ଚମକିବ ୬ଟି ରାଶିର ଭାଗ୍ୟ, ମିଳିବ ଧନ

0 94

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ପ୍ରତି ମାସରେ ରାଶି ପରିବର୍ତ୍ତନ କରିଥାନ୍ତି । ଗୋଟିଏ ବର୍ଷରେ ୧୨ ଟି ରାଶିରେ ସୂର୍ଯ୍ୟ ନିଜର ଚକ୍ର ସମ୍ପୂର୍ଣ୍ଣ କରନ୍ତି । ବର୍ତ୍ତମାନ ସୂର୍ଯ୍ୟ ମେଷ ରାଶିରେ ଅବସ୍ଥାନ କରିଥିବା ସମୟରେ ମେ ୧୪ ରେ ବୃଷ ରାଶିରେ ଚଳନ କରିବେ । ବୃଷରେ ସୂର୍ଯ୍ୟଙ୍କ ଗମନାଗମନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ଜ୍ୟୋତିଷମାନେ ମତ ଦେଉଛନ୍ତି । ବୃଷ ହେଉଛି ଶୁକ୍ରଙ୍କ ରାଶି ଯାହା ଧନ, ବିଳାସ ଏବଂ ବସ୍ତୁ ସୁଖ ସହ ଜଡିତ ଥାଏ । ଶୁକ୍ରଙ୍କ ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ ସମସ୍ତ ୧୨ଟି ରାଶି ଉପରେ ପ୍ରଭାବ ପକାଇବ ।

ଜୁନ୍ ୧୫ ପର୍ଯ୍ୟନ୍ତ ସୂର୍ଯ୍ୟ ବୃଷ ରାଶିରେ ବିଦ୍ୟମାନ ରହିବେ । ଏଥିସହ ଏହାର ସକରାତ୍ମକ ପ୍ରଭାବ ୬ ଟି ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପଡିବ । ଏହା କୁହାଯାଇପାରେ ଯେ, ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଏହି ରାଶିର ଭାଗ୍ୟ ଉଜ୍ୱଳ କରିବ । ନୂଆ ଚାକିରି ମିଳିବା ସହ ଦରମା ବଢିବାର ଯଥେଷ୍ଟ ସମ୍ଭାବନା ରହିଛି । ଆସନ୍ତୁ ଜାଣିବା କେଉଁ ରାଶିମାନେ ସୂର୍ଯ୍ୟଙ୍କ ଚଳନରୁ ଲାଭ ପାଇବେ ।

ମେଷ ରାଶି ସୂର୍ଯ୍ୟଙ୍କ ଏହି ରାଶି ପରିବର୍ତ୍ତନ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହେବ । ଆପଣ କୌଣସି ସୁତ୍ରରୁ ଟଙ୍କା ପାଇପାରନ୍ତି । ଆର୍ଥିକ ସ୍ଥିତି ଆପଣଙ୍କର ସୁଦୃଢ ହେବ । ନୂତନ ଆୟର ଉତ୍ସ ସୃଷ୍ଟି ହେବ । କ୍ୟାରିୟରରେ ଅଗ୍ରଗତି କରିବେ । ଅନେକ କାର୍ଯ୍ୟରେ ସଫଳତା ପାଇବେ ।

ବୃଷ ରାଶି ସୂର୍ଯ୍ୟଙ୍କ ଚଳନ ଆପଣଙ୍କୁ ବହୁତ ଲାଭ ଦେବ । ଆପଣ ନିଜ ପସନ୍ଦର ଚାକିରି ପାଇବେ । ଚାକିରି କ୍ଷେତ୍ରରେ ପଦୋନ୍ନତି ପାଇବେ । ସରକାରୀ ଚାକିରି ପାଇବା ପାଇଁ ପ୍ରୟାସ ସଫଳ ହୋଇପାରେ । ନୂଆ ବ୍ୟବସାୟ ଆରମ୍ଭ କରିବାକୁ ଯୋଜନା କରୁଥିବା ଲୋକମାନେ ବର୍ତ୍ତମାନ ଏହାକୁ କାର୍ଯ୍ୟକାରୀ କରିପାରିବେ ।

କର୍କଟ ରାଶି ଆପଣଙ୍କ ଭାଗ୍ୟରେ ଅର୍ଥନୈତିକ ପ୍ରଗତିର ଦ୍ୱାର ଖୋଲିବାକୁ ଯାଉଛି  । ଆପଣଙ୍କୁ ନୂଆ ଚାକିରି ମିଳିପାରେ । ପଦୋନ୍ନତି ସହ ବେତନ ବୃଦ୍ଧି ହେବାର ସମ୍ଭାବନା ରହିଛି । ବ୍ୟବସାୟରେ ଲାଭ ପ୍ରଚୁର ହେବ । ମାନ ସମ୍ମାନ ବୃଦ୍ଧି ପାଇବା ସହ ଖ୍ୟାତି ଅର୍ଜନ କରିବେ । କୌଣସି ସୁତ୍ରରୁ ହଠାତ୍ ଆର୍ଥିକ ଲାଭ ହୋଇପାରେ ।

ସିଂହ ରାଶି ସୂର୍ଯ୍ୟ ଆପଣଙ୍କର ଆରାଧ୍ୟ ତେଣୁ ଆପଣଙ୍କ ପ୍ରତି ବିଶେଷ ଆଶୀର୍ବାଦ ରହିବ । କ୍ୟାରିୟରରେ ଆଗକୁ ବଢିବେ । ପୁରୁଣା ସମସ୍ୟାରୁ ମୁକ୍ତି ପାଇବେ । ଚାକିରି ଏବଂ ବ୍ୟବସାୟରେ ସ୍ଥିରତା ରହିବ । ଆପଣଙ୍କର ଖ୍ୟାତି ବଢିବାକୁ ଲାଗିବ । ନୂଆ ସମ୍ପର୍କ ଗଠନ ହେବାସହ ଏହା ଆପଣଙ୍କ ପାଇଁ ଲାଭଦାୟକ ହେବ ।

କନ୍ୟା ରାଶି କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ସୂର୍ଯ୍ୟଙ୍କ ଚଳନ ଅତ୍ୟନ୍ତ ଶୁଭପ୍ରଦ । କ୍ୟାରିୟର କ୍ଷେତ୍ରରେ ଏକ ବଡ଼ ଅଗ୍ରଗତି ଦେବ । ଆପଣଙ୍କ ନିକଟକୁ ଭଲ ଅଫର ଆସିବ । ବ୍ୟବସାୟ କ୍ଷେତ୍ରରେ ନୂଆ ଯୋଜନା କାର୍ଯ୍ୟକାରୀ କରିବା ଫଳରେ ଲାଭ ବଢିବ । ଆର୍ଥିକ ସ୍ଥିତି ସୁଦୃଢ ହେବ ।

ଧନୁ ରାଶି ସୂର୍ଯ୍ୟଙ୍କ ଗମନାଗମନ ଆପଣଙ୍କୁ ସୁଖ ଏବଂ ସମୃଦ୍ଧି ପ୍ରଦାନ କରିବ । ନୂଆ ଯାନବାହନ କିଣିବାର ସମ୍ଭାବନା ରହିଛି । ଆପଣ ଏକ ବଡ଼ ସୁଯୋଗ ପାଇପାରନ୍ତି । ଆପଣଙ୍କ ମନରେ ଥିବା ଏକ ବଡ ଇଚ୍ଛା ପୂରଣ ହୋଇପାରେ । ପରିବାରରେ ସୁଖ ରହିବ । ପିତାଙ୍କ ସହ ସମ୍ପର୍କ ଅଧିକ ମଜବୁତ ହେବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy