NCERT ରେ ସବ-ଏଡିଟର, ପ୍ରୁଫ୍ ରିଡର୍ ଓ ଡିଟିପି ଅପରେଟର ଲାଗି ପଦବୀ ଲାଗି ଆବେଦନ

0 1,060

ନୂଆଦିଲ୍ଲୀ : ନ୍ୟାସନାଲ କାଉନସିଲ୍ ଅଫ୍ ଏଜୁକେସନାଲ୍ ରିସର୍ଚ୍ଚ ଆଣ୍ଡ ଟ୍ରେନିଂ (NCERT) ପ୍ରକାଶନ ବିଭାଗରେ ସବ୍‌-ଏଡିଟର୍‌, ପ୍ରୁଫ୍ ରିଡର୍ ଏବଂ ଡିଟିପି ଅପରେଟର ପଦବୀ ପାଇଁ ଚୁକ୍ତିନାମା ଆଧାରରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି । ପରିଷଦ ଦ୍ୱାରା ଜାରି ବିଜ୍ଞପ୍ତି ଅନୁଯାୟୀ ୬୦ ସହକାରୀ ସମ୍ପାଦକ ନିଯୁକ୍ତ ହେବେ, ସେଥିମଧ୍ୟରୁ ୨୫ ଟି ଇଂରାଜୀ, ୨୫ ଟି ହିନ୍ଦୀ ଏବଂ ୧୦ ଟି ଉର୍ଦ୍ଦୁ ଭାଷା ମାଧ୍ୟମ ପାଇଁ ଖାଲି ଥିବା ପଦବୀ ପୂରଣ ହେବ ।

ସେହିଭଳି, NCERT ୬୦ ଟି ପ୍ରୁଫ୍ ରିଡର୍ ମଧ୍ୟ ନିଯୁକ୍ତ କରିବ, ସେଥିମଧ୍ୟରୁ ୨୫ ଟି ଇଂରାଜୀ, ୨୫ ହିନ୍ଦୀ ଏବଂ ୧୦ ଟି ଉ୍‌ର୍ଦ୍ଦୁ ଭାଷା ପାଇଁ ଉର୍ଦ୍ଦିଷ୍ଠ । ଏଥି ସହିତ, ମୋଟ ୫୦ଟି ଡିଟିପି ଅପରେଟରଙ୍କୁ ନିଯୁକ୍ତି ଦିଆଯିବ । ସେଥିମଧ୍ୟରୁ ୨୦ ଟି ଇଂରାଜୀ ପାଇଁ, ୨୦ ଟି ହିନ୍ଦୀ ଏବଂ ୧୦ ଟି ଉର୍ଦ୍ଦୁ ଭାଷା ପାଇଁ ରଖାଯାଇଛି । ଏହି ପୋଷ୍ଟଗୁଡିକ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ ।

ପୋଷ୍ଟ ଅନୁଯାୟୀ ଯୋଗ୍ୟତା
ଆସିଷ୍ଟାଣ୍ଟ ଏଡିଟର୍ ପୋଷ୍ଟଗୁଡିକ ପାଇଁ, ପ୍ରାର୍ଥୀମାନେ ବୁକ୍ ପ୍ରକାଶନ କିମ୍ବା ମାସ୍ କମ୍ୟୁନିକେସନ୍ କିମ୍ବା ସାମ୍ବାଦିକତାରେ ପିଜି ଡିପ୍ଲୋମା ସହିତ ସ୍ନାତକୋତ୍ତର ଏବଂ ସମ୍ପୃକ୍ତ କାର୍ଯ୍ୟରେ ଅତି କମରେ ୫ ବର୍ଷର ଅଭିଜ୍ଞତା ରହିବା ଉଚିତ୍ । ପ୍ରାର୍ଥୀଙ୍କ ବୟସ ୫୦ ବର୍ଷରୁ ଅଧିକ ହେବା ଉଚିତ ନୁହେଁ ।

ସେହିଭଳି ପ୍ରୁଫ୍ ରିଡର୍ ପୋଷ୍ଟଗୁଡିକ ପାଇଁ ପ୍ରାର୍ଥୀମାନେ ୧ବର୍ଷର ଅଭିଜ୍ଞତା ସହିତ ଇଂରାଜୀ, ହିନ୍ଦୀ ଏବଂ ଉର୍ଦ୍ଦୁରେ ସ୍ନାତକ ହାସଲ କରିବା ଆବଶ୍ୟକ । ଏହି ପୋଷ୍ଟଗୁଡିକ ପାଇଁ ବୟସ ସୀମା ୪୨ ବର୍ଷରେ ସ୍ଥିର ହୋଇଛି । ସ୍ନାତକୋତ୍ତର ସହିତ ଡିଟିପି ଅପରେଟର୍ ପୋଷ୍ଟଗୁଡିକ ପାଇଁ, ଡିଟିପିରେ ଗୋଟିଏ ବର୍ଷର ଡିପ୍ଲୋମା କିମ୍ବା ସାର୍ଟିଫିକେଟ୍ ରହିବା ଆବଶ୍ୟକ ଏବଂ ସମ୍ପୃକ୍ତ କାର୍ଯ୍ୟରେ ଅତି କମରେ ୩ ବର୍ଷର ଅଭିଜ୍ଞତା ଆବଶ୍ୟକ ।

ଆବେଦନ ପ୍ରକ୍ରିୟା
ପ୍ରାର୍ଥୀମାନେ ସହକାରୀ ସମ୍ପାଦକ, ପ୍ରୁଫ୍ ରିଡର୍ ଏବଂ ଡିଟିପି ଅପରେଟର ପଦବୀ ପାଇଁ ସିଧାସଳଖ ଫେବୃଆରୀ ୨୦୨୪ ରେ ସକାଳ ୧୦ ରୁ ୩ ଟା ମଧ୍ୟରେ ନୂଆଦିଲ୍ଲୀରେ ଥିବା ଘଉଋଜଞ କାର୍ଯ୍ୟାଳୟ ପରିଦର୍ଶନ କରି ପଞ୍ଜୀକୃତ କରିପାରିବେ । ଏହା ପରେ, ୨ ଏବଂ ୩ ଫେବୃଆରୀ ୨୦୨୪ ରେ ଆୟୋଜିତ ହେବାକୁ ଥିବା ସ୍କିଲ୍ ଟେଷ୍ଟରେ ହାଜର ହେବାକୁ ପଡିବ । ପ୍ରାର୍ଥୀଙ୍କୁ ଏହି ଠିକଣାରେ ହାଜର ହେବାକୁ ପଡିବ – ପ୍ରକାଶନ ବିଭାଗ, NCERT, ଶ୍ରୀ ଅରୋବିନ୍ଦ ମାର୍ଗ, ନୂଆଦିଲ୍ଲୀ – ୧୧୦୦୧୬ ।

ପୋଷ୍ଟ ଅନୁଯାୟୀ ଦରମା
ସହକାରୀ ସମ୍ପାଦକ – ମାସକୁ ୮୦ ହଜାର ଟଙ୍କା ।
ପ୍ରୁଫ୍ ରିଡର୍ – ମାସକୁ ୩୭ ହଜାର ଟଙ୍କା ।
ଡିଟିପି ଅପରେଟର – ମାସକୁ ୫୦ ହଜାର ଟଙ୍କା ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy