁଟି ଏକ ଗମ୍ଭୀର ଓ ଲଜ୍ଜାଜନକ ମାମଲା ବୋଲି ସେ କହିଥିଲେ । ସେପେଟ ସଭାପତି କହିଛନ୍ତି କି ଓ’ବ୍ରାୟନଙ୍କ ଆଚରଣ ଠିକ୍ ନଥିଲା ।

ସଭାପତି ଜଗଦୀପ ଧନଖଡ କହିଛନ୍ତି କି, ଡେରେକ ଓ’ବ୍ରାୟନ ନାରାବାଜୀ କରିବା ସହ ସଭାପତିଙ୍କ ଟେବୁଲ ନିକଟକୁ ଆସିଯାଇଥିଲେ । କେବଳ ଡେରେକ ଓ’ବ୍ରାୟନ ନୁହଁନ୍ତି ଅନ୍ୟ ବିରୋଧୀ ସାଂସଦମାନଙ୍କୁ ମଧ୍ୟ ସଭାପତି ଚେତାବନୀ ଦେଇଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy