ଭାରତୀୟ ପ୍ରସଂଶକ ନିରାଶ, ଅଷ୍ଟ୍ରେଲିଆ ପୁଣି ବିଶ୍ୱଚାମ୍ପିୟନ

0 1,883

ବିଶ୍ୱକପ୍ ୨୦୨୩ ଫାଇନାଲ୍‌: ଲଗାତର ୧୦ଟି ମ୍ୟାଚ ଜିତି ଫାଇନାଲରେ ପ୍ରବେଶ କରିଥିବା ଭାରତୀୟ କ୍ରିକେଟ ଟିମ କୋଟି କୋଟି ପ୍ରସଂଶକଙ୍କୁ ନିରାଶ କରିଛନ୍ତି । ୨୦୨୩ ବିଶ୍ୱକପ୍ ଜିତିବା ଆଶାକୁ ଧୂଳିସାତ କରିଦେଇଛନ୍ତି । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଟିମ ମାତ୍ର ୨୪୦ ରନରେ ଅଲ୍‌ଆଉଟ ହୋଇଥିଲେ । ୨୪୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ଖେଳ ଆରମ୍ଭ କରିଥିବା ଅଷ୍ଟ୍ରେଲିଆ ଟିମ ମାତ୍ର ୪ ୱିକେଟ ହରାଇ ୬ଷ୍ଠ ଥର ବିଶ୍ୱଚାମ୍ପିୟନ ହୋଇଛନ୍ତି । ଅଷ୍ଟ୍ରେଲିଆ ପକ୍ଷରୁ ହେଡ ଶତକ ହାସଲ କରିଛନ୍ତି ।

ପ୍ରଥମେ ଟଚ୍ ଜିତିବା ପରେ ଅଷ୍ଟ୍ରେଲିଆ ଟିମ ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ । ଭାରତର ଦୁଇ ଓପନର ରୋହିତ ଶର୍ମା ଓ ଶୁବମନ ଗିଲ ଦଳ ପାଇଁ ଭଲ ଆରମ୍ଭ କରିଥିଲେ। ‌ଦଳୀୟ ସ୍କୋର ୩୦ ରନ୍‌ ଥିବା ବେଳେ ଯୁବ ବ୍ୟାଟର ଗିଲ ମାତ୍ର ୪ ରନ୍‌ କରି ଆଉଟ ହୋଇଥିବାବେଳେ ଅଧିନାୟକ ରୋହିତ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିଲେ। କିନ୍ତୁ ରୋହିତ ୪୭ ରନ କରି ଆଉଟ ହେବା ପରେ ରନ୍‌ର ଗତି ଧୀମେଇ ଯାଇଥିଲା।

ତେବେ ବିରାଟ କୋହଲି ଓ କେଏଲ ରାହୁଲ ସତର୍କତା ସହ ବ୍ୟାଟିଂ କରି ସ୍କୋରକୁ ଆଗେଇ ନେଇଥିଲେ। କିନ୍ତୁ ବିରାଟ ଆଉଟ ହେବା ପରେ ଦଳ ସଂକଟରେ ପଡ଼ିଯାଇଥିଲା। ରାହୁଲ ୬୬ ରନ କରି ଆଉଟ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ୨୮ଟି ବଲରୁ ୧୮ ରନ୍‌ କରିଥିଲେ। ଶେଷ ଓ୍ବିକେଟରେ କୂଳଦୀପ ଯାଦବ ଓ ମହମ୍ମଦ ସିରାଜ ସତର୍କତାର ସହ ଖେଳି ସ୍କୋରକୁ ଏକ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ ଷ୍ଟାର୍କ ସର୍ବାଧିକ ୩ଟି ଓ୍ବିକେଟ ନେଇଥିବାବେଳେ ଅଧିନାୟକ ପାଟ୍‌ କମିନ୍ସ ଓ ଜୋସ ହେଜଲଉଡ୍ ୨-୨ଟି ଓ୍ବିକେଟ ନେଇଥିଲେ। ଗ୍ଲେନ୍‌ ମେକ୍ସୱେଲ ଓ ଆଡାମ ଜାମ୍ପାଙ୍କୁ ଗୋଟିଏ ଲେଖାଏଁ ୱିକେଟ୍‌ ମିଳିଥିଲା।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy