ନନ୍ଦ ଘରର ସ୍ୱାସ୍ଥ୍ୟଯତ୍ନ ପଦକ୍ଷେପ ଗୁଡ଼ିକର ରୂପାନ୍ତରୀକରଣୀୟ ପ୍ରଭାବ

0 910

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଅବସରରେ ସ୍ୱାସ୍ଥ୍ୟଯତ୍ନ ଗ୍ରହଣୀୟତା ତଥା ଏହାର ସଶକ୍ତିକରଣକୁ ନେଇ ବିଶ୍ୱସ୍ତରୀୟ ପ୍ରତିଫଳନ ମଧ୍ୟରେ, ନନ୍ଦ ଘର ଏହି ପରିବର୍ତ୍ତନୀୟ ରୂପାନ୍ତରୀକରଣର ଏକ ଉଜ୍ଜ୍ୱଳମୟ ଉଦାହରଣ ଭାବରେ ସର୍ବସମ୍ମୁଖକୁ ଆସିପାରିଛି । ମହିଳା ଏବଂ ଶିଶୁ ବିକାଶ ପ୍ରକଳ୍ପର ଏକ ଫ୍ଲାଗସିପ୍ ଭାବରେ ଅନୀଲ ଅଗ୍ରୱାଲ ଫାଉଣ୍ଡେସନ ଅଧିନସ୍ଥ, ବେଦାନ୍ତର ଏକ ସାମାଜିକ ପ୍ରଭାବଶାଳୀ ଅଂଶ ଭାବରେ, ନନ୍ଦ ଘର ଭାରତର କୋଣ ଅନୁକୋଣରେ ଅଗଣିତ ନାଗରିକମାନଙ୍କ ପାଇଁ ଉଜ୍ଜ୍ୱଳ ଭବିଷ୍ୟତର ବୀଜ ବୁଣିପାରିଛି । ଏହି ପ୍ରକଳ୍ପ ଆଧୁନିକ ଅଙ୍ଗନବାଡ଼ି ନେଟୱାର୍କକୁ ଧରି ରଖିବା ସହିତ ପାରମ୍ପରିକ ଶିଶୁଯତ୍ନ ଠାରୁ ଆହୁରି ଆଗକୁ ଯାଇ ନିରାମୟ ବ୍ୟବସ୍ଥାର ଆହୁରି ବିସ୍ତୃତ ତଥା ବ୍ୟାପକତା ପ୍ରଦାନ କରିପାରିଛି । ଶୈଶବର ପ୍ରାରମ୍ଭିକ ଶିକ୍ଷା, ପୌଷ୍ଟିକତା ତଥା ସ୍ୱାସ୍ଥ୍ୟ ଆବଶ୍ୟକତା ଓ ମହିଳା ମାନଙ୍କର କୁଶଳ ବିକାଶ ଏବଂ ଅର୍ଥନୈତିକ ସଶକ୍ତିକରଣକୁ ଉପସ୍ଥାପିତ କରିବା ସହିତ, ପ୍ରକଳ୍ପ ନନ୍ଦ ଘର ଗୋଷ୍ଠୀଗୁଡ଼ିକୁ ସଶକ୍ତ କରିବା ସହିତ ଆସନ୍ତାକାଲିର ଏକ ସ୍ୱାସ୍ଥ୍ୟକର ରାସ୍ତା ଦେଖାଇପାରିଛି ।

ନନ୍ଦ ଘର ମିଶନର ଅନ୍ତରାତ୍ମା ସହିତ ସ୍ୱାସ୍ଥ୍ୟଯତ୍ନ ବ୍ୟାପକତାର ଅଭିବୃଦ୍ଧି ତଥା ସାରା ଭାରତରେ ବିଭିନ୍ନ ପଦକ୍ଷେପ ଜରିଆରେ ସ୍ଥାନୀୟ ଗୋଷ୍ଠୀ ମାନଙ୍କ ମଧ୍ୟରେ ଏହାର ଗ୍ରହଣୀୟତାର ବୃଦ୍ଧିର ପ୍ରତିଶ୍ରୁତିବଦ୍ଧତାର ଅଟଳତା ଲୁଚି ରହିଛି । “ଗ୍ରାମ୍ୟ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଦିବସ” (ଭିଏଚଏନଡ଼ି) ପାଳନ ଏହି ନନ୍ଦ ଘର ଅଧିନସ୍ଥ ତଥା ପରିଚାଳିତ ଏକ ବିଶେଷ ପଦକ୍ଷେପ ଅଟେ ଯାହା ସାରା ଭାରତରେ ପ୍ରତ୍ୟେକ ମାସରେ ଆୟୋଜିତ ହୋଇଥାଏ । ଏଭଳି ଏକ ଶିବିର ସେଠାକାର ସ୍ଥାନୀୟ ବାସିନ୍ଦା ନିତାଞ୍ଜଳୀ ପ୍ରଧାନ ତାଙ୍କ ପୁଅ ହରପ୍ରିତକୁ ନିୟମିତ ଚିକିତ୍ସା ପାଇଁ ଆଣିଥାନ୍ତି । ହରପ୍ରିତ ଜଣେ ଦିବ୍ୟାଙ୍ଗ ଅଟନ୍ତି ଏବଂ ଏହି ପରୀକ୍ଷଣ ସମୟରେ ନନ୍ଦ ଘରର କର୍ମଚାରୀ ମାନେ ଦେଖିବାକୁ ପାଇଲେ ହରପ୍ରିତ ଅତି ଭୟଙ୍କର ଭାବରେ ଅପପୁଷ୍ଟି ଆକ୍ରାନ୍ତ ଥିଲେ ଏବଂ ତାଙ୍କ ବୟସ ତୁଳନାରେ ଅତ୍ୟନ୍ତ ଦୁର୍ବଳ ତଥା ଯଥେଷ୍ଟ କମ୍ ଓଜନର ଥିଲେ ।

ତାଙ୍କର ଏହି ଦିବ୍ୟାଙ୍ଗ ଅପପୁଷ୍ଟିତା ପରିସ୍ଥିତି ତାଙ୍କର ଶରୀର ବିକାଶରେ ବାଧକ ଥିଲା । ନନ୍ଦ ଘରରେ ଅବସ୍ଥାପିତ ଅଙ୍ଗନବାଡ଼ି କର୍ମୀ ତଥା ହରପ୍ରିତଙ୍କ ପରିବାର ସହିତ ଆଲୋଚନା ପରେ ତାଙ୍କୁ ଭବାନୀପାଟଣାସ୍ଥିତ ପୁଷ୍ଟିକର ଥଇଥାନ କେନ୍ଦ୍ର (ଏନଆରସି)କୁ ସ୍ଥାନାନ୍ତରିତ କରାଯାଇଥିଲା ଏବଂ ସେଠାରେ ତାଙ୍କୁ “ରାଷ୍ଟ୍ରୀୟ ବାଳ ସୁରକ୍ଷା କାର୍ଯ୍ୟକ୍ରମ” ସାହାଯ୍ୟରେ ଦୀର୍ଘ ୧୫ଦିନ ପର୍ଯ୍ୟନ୍ତ ଏକ ବିସ୍ତୃତ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା । ଏନଆରସି ଠାରେ ଏହି ବିଶେଷ ସ୍ୱାସ୍ଥ୍ୟସେବା ପ୍ରଦାନ ଫଳରେ ହରପ୍ରିତଙ୍କ ଓଜନ ୫.୬ କେଜିରୁ ୮.୧ କେ.ଜି.କୁ ବୃଦ୍ଧି ପାଇଥିଲା । ବର୍ତ୍ତମାନ ହରପ୍ରିତ ଏହି ସୁନ୍ଦର ସ୍ୱାସ୍ଥ୍ୟ ତଥା ଉତ୍ତମ ପୋଷଣ ଦ୍ୱାରା ନନ୍ଦଘର ଠାରେ ରହିଥିବା କର୍ମଚାରୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ତଥା ନିରବଚ୍ଛିନ୍ନ ପରାମର୍ଶ ଦ୍ୱାରା ନିଜର ପ୍ରାରମ୍ଭିକ ଶିକ୍ଷା ଆରମ୍ଭ କରିଥିଲା ଏବଂ ସୁସ୍ଥ-ନିରାମୟ ସ୍ୱାସ୍ଥ୍ୟକର ଜୀବନ ଆରମ୍ଭ କରିଥିଲା । ସେହିପରି, ଝାରସୁଗୁଡ଼ା ସ୍ଥିତ ହିରିମା ମୁଣ୍ଡାପଡ଼ା ଗ୍ରାମର କୁନ୍ତଳା ମୁଣ୍ଡା ଯେକି ଜଣେ ଦିନ ମଜୁରିଆ ମହିଳା ଅଟନ୍ତି ତାଙ୍କର ପୁଅ ଚିଣ୍ଟୁକୁ ଏହି ନନ୍ଦ ଘରକୁ ତାର ସ୍ୱାସ୍ଥ୍ୟରେ ଭୀଷଣ ଅବନତୀ ତଥା ଖାଦ୍ୟ ଅଭ୍ୟାସରେ ଅନିୟମିତତାକୁ
ନେଇ ଆସିଥିଲେ । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ପରେ ସେ ଅପପୁଷ୍ଟିକତାର ଶିକାର ହୋଇଥିବା ଦେଖାଯାଇଥିଲା ।

ପରବର୍ତ୍ତୀ ସମୟରେ ନନ୍ଦ ଘରର କର୍ମଚାରୀମାନେ ପିଲାଟିର ପରିବାର ସହିତ ଆଲୋଚନା କରି ନିକଟସ୍ଥ ପୁଷ୍ଟିକର ଥଇଥାନ କେନ୍ଦ୍ରକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ଠିକ୍ ୧୫ଦିନର ଉପଯୁକ୍ତ ଚିକିତ୍ସା ଫଳରେ ତାର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେଇଥିଲା ଏବଂ ସେ ଘରକୁ ଫେରିଥିଲା । ତାପରଠାରୁ ନନ୍ଦଘର ପ୍ରକଳ୍ପ ସହାୟତାରେ କୁନ୍ତଳା ମୁଣ୍ଡାଙ୍କ ଘରେ ଏକ ପୌଷ୍ଟିକ ବଗିଚାର ବ୍ୟବସ୍ଥା କରାଯାଇଥିଲା ଯାହା ଦ୍ୱାରା ପ୍ରତ୍ୟେକ ପରିବାରକୁ ତଟକା ପନିପରିବା ପାଇବାର ସମସ୍ତ ସାହାଯ୍ୟ ଅପହଞ୍ଚ ଅଞ୍ଚଳରେ ଗ୍ରାମର ଅବସ୍ଥିତି ଥାଇ ମଧ୍ୟ ଯୋଗାଇ ଦିଆଯାଇଥିଲା । ଅଙ୍ଗନବାଡ଼ି ଦିଦିମାନଙ୍କର ପରାମର୍ଶ ସହିତ କୁନ୍ତଳାଙ୍କ ପରିବାର ନନ୍ଦ ଘର ଠାରେ ଅବସ୍ଥାପିତ ପୌଷ୍ଟିକ ସଚେତନତା ଅଧିବେସନରେ ନିୟମିତ ଭାବରେ ଯୋଗ ଦେବା ସହିତ ସେମାନଙ୍କ ଜୀବନଶୈଳୀରେ ଏହି ପୁଷ୍ଟିକର ଅଭ୍ୟାସକୁ କିପରି ବଳବତର ରଖିପାରିବେ ତାହା ମଧ୍ୟ ସେମାନଙ୍କୁ ଭଲ ଭାବରେ ବୁଝାଇ ଦିଆଯାଉଥିଲା । ଅଙ୍ଗନବାଡ଼ି ଦିଦିମାନେ ମଧ୍ୟ ଚିଣ୍ଟୁର ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କୁନ୍ତଳାଙ୍କ ଘରକୁ ନିୟମିତ ପରିଦର୍ଶନ କରୁଥିଲେ ।

ଆଜି ହଜାର ହଜାର ସଂଖ୍ୟାର ଅଙ୍ଗନବାଡ଼ି ଦିଦି ନନ୍ଦ ଘର ସହାୟତା ତଥା ନିରବଚ୍ଛିନ୍ନ ପ୍ରଚେଷ୍ଟା ସହିତ ସାରା ଭାରତ ବର୍ଷରେ ଜୀବନ ଧାରଣର ଏକ ରୂପାନ୍ତରୀକରଣ ଧାରା ତଥା ଏକ ମାନବୀୟ ସ୍ୱାସ୍ଥ୍ୟ ଚିକିତ୍ସା ତଥା ସମ୍ପ୍ରଦାୟ ଗୁଡ଼ିକର ଉପଯୁକ୍ତ ପୋଷଣର ପୁରା ଦାୟିତ୍ୱ ଜାରି ରଖିଛନ୍ତି । ଜଣେ ଅଙ୍ଗନବାଡ଼ି ଦିଦି ଅତି ଗର୍ବର ସହିତ ଯାହା କହିଛନ୍ତି ତାହା ହେଉଛି, “ଆମର ପ୍ରତିଶ୍ରୁତିବଦ୍ଧତା ଅତି ସରଳ ଅଟେ- ଯାହାକି ପ୍ରତ୍ୟେକ ପିଲାଙ୍କ ମଧ୍ୟରେ ରହିଛି ଏବଂ ଏକ ସୁଖମୟ ସୁସ୍ଥ ଜୀବନ ପରିବାର ମଧ୍ୟରେ ଗଢ଼ି ତୋଳିବାରେ ଏହା ସହାୟ ହୋଇପାରିଛି । ହୋଇପାରୁ ଆମେ ଜଣେ ଜଣେ ପଥ ପ୍ରଦର୍ଶକ କିନ୍ତୁ ସେହି ପରିବାର ଗୁଡ଼ିକର ନମନୀୟ ଗୁଣ ଅଟେ ଯାହାକି ବାସ୍ତବରେ ଆମେ ମିଶନକୁ ଇନ୍ଧନ ଯୋଗାଇପାରିଛି ।”

ନନ୍ଦ ଘରର ଏହି ପ୍ରଭାବ ରହିଥିବା ବ୍ୟକ୍ତିଗତ ସଫଳ କାହାଣୀ ଠାରୁ ବହୁ ଉର୍ଦ୍ଧ୍ୱକୁ ଟାଣି ହୋଇଯାଇଛି । ଏହି ପ୍ରକଳ୍ପ ମାଧ୍ୟମରେ ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଯେଉଁ ସକାରାତ୍ମକ ପ୍ରଭାବ ଛାଡ଼ିଯାଇଛି ତା ମଧ୍ୟରେ ସାମିଲ ଅଛନ୍ତି ୦-୬ ବର୍ଷ ବୟସର, ୧,୨୦,୦୦ରୁ ଅଧିକ ସଂଖ୍ୟକ ଶିଶୁ, ଏଥିସହିତ ଏକଲକ୍ଷରୁ ଅଧିକ ସ୍ତନଦାୟୀ ମା, ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ପହଞ୍ଚିଥିବା ପ୍ରାୟ ୫୮ ଲକ୍ଷ ହିତାଧିକାରୀ ତଥା ୧,୭୦,୦୦୦ରୁ ଅଧିକ ମହିଳା ଯେଉଁମାନେକି କୁଶଳୀ କାର୍ଯ୍ୟକ୍ରମରେ ସାମିଲ ହୋଇପାରିଛନ୍ତି । ନନ୍ଦଘରର ଏହି ସମନ୍ୱିତ ସ୍ୱାସ୍ଥ୍ୟଯତ୍ନ ମଡ଼େଲ ସ୍ୱାସ୍ଥ୍ୟକର ଗୋଷ୍ଠୀ ପ୍ରସ୍ତୁତରେ
ମଧ୍ୟ ଫଳପ୍ରସୁ ହୋଇପାରିଛି । ନନ୍ଦଘରରେ ରହିଥିବା ୨୫-୩୦ଟି କ୍ଲଷ୍ଟର ପ୍ରତ୍ୟେକ ମୋବାଇଲ ମେଡ଼ିକାଲ ୟୁନିଟ (ଏମଏମୟୁ) ବା ଟେଲିମେଡ଼ିସିନ୍ କିଟ ବା ନିୟମିତ ସ୍ୱାସ୍ଥ୍ୟ ଶିବିର ଆୟୋଜନ ବା ଡ଼ାକ୍ତର ଏବଂ ପାରାମେଡ଼ିକାଲ ଦଳ ବା ଜରୁରୀକାଳୀନ ପ୍ରାଥମିକ ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସୁସଜ୍ଜିତ ।
ଅନିଲ ଅଗ୍ରୱାଲ ଫାଉଣ୍ଡେସନ ଯେହେତୁ, ଗୋଷ୍ଠୀ ସଶକ୍ତିକରଣ, ଅଭିନବୀକରଣ ଜୀବନଧାରା ତଥା ଉତ୍ସାହ ପ୍ରଦାନକାରୀ ବିକାଶର ଜୟଯାତ୍ରାରେ ଆଗକୁ ବଢ଼ି ଚାଲିଛି, ନନ୍ଦଘର ସମ୍ମୁଖ ଭାଗରେ ଦଣ୍ଡାୟମାନ ହୋଇ ଏହି ଗୋଷ୍ଠୀଗୁଡ଼ିକର ସ୍ୱାସ୍ଥ୍ୟଯତ୍ନର ସୁବିଧା ଗୁଡ଼ିକୁ ଆହୁରି ଅଧିକ ସହଜ କରି ଏଭଳି କାର୍ଯ୍ୟ ପାଇଁ ନିଜକୁ ବିଜୟୀ ଭାବରେ ପ୍ରତିପାଦନ କରିପାରିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy