ଛାତ୍ରଛାତ୍ରୀଙ୍କୁ ଭେଟି ସଫଳତାର ମନ୍ତ୍ର ଦେଲେ ୫ଟି ସଚିବ

0 151

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଜନତା ମୈଦାନରେ ଛାତ୍ରଛାତ୍ରୀଙ୍କୁ ଭେଟି ସଫଳତାର ମନ୍ତ୍ର ବାଣ୍ଟିଲେ ୫ଟି ସଚିବ ଭି.କେ. ପାଣ୍ଡିଆନ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାର ସମସ୍ତ ପ୍ଲସ ଟୁ ଓ ପ୍ଲସ ଥ୍ରି କଲେଜ ୫ଟି ରେ ମୁଖ୍ୟମନ୍ତ୍ରୀ ସାମିଲ କରିଥିବା ନେଇ ୫ଟି ସଚିବ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ସ୍ମାର୍ଟ ଲାଇବ୍ରେରୀ, ସ୍ମାର୍ଟ କ୍ଲାସ ହେବ। କଲେଜ ରୂପାନ୍ତରୀକରଣ କାର୍ଯ୍ୟ ୬ ମାସ ମଧ୍ୟରେ ହେବ। କଲେଜ କାମ ଚାଲୁଥିବା ସମୟରେ କାମ ସହିତ ନିଜକୁ ସାମିଲ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ସେ ପରାମର୍ଶ ଦେଇଛନ୍ତି।

୫-ଟି ସଚିବ କହିଛନ୍ତି ଯେ, ଦିନରାତି ପାଠ ପଢି ଓ ବାପା ମାଙ୍କ ସ୍ବପ୍ନ ପୂରଣ କଲେ, ସେଇଟା ହିଁ ହେବ ମୁଖ୍ୟମନ୍ତ୍ରୀଙ୍କ ପାଇଁ ରିଟର୍ଣ୍ଣ । ନିଜ ଶରୀର ପାଇଁ ଅଧାଘଣ୍ଟା ସମୟ ଦେବାକୁ ସେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଯେ, ପ୍ରତିଦିନ ଅଧ ଘଣ୍ଟା ଏକ୍ସରସାଇଜ୍, କ୍ରୀଡା, ଯୋଗ, ସାଇକେଲିଂ କରନ୍ତୁ ଫିଟ ରହିବେ। ଆତ୍ମବିଶ୍ଵାସ ବଢିବ। ଶରୀର ସୁସ୍ଥ ନଥିଲେ କିଛି ହୋଇ ପାରିବନି। ୧୫ ମିନିଟ ଧ୍ୟାନରେ ବସନ୍ତୁ। ସ୍ମୃତିଶକ୍ତି ବଢିବ। ଜୀବନରେ ବିଜୟ ପରାଜୟ ଭିତରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଏ ଆତ୍ମବିଶ୍ୱାସ। ଏହା ମୋ ଅନୁଭୂତି। ଜୀବନରେ ଯାହା ପରିସ୍ଥିତି ଆସିବ, ମୁକାବିଲା କରିବାକୁ ପଡିଵ। ଜୀବନରେ ଭଲ ସାଙ୍ଗର ବହୁତ ପ୍ରଭାବ ଥାଏ। ସେ ଆମ ଆତ୍ମବିଶ୍ଵାସକୁ ପ୍ରଭାବିତ କରି ପାରିବେ। ସେମାନେ ଆତ୍ମବିଶ୍ଵାସ ବଢ଼ାଇ ପାରିବେ କି କମାଇ ପାରିବେ। ତେଣୁ ଭଲ ସାଙ୍ଗ ବାଛନ୍ତୁ।

ସେ କହିଛନ୍ତି ଗୁରୁ ମାନଙ୍କ ସମସ୍ୟାକୁ ମୁଖ୍ୟମନ୍ତ୍ରୀ ସମାଧାନ କରିବେ । ମୋର ଅନୁରୋଧ, ଗୁରୁମାନେ ପିଲାମାନଙ୍କ ଭବିଷ୍ୟତ ଗଢିବାକୁ । ଗୁରୁ ମାନେ ଜୀବନରେ ବଡ଼ ଭୂମିକା ନିଅନ୍ତି । ସେମାନଙ୍କୁ ଯେତିକି ସମ୍ମାନ ଦେବେ, ସେମାନେ ସେତିକି ଭଲ ଜ୍ଞାନ ଦେଇ ପାରିବେ. ଆପଣ ମାନେ ଠିକ ସମୟରେ ଆସିଲେ, ପିଲା ସମୟାନୁବର୍ତ୍ତିତା ଶିଖିବେ। କେବଳ ପାଠ ନୁହେଁ, ଜୀବନ ବିଷୟରେ ବି ଗୁରୁ ଶିକ୍ଷା ଦିଅନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy