ଆଇପିଏଲରେ ଏକ ବଡ଼ ରେକର୍ଡ କଲେ ଚହଲ

0 1,842

ଆଜି ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ର ଏଲିମିନେଟର ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RR vs RCB) ପରଷ୍ପର ବିପକ୍ଷରେ ମୁହାଁମୁହିଁ ହୋଇଛନ୍ତି। ବିଶ୍ୱର ସର୍ବବୃହତ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ୍ ଜିତି ବୋଲିଂ ବାଛିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଆରସିବି ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ଚାଲିଥିଲା। ମ୍ୟାଚରେ ୨୯ ରନ୍ ସ୍କୋର କରିବା ପରେ ବିରାଟ କୋହଲି ଆଇପିଏଲରେ ୮୦୦୦ ରନ୍ ପୂରଣ କରିଥିଲେ। ସେ ୨୪ ବଲରେ ୩୩ ରନର ଇନିଂସ ଖେଳିଥିଲେ। ୟୁଜଭେନ୍ଦ୍ର ଚହଲ ବିରାଟ କୋହଲିଙ୍କୁ ଡୋନୋଭାନ ଫେରେରାଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ।

ୟୁଜବେନ୍ଦ୍ର ଚହଲ ତାଙ୍କ ନାମରେ ବିରାଟ କୋହଲିଙ୍କୁ ପାଭିଲିୟନର ରାସ୍ତା ଦେଖାଇ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ରାଜସ୍ଥାନ ରୟାଲ୍ସ ପାଇଁ ଆଇପିଏଲରେ ସର୍ବାଧିକ ୱିକେଟ୍ ନେଇଥିଲେ। ଏପର୍ଯ୍ୟନ୍ତ ସେ ରାଜସ୍ଥାନ ରୟାଲ୍ସ ପାଇଁ ୧୫.୬ ଇକୋନମିରେ ୬୬ ୱିକେଟ୍ ନେଇଛନ୍ତି। ଏହି ତାଲିକାରେ ସିଦ୍ଧାର୍ଥ ତ୍ରିବେଦୀ (୬୫) ଦ୍ୱିତୀୟ ସ୍ଥାନରେ, ସେଣ୍ଣ ୱାଟସନ (୬୧) ତୃତୀୟ ସ୍ଥାନରେ, ସେନ ୱାର୍ଣ୍ଣ (୫୭) ଚତୁର୍ଥ ସ୍ଥାନରେ ଏବଂ ଜେମ୍ସ ଫାଲକନର୍ (୪୭) ପଞ୍ଚମ ସ୍ଥାନରେ ଅଛନ୍ତି।

ବିରାଟ କୋହଲି ୨୫୨ଟି ମ୍ୟାଚ୍ ଖେଳି ୮୦୦୦ ରୁ ଅଧିକ ରନ୍ କରିଛନ୍ତି। ଏହି ସମୟରେ କୋହଲିଙ୍କ ଷ୍ଟ୍ରାଇକ୍ ହାର ୧୩୨ ଥିବାବେଳେ ବ୍ୟାଟିଂ ହାରାହାରି ୩୮ ରହିଛି। ଆଇପିଏଲର ୧୭ ତମ ସିଜନ୍ ଶେଷ ହେବାକୁ ଯାଉଛି କିନ୍ତୁ କୋହଲିଙ୍କ ବ୍ୟତୀତ କୌଣସି ବ୍ୟାଟ୍ସମ୍ୟାନ୍ ୭୦୦୦ ର ମାର୍କ ଛୁଇଁ ପାରି ନାହାଁନ୍ତି। ବିରାଟ କୋହଲି ମଧ୍ୟ ଆରସିବି ପାଇଁ ତାଙ୍କର ୨୫୦ ତମ ମ୍ୟାଚ୍ ଖେଳିଛନ୍ତି। ସେ ଆଇପିଏଲରେ ୨୫୦ମ୍ୟାଚ୍ ଖେଳିଥିବା ଚତୁର୍ଥ ଖେଳାଳି ହୋଇଛନ୍ତି। ତାଙ୍କ ପୂର୍ବରୁ ଏମଏସ ଧୋନି, ରୋହିତ ଶର୍ମା ଏବଂ ଦୀନେଶ କାର୍ତ୍ତିକ ଏହି ତାଲିକାରେ ସ୍ଥାନ ପାଇଛନ୍ତି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୁରୁର ପୂର୍ବତନ ଅଧିନାୟକ ବିରାଟ କୋହଲି ଆଇପିଏଲ୍ ୨୦୨୪ ରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଏବଂ ଚଳିତ ସିଜନରେ ସର୍ବାଧିକ ରନ୍ ସ୍କୋରର ଅଟନ୍ତି। ବିରାଟ କୋହଲି ୧୫ଟି ମ୍ୟାଚରେ ୭୪୧ ରନ୍ ସଂଗ୍ରହ କରିଛନ୍ତି। ଏହି ଅବଧି ମଧ୍ୟରେ ତାଙ୍କର ଷ୍ଟ୍ରାଇକ୍ ହାର ୧୫୫.୮୧ ଥିଲା। ବିରାଟ କୋହଲି ଆଇପିଏଲ୍ ୨୦୨୪ ରେ ୫ଟି ଅର୍ଦ୍ଧଶତକ ଓ ଗୋଟିଏ ଶତକୀୟ ସ୍କୋର କରିଛନ୍ତି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy