ଜେପି ନଡ୍ଡାଙ୍କ ଦ୍ୱାରା ବିଜେପିର ସଂକଳ୍ପ ପତ୍ର ଲୋକାର୍ପିତ

0 85

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତୀୟ ଜନତା ପାର୍ଟିର ମାନନୀୟ ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡ୍ଡା ଓଡ଼ିଶାର ଆଗାମୀ ବିଧାନସଭା ନିର୍ବାଚନ ପାଇଁ ସଂକଳ୍ପ ପତ୍ର ‘ମେନିଫେଷ୍ଟୋ’ ଜାରୀ କରିଛନ୍ତି। ଶ୍ରୀ ନଡ୍ଡା ଭାରତୀୟ ଜନତା ପାର୍ଟିର ସଂକଳ୍ପକୁ ଗଣମାଧ୍ୟମ ସମ୍ମୁଖରେ ଉପସ୍ଥାପନ କରିଥିଲେ ଏବଂ ଓଡିଶାର ବିଜେଡି ସରକାରଙ୍କ ଦୁର୍ନୀତି ଏବଂ ଖରାପ ହୋଇ ପ଼ଡିଥିବା ବ୍ୟବସ୍ଥାକୁ ନେଇ କଟାକ୍ଷ କରିଥିଲେ। ଏହି କାର୍ଯ୍ୟକ୍ରମରେ ଓଡିଶା ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ , ରାଷ୍ଟ୍ରୀୟ ଉପରାଷ୍ଟ୍ରପତି ବୈଜୟନ୍ତ ଜୟ ପଣ୍ଡା, ଓଡିଶା ମେନିଫେଷ୍ଟୋ କମିଟି ମୁଖ୍ୟ ସମୀର ମହାନ୍ତି, ସହ-ମୁଖ୍ୟ ଆପରାଜିତା ଷଡଙ୍ଗୀ, ଜାତୀୟ ମୁଖପାତ୍ର ସମ୍ବିତ ପାତ୍ର ଏବଂ ପାର୍ଟିର ଅନ୍ୟ ନେତାମାନେ ମଞ୍ଚରେ ଉପସ୍ଥିତ ଥିଲେ। ଶ୍ରୀ ନଡ୍ଡା କହିଛନ୍ତି ଯେ ଗତ 10 ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ରାଜନୀତିର ସଂସ୍କୃତି, ରାଜନୀତିର ଚାଲି ଚଲଣ ଏବଂ ରାଜନୀତିର ଉପାୟ -ପଦ୍ଧତି ବଦଳିଛି। ଆଜିର ସମୟରେ, ସଂକଳ୍ପ ପତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟରେ ପରିଣତ ହୋଇଛି । କଂଗ୍ରେସ କାର୍ଯ୍ୟକାଳ ମଧ୍ୟରେ ସଂକଳ୍ପ ପତ୍ର କେବଳ ଦେଖିବା ପାଇଁ ଥିଲା।

କଂଗ୍ରେସର ସଂକଳ୍ପ ପତ୍ର ଉପରେ ଜନସାଧାରଣଙ୍କର ତ ବିଶ୍ୱାସ ନଥିଲା କି ଏହା ଘଟିବ କିମ୍ବା ଏହାକୁ ତିଆରି କରିଥିବା ଲୋକମାନଙ୍କର ମଧ୍ୟ ଏହି ବିଶ୍ୱାସ ନ ଥିଲା ଯେ ସେମାନେ ଏହାକୁ କରିବେ । ସଂକଳ୍ପ ପତ୍ର ର ଗରିମା ଏତେ ଦୁର୍ବଳ ହୋଇଯାଇଥିଲା ଯେ ଏହା କେବଳ ଔପଚାରିକତା ଥିଲା । ଏହା ବ୍ୟତୀତ ଏହାର କୌଣସି ଗୁରୁତ୍ୱ ନଥିଲା । ମୋଦୀ ଜୀ ଙ୍କ ନେତୃତ୍ୱରେ ଆଜିର ରାଜନୀତି ରିପୋର୍ଟ କାର୍ଡ ରାଜନୀତିରେ ପରିଣତ ହୋଇଛି। ଯାହା କହିଥିଲୁ ତାକୁ କଲୁ ଆଉ ଯାହା କହି ନ ଥିଲୁ ତାକୁ ମଧ୍ୟ କରି କି ଦେଖାଇଛୁ । ଆମେ ଗାଁରୁ ଗାଁ, ପଞ୍ଚାୟତରୁ ପଂଚାୟତ ଯାଇ ହଜାର ହଜାରରୁ ଅଧିକ ପରାମର୍ଶ ସଂଗ୍ରହ କରି ଏହି ସଂକଳ୍ପ ପତ୍ର ପ୍ରସ୍ତୁତ କରିଛୁ । ମୁଁ ଆପଣଙ୍କୁୱ ପୁରୁଣା ଖରାପ ଦିନ ଗୁଡିକୁ ମନେ ପକାଇ ଦେବାକୁ ଚାହୁଁଛି ଯାହା ଦ୍ୱାରା ଆପଣ ଆଜିର ଭଲ ଦିନର ମହତ୍ୱକୁ ବୁଝି ପାରିବେ । ଆଜି ଯେଉଁ ଠାରେ ବିଜେପିର ସରକାର ନ ଥାଇ ଅନ୍ୟ ପାର୍ଟିର ସରକାର ରହିଛି ସେଠାରେ କେବଳ ଧର୍ମ- ପନ୍ଥର ରାଜନୀତି, ପରିବାରବାଦର ରାଜନୀତି, ଦୁର୍ନୀତିର ରାଜନୀତି, ଆଂଚଳିକବାଦର ରାଜନୀତି ହେଉଛି । କିନ୍ତୁ ମୋଦୀଜୀଙ୍କ ନେତୃତ୍ୱରେ ଯେତେବେଳେ ଆମେ ରାଜନୀତିର କଥା କହୁଛୁ ସେତେବେଳେ କେବଳ ବିକାଶର କଥା ଉଠେ । ଆଜି ଆମ ବିରୋଧୀ ମାନଙ୍କୁ ମଧ୍ୟ ବାଧ୍ୟ ହୋଇ ବିକାଶର କଥା କହିବାକୁ ପଡୁଛି ।

ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ ଦଶ ବର୍ଷ ପୂର୍ବେ ଭାରତ ବିଶ୍ୱର 11ତମ ଅର୍ଥ ବ୍ୟବସ୍ଥା ଥିଲା, ହେଲେ ଆଦରଣୀୟ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ କୁଶଳ ନୀତି କାରଣରୁ ଆଜି ଭାରତ ବିଶ୍ୱର ପଂଚମ ଅର୍ଥନୀତିରେ ପରିଣତ ହୋଇଛି । ବିଜେପି ସରକାରଙ୍କ ତୃତୀୟ କାର୍ଯ୍ୟକାଳରେ ଭାରତର ଅର୍ଥନୀତି ବିଶ୍ୱର ତୃତୀୟ ବଡ ଅର୍ଥନୀତିରେ ପରିଣତ ହେବ । ଆଜି ଭାରତ ସାରା ବିଶ୍ୱରେ ସବୁଠାରୁ ଶସ୍ତା ଓ ପ୍ରଭାବୀ ଔଷଧ ରପ୍ତାନୀ କରୁଛି। ଭାରତର ଔଷଧ ରପ୍ତାନୀ 138 ପ୍ରତିଶତ ଯାଏ ବଢିଛି ତଥା ଭାରତ ବିଶ୍ୱର ଡିସପେନ୍ସରୀ ହୋଇ ଯାଇଛି । ଅଟୋ ମୋବାଇଲ ମେନୁଫେକ୍ଚରିଂରେ ତୃତୀୟ ଓ ଔଷଧ ନିର୍ମାଣ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି । ପେଟ୍ରୋ କେମିକାଲରେ ଭାରତର ରପ୍ତାନୀ 106 ପ୍ରତିଶତ ବଢିଛି । ଦଶ ବର୍ଷ ପୂର୍ବେ ଭାରତର ପାଖାପାଖି ସମସ୍ତ ମୋବାଇଲ ଫୋନ ଚୀନ ଓ ଜାପାରେ ନିର୍ମାଣ କରାଯାଉଥିଲା ହେଲେ ଆଜି 97 ପ୍ରତିଶତ ମୋବାଇଲର ବିନିର୍ମାଣ ଭାରତରେ କରାଯାଉଛି ।

ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀତି ଦେଶର ଗାଁ, ଗରିବ, ଦଳିତ, ବଂଚିତ, ପୀଡିତ, ଶୋଷିତ, ଯୁବକ, ଚାଷୀ ଓ ମହିଳାଙ୍କୁ ଶକ୍ତି ପ୍ରଦାନ କରିଛି । ନୀତି ଆୟୋଗ ଅନୁସାରେ, ଦେଶର 25 କୋଟି ଲୋକ ଦାରିଦ୍ର୍ୟ ରେଖାରୁ ବାହାରିଛନ୍ତି । ଆଇଏମଏଫ ଅନୁସାରେ, ଆଜି ଭାରତରେ ଅତି ଦାରିଦ୍ର ଏକ ପ୍ରତିଶତରୁ ବି କମ୍ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଦେଶର 80 କୋଟି ଲୋକଙ୍କୁ 5 କିଲୋ ଶସ୍ୟ ପ୍ରଦାନ କରାଯାଉଛି ଏବଂ ଆଗାମୀ 5 ବର୍ଷ ଯାଏ ଏହି ଯୋଜନା ଜାରି ରହିବ । ପିଏମ ଆବାସ ଯୋଜନା ଅଧୀନରେ ଲୋକଙ୍କୁ 4 କୋଟି ପକ୍କା ଘର ଦିଆଯାଇଛି, ଏବଂ ଆଗାମୀ 5 ବର୍ଷରେ 3 କୋଟି ନୂଆ ଘର ନିର୍ମାଣ କରାଯିବ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଆରମ୍ଭ ହୋଇଥିବା ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ 10 କୋଟି 74 ଲକ୍ଷ ପରିବାର ତଥା 55 କୋଟି ଲୋକଙ୍କୁ 5ଲକ୍ଷ ଟଙ୍କା ଯାଏ ନିଶୁଳ୍କ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଉଛି । କିନ୍ତୁ ରାଜନୈତିକ କାରଣରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଜେଡି ସରକାର ଓଡ଼ିଶାରେ ଏହି ଯୋଜନାକୁ ଲାଗୁ ହେବାକୁ ଦେଉନାହାନ୍ତି । ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ନିର୍ଦ୍ଧାରଣ କରିଛନ୍ତି ଯେ, 70 ବର୍ଷରୁ ଅଧିକ ବୟସର ସମସ୍ତ ବର୍ଗ ଓ ସମୁଦାୟର ଲୋକଙ୍କୁ ବି ଆୟୁଷ୍ମାନ ଭାରତ ଅଧୀନରେ ନିଶୁଳ୍କ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯିବ ।

ଶ୍ରୀ ନଡ୍ଡା କହିଛନ୍ତି ଯେ, ଓଡ଼ିଶାକୁ କର ଅବମୂଲ୍ୟନ ମାଧ୍ୟମରୁ ପ୍ରାୟ 3.2 ଲକ୍ଷ କୋଟି ଟଙ୍କା ଦିଆଯାଇଛି ଏବଂ ଗ୍ରାଂଟ ଇନ୍ ଏଡ ଅଧୀନରେ 1.7 ଲକ୍ଷ କୋଟି ଟଙ୍କା ଦିଆଯାଇଛି । ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ଏଥର ବିରୋଧୀ ଆସନରେ ବସିବନାହିଁ, ସରକାର ଗଢି ଲୋକଙ୍କ ସେବା କରିବ । ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ନିଜ ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବାରେ ଅସଫଳ ରହିଛି । ରାଜ୍ୟର କ୍ଷେତକୁ ପାଣି ପହଂଚିପାରୁନି, ଫସଲର ଉଚିତ ଦାମ ଦିଆଯାଉନାହିଁ ଏବଂ ଓଡ଼ିଶାର ଚାଷୀଙ୍କ ଆୟ ଦେଶରେ ସବୁଠୁ କମ୍ ଅଟେ । ଓଡ଼ିଶାରୁ ସବୁଠୁ ଅଧିକ ସ୍ଥାନାନ୍ତରିତ ହେଉଛି, କିନ୍ତୁ ରାଜ୍ୟ ସରକାର ଏଥିପାଇଁ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉନାହାନ୍ତି । ସ୍ୱାସ୍ଥ୍ୟଠାରୁ ଆରମ୍ଭ କରି ଶିକ୍ଷା ଯାଏ ଓଡ଼ିଶାର ସମସ୍ତ ବ୍ୟବସ୍ଥା ଭୁଶୁଡିଯାଇଛି । ରାଜ୍ୟରେ 4300 ଶିକ୍ଷକ ପଦ ଖାଲିପଡିଛି, ୟୁନିଭର୍ସିଟି ଓ ସ୍କୁଲ ଶିକ୍ଷା ବ୍ୟବସ୍ଥାର ଅବସ୍ଥା ବିପର୍ଯ୍ୟସ୍ତ ଅଟେ ।

ମହିଳା ଉତ୍ପୀଡନ ମାମଲାରେ ଓଡ଼ିଶା ପ୍ରଥମ ସ୍ଥାନରେ ଅଛି । ବିଜୁ ଜନତା ଦଳର ନେତାଙ୍କ ଛତ୍ରଛାୟାରେ ଲୁଟପାଟ, ହତ୍ୟା ଓ ଦୁଷ୍କର୍ମ ପରି ଜଘନ୍ୟ ଅପରାଧ କରାଯାଉଛି । ବିଜେଡିର 45 ବିଧାୟକ ପ୍ରତ୍ୟେକ୍ଷ ତଥା ଅପ୍ରତ୍ୟକ୍ଷ ଭାବେ ଅପରାଧରେ ସାମିଲ ଅଛନ୍ତି । ରାଜ୍ୟରେ ଲାଂଚ, ଦୁର୍ନୀତି ଓ ଚୋରି ସାଧାରଣ କଥା ହୋଇଯାଇଛି । ଓଡ଼ିଶାର ଲୋକେ ସବୁଠୁ ମହଙ୍ଗା ବିଜୁଳି ବିଲ୍ ଭରୁଛନ୍ତି, ଏହାପରେ ବି ରାଜ୍ୟରେ ସବୁଠୁ ଅଧିକ ବିଜୁଳି କାଟ୍ ଦେଖିବାକୁ ମିଳୁଛି । ଏହି କାରଣରୁ ଗ୍ରାମାଂଚଳରେ କୋଲ୍ଡ ଷ୍ଟୋରେଜକୁ ବନ୍ଦ କରିବାକୁ ପଡୁଛି । ରାଜ୍ୟର ହସ୍ପିଟାଲ ସ୍ୱୟଂ କୋମାରେ ଚାଲୁଛି । ବିଜେପିର ଲକ୍ଷ୍ୟ ସଂକଳ୍ପରେ ସିଦ୍ଧି ଅଭିମୁଖେ ଅଟେ । ଏହି ସଂକଳ୍ପ ପତ୍ର ଓଡ଼ିଶାର ବିକାଶର ରୋଡମ୍ୟାପ ଅଟେ । ବିଜେପି ସରକାର ଗଠନ ହେବା ମାତ୍ରେ ହିଁ ନିଜ ସଂକଳ୍ପ ପତ୍ରର ଘୋଷଣାଗୁଡିକୁ ପୂରଣ କରିବାରେ ଲାଗିଥାଏ । ବିଜେପି ଓଡ଼ିଶାରୁ ଦୁର୍ନୀତି ଶେଷ କରିବ ଏବଂ ଲୋକଙ୍କ ଆୟର ପ୍ରତି ପଇସା ଜନକଲ୍ୟାଣ ପାଇଁ ଖର୍ଚ୍ଚ କରିବ । ଓଡ଼ିଶାର ଚିଟଫଣ୍ଡ ଘୋଟାଲାକାରୀଙ୍କୁ ଦଣ୍ଡ ଦିଆଯିବ ଏବଂ 18 ମାସ ମଧ୍ୟରେ ଛୋଟ ବ୍ୟବସାୟୀଙ୍କ ଟଙ୍କା ଫେରାଯିବ ।

ଆଦରଣୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ କହିଛନ୍ତି ଯେ, ଆମ ସରକାର ଚାଷୀ, ମହିଳା ଓ ଯୁବକଙ୍କ ଚିନ୍ତା କରୁଛି ଏଥିପାଇଁ ଆମେ ଏହା ନିର୍ଦ୍ଧାରିତ କରିଛୁ ଯେ, ଆମେ ସମୃଦ୍ଧ କୃଷକ ନୀତି ଆରମ୍ଭ କରିବୁ ଏବଂ ଏହି ସମୃଦ୍ଧ କୃଷକ ନୀତି ଅଧୀନରେ ଆମେ 3100 ଟଙ୍କା ପ୍ରତି କ୍ୱିଣ୍ଟାଲ ଉପରେ ପ୍ରୋକ୍ୟୋରମେଂଟ କରିବୁ ଏବଂ ଏହି ପ୍ରୋକ୍ୟରମେଂଟ 48 ଘଂଟା ଭିତରେ ପ୍ରତ୍ୟକ୍ଷ ଲାଭ ଟ୍ରାନ୍ସଫର ମାଧ୍ୟମରେ ଚାଷୀଙ୍କ ଆକାଉଂଟକୁ ଯିବ । ଯେଉଁ ପ୍ରୋକ୍ୟୋରମେଂଟ ହେବ ତାହା ଇଲେକ୍ଟ୍ରୋନିକ ୱେଇଗ ମେସିନ ଯାହାକି ମଣ୍ଡିରେ ସ୍ଥାପନ କରାଯିବ, ଏହା ଜରିଆରେ କରାଯିବ ଏବଂ ଆମେ ଏଥିରେ ପୂରା ଦିନର ଅର୍ଡରରେ କଟନୀଛଟନୀକୁ ଦୂର କରିପାରିବୁ । ଏଭଳି ଭାବେ ଆମେ ପରିବାରରେ ମହିଳାଙ୍କ ବିକାଶ ପାଇଁ ସୁଭଦ୍ରା ଯୋଜନା ଆଣିବୁ ଏବଂ ଏହା ଅଧୀନରେ ପ୍ରତି ଜଣେ ମହିଳାଙ୍କୁ 50ହଜାର ଟଙ୍କାର କ୍ୟାସ ଭାଉଚର ଦିଆଯିବ ଏବଂ ସେହି କ୍ୟାସ ଭାଉଚରକୁ 2ବର୍ଷ ମଧ୍ୟରେ ନକଦୀକରଣ କରାଇବାକୁ ପଡିବ ।

ଆମେ ପ୍ରତି ଗୋଟିଏ ମେଟ୍ରୋ ସିଟିରେ ଓଡ଼ିଆ ଭବନ କରିବୁ ଯାହାଦ୍ୱାରା ଆମେ ଏଠାକାର ଲୋକଙ୍କ ପ୍ରବାସକୁ ସୁଗମ କରିପାରିବୁ । ଆମେ ଆଗାମୀ 3ବର୍ଷରେ 2027 ସୁଦ୍ଧା 25 ଲକ୍ଷ ଲକ୍ଷପତି ଦିଦି କରିବୁ ଏବଂ ଆମ ଇଣ୍ଡଷ୍ଟ୍ରିଆଲ କ୍ଲଷ୍ଟର ଭାବେ 500-500 ସ୍ୱୟଂ ସହାୟକ ଗୋଷ୍ଠୀକୁ ଯୋଡି ସେମାନଙ୍କ ବିକାଶକୁ ଶକ୍ତି ଦେବାର କାର୍ଯ୍ୟ କରିବୁ । ଆମେ ମତ୍ସ୍ୟଜୀବୀଙ୍କ ପାଇଁ ବାର୍ଷିକ ଛୁଟିରେ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ 10ହଜାର ଟଙ୍କା ପ୍ରତି ମତ୍ସ୍ୟଜୀବୀଙ୍କୁ ସହାୟତା ଦେବୁ । ଆମେ ୱେୟାର ହାଉସକୁ ସେଟ୍ କରିବୁ ଏବଂ ପ୍ରୋସେସିଂଗ ଅଫ୍ ଫିସରିଜ ପାଇଁ ବି କାମ କରିବୁ । ଭିତ୍ତିଭୂମି କ୍ଷେତ୍ରରେ ଆମେ ପୂରା ଓଡ଼ିଶାରେ ବିଶ୍ୱସ୍ତରୀୟ ରୋଡ୍ କନେକ୍ଟିଭିଟି ପାଇଁ 75000 କିଲୋମିଟର ରୋଡ ନିର୍ମାଣ କରିବୁ ଏବଂ ଏହା ମାଧ୍ୟମରେ ଗ୍ରାମାଂଚଳ ଓ ସହରାଂଚଳକୁ ଯୋଡିବାର କାମ କରିବୁ ।

ଆମେ ଓଡିଶାର ଆର୍ଥିକ ନୀତିକୁ ଗତି ପ୍ରଦାନ କରିବୁ ଓ ଏହା ମାଧ୍ୟମରେ ଆମେ ୨୦୨୯ ବେଳକୁ ୩.୫ ଲକ୍ଷ ରୋଜଗାର ସୁଯୋଗ ସୃଷ୍ଟି କରିବୁ । ଆମେ ୨୦୨୭ ବେଳକୁ ରାଉରକେଲା, ସମ୍ବଲପୁର, ପାରାଦ୍ୱୀପ ଓ ଧାମରାକୁ ଇଣ୍ଡଷ୍ଟ୍ରିଆଲ କରିଡର ରୂପରେ ବିକଶିତ କରିବୁ । ଶ୍ରୀ ନଡ୍ଡା କହିଛନ୍ତି ଯେ ଆମେ ସମୃଦ୍ଧ ଓଡିଶା ଆଣିବୁ , ଯାହାର ମାନେ ହେଉଛି ଆଂଚଳିକକୁ ପ୍ରୋତ୍ସାହିତ କରିବା, ସୁଯୋଗ, ସ୍ଥାୟୀ, ଉଦ୍ୟୋଗୀ ସ୍ଥିରତା ଓ ଏହା ମାଧ୍ୟମରେ ଆମେ ଲଘୁ ଉଦ୍ୟୋଗକୁ ପ୍ରୋତ୍ସାହନ ଦେବୁ । ଆମେ ଭୁବନେଶ୍ୱର, ରାଉରକେଲା, ବ୍ରହ୍ମପୁର ଓ ବାଲେଶ୍ୱରରେ ମୋଟ ୪ ଟି ଆଇଟି ପାର୍କ ନିର୍ମାଣ କରିବୁ । ଆମେ ଇଭି, ସେମିକଣ୍ଡକ୍ଟର , ଆଇଟି ଓ ଆଇଟି ଏନାବଲ୍ଡ ସର୍ଭିସେସ୍ ଉପରେ ବିଶେଷ ଧ୍ୟାନ ଦେବୁ । ଆମେ ଇଞ୍ଜିନିୟରିଂ , ଲିଗାଲ ଓ ମେଡିକାଲ ସାଇନ୍ସକୁ ଆଗକୁ ବଢାଇବା ପାଇଁ ଏହି ସଂସ୍ଥାଗୁଡିକର ସଶକ୍ତିକରଣ କରିବୁ । ଆମେ ସରକାରୀ ଅନୁଷ୍ଠାନର ୧.୫ ଲକ୍ଷ ସିଟ୍ କୁ ପୂରଣ କରିବୁ ଓ ୬୫୦୦୦ ନୂଆ ସିଟ୍ କୁ ଆଗାମୀ ୫ ବର୍ଷରେ କରିବୁ । ଆମେ ପ୍ରାଥମିକତା ସହିତ ଓବିସି ଓ ଇଡବ୍ଲୁଏସ୍ ଙ୍କ ନିଯୁକ୍ତି ସମୟରେ ନ୍ୟାୟ କରିବୁ ।

ଆମେ କେନ୍ଦୁ ପତ୍ର ତୋଳାଳି କଲ୍ୟାଣ ଯୋଜନାରେ ୨ ଟଙ୍କା ପ୍ରତି କୈରୀରେ ଆମେ ସେମାନଙ୍କ ଠାରୁ କିଣିବୁ ଓ ୩୫ ପ୍ରତିଶତ ବୋନସ୍ ଆମେ କେନ୍ଦୁ ପତ୍ର ତୋଳାଳିଙ୍କୁ ଓ ୧୦ ପ୍ରତିଶତ ବୋନସ୍ ବନ୍ଧାଳୀଙ୍କୁ ଦେବୁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଆମେ ୧୫ ଲକ୍ଷ ଘର ତିଆରି କରିବୁ ଓ ଜଳ ଜୀବନ ମିଶନରେ ୨୬ ଲକ୍ଷ ଘରକୁ ପାଣି ଦେବୁ । ୪୦ ହଜାର ସାର୍ବଜନିକ ସ୍ଥାନକୁ ଆମେ ପାଣି ସଂଯୋଗ ଦେବୁ । ଆମେ ମହାପ୍ରଭୂ ଙ୍କ ମନ୍ଦିରକୁ ପୁରୀ ମନ୍ଦିର ଟ୍ରଷ୍ଟର ମିସ୍ ମ୍ୟାନେଜମେଣ୍ଟରୁ ମୁକ୍ତ କରି ଶୃଙ୍ଖଳା ଆଣିବୁ ଏବଂ ଏହାକୁ ଆସୁଥିବା ଭକ୍ତଙ୍କ ପାଇଁ ଆମେ ଏହାକୁ ବିଶ୍ୱସ୍ତରୀୟ କରିବୁ । ଆମେ ଶ୍ରୀ ଜଗନ୍ନାଥ ମନ୍ଦିରର ଯେଉଁ ରତ୍ନଭଣ୍ଡାର ରହିଛି ତାର ଚାବି ଆଣି ୪ ଜୁନ୍ ରେ ଆସିବୁ ଓ ଏହାର ଯାଂଚ କରି ନ୍ୟାୟ ଦେବୁ । ଆମେ ରତ୍ନ ଭଣ୍ଡାର ଖୋଲିବୁ । ଆମେ ଜଗନ୍ନାଥ ମନ୍ଦିରର ଚାରି ଦ୍ୱାର ଭକ୍ତଙ୍କ ପାଇଁ ଖୋଲିଦେବୁ । ଆମେ ପଶ୍ଚିମ ଓଡିଶାରେ ଜୀବିକା ପାଇଁ ୩ଟି ଇଣ୍ଟିଗ୍ରେଟେଡ୍ ଟେକ୍ସଟାଇଲ ପାର୍କ ଖୋଲି ପ୍ରାୟ ୫୧ ହଜାର ନିଯୁକ୍ତି ସୃଷ୍ଟି କରିବୁ ।

ମାନନୀୟ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି ଯେ ଓଡିଶାର ବୁଣାକାର ସମ୍ମାନ ନିଧି ଯୋଜନାରେ ୪୦ରୁ ୬୦ ବର୍ଷର ବୁଣାକାରଙ୍କୁ ପ୍ରତି ମାସ ୩ ହଜାର ଟଙ୍କା ଓ ୬୦ ବର୍ଷରୁ ଅଧିତ୍ସ୍ୱୟସ୍କ ବୁଣାକାରଙ୍କୁ ୩ ହଜାର ୫୦୦ ଟଙ୍କାର ସହାୟତା ରାଶି ପ୍ରଦାନ କରିବେ । ଅଣସଙ୍ଗଠିତ କ୍ଷେତ୍ରର ଶ୍ରମିକଙ୍କ ପଞ୍ଜିକରଣ କରି ସେମାନଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରାଯିବ । ଓଡିଶାରେ ଭାଜପା ସରକାର ଗଠନର ୧୦୦ ଦିନ ମଧ୍ୟରେ ରାଜ୍ୟରେ ବିଶ୍ୱର ସବୁଠୁ ବଢ ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଭାରତକୁ ଲାଗୁ କରାଯିବ ଓ ପ୍ରତିବର୍ଷ ୮ ଲକ୍ଷ ଟଙ୍କାରୁ କମ୍ ଆୟ କରୁଥିବା ଲୋକଙ୍କୁ ଯୋଜନାରେ ସାମିଲ କରାଯିବ ।

ଆଦିବାସୀ ଛାତ୍ରଛାତ୍ରୀଙ୍କୁ ୫ ହଜାର ଟଙ୍କା ପ୍ରତି ବର୍ଷ ପ୍ରଦାନ କରାଯିବ ଓ ମୁଖ୍ୟମନ୍ତ୍ରୀ ସହାୟତା ଯୋଜନାରେ ରାଜ୍ୟର ଦିବ୍ୟାଙ୍ଗ ଓ ବିଧବା ମହିଳାଙ୍କୁ ୩ ହଜାର ଟଙ୍କା ପ୍ରତିମାସ ଓ ୮୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ୩ ହଜାର ୫୦୦ ଟଙ୍କା ପ୍ରତିମାସ ପେନସନ୍ ରାଶି ପ୍ରଦାନ କରାଯିବ । ଭାଜପା ସରକାରର ଚେଷ୍ଟା ରହିବ ଯେ ରାଜ୍ୟର ହସ୍ପିଟାଲ ଗୁଡିକରେ ୩୬ ହଜାର ବେଡ୍ ବୃଦ୍ଧି କରାଯିବ ଓ ଆଇସିୟୁ ତଥା ଡାୟଲିସିସ୍ ର ଉପଲବ୍ଧତାକୁ ମଧ୍ୟ ବଢାଯିବ । ରାଜ୍ୟରେ ମେଡିକାଲ କଲେଜ ଓ ସୁପର ସ୍ପେଶାଲିଟି ହସ୍ପିଟାଲ ମଧ୍ୟ ଖୋଲାଯିବ । ଓଡିଶାର ପର୍ଯ୍ୟଟନ କ୍ଷେତ୍ରକୁ ମଧ୍ୟ ସଶକ୍ତ କରାଯିବ । ପିଏମ୍ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନାରେ ଓଡିଶାର ପ୍ରତ୍ୟେକ ଘରକୁ ମାଗଣା ବିଜୁଳି ଯୋଗାଇ ଦିଆଯିବ ଓ ଅତିରିକ୍ତ ବିଜୁଳିକୁ ସରକାରଙ୍କ ଦ୍ୱାରା କିଣା ଯିବ । ଭାରତୀୟ ଜନତା ପାର୍ଟିର ସଂକଳ୍ପ ପତ୍ର ମୋଦୀଙ୍କ ଗ୍ୟାରେଣ୍ଟି ଅଟେ ଓ ମୋଦୀଙ୍କ ଗ୍ୟାରେଣ୍ଟି ମାନେ ଗ୍ୟାରେଣ୍ଟି ପୂରଣ ହେବାର ଗ୍ୟାରେଣ୍ଟି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy