ଆଇବିରେ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ, ଆବେଦନ କରନ୍ତୁ

0 781

ଇଣ୍ଟେଲିଜେନ୍ସ ବ୍ୟୁରୋ ACIO, JIO, SA ଓ ଅନ୍ୟାନ୍ୟ ପଦବୀ ପାଇଁ ଆବେଦନକୁ କରିବାକୁ ବିଜ୍ଞପ୍ତି ଜାରି କରିଛି। ଦୀର୍ଘ ଦିନ ଧରି ଇଣ୍ଟେଲିଜେନ୍ସ ବ୍ୟୁରୋ ମାଧ୍ୟମରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ। ଯୋଗ୍ୟ ପ୍ରାର୍ଥୀମାନେ ନିମ୍ନରେ ଦିଆଯାଇଥିବା ଠିକଣାରେ ସେମାନଙ୍କର ଆବେଦନ ପଠାଇ ଆବେଦନ ପ୍ରକ୍ରିୟା ସମାପ୍ତ କରିପାରିବେ। ଏହି ନିଯୁକ୍ତି ପାଇଁ ବିଜ୍ଞାପନ ନିଯୁକ୍ତି ଖବରରେ ପ୍ରକାଶିତ ହୋଇଛି। ଆବେଦନ ପାଇଁ ଶେଷ ତାରିଖ ହେଉଛି ବିଜ୍ଞାପନ ପ୍ରକାଶନ ତାରିଖ ଠାରୁ ୬୦ ଦିନ। ପ୍ରାର୍ଥୀମାନଙ୍କୁ ନିଯୁକ୍ତି ସମ୍ବନ୍ଧୀୟ ସୂଚନା ପଢ଼ିବାକୁ ପରାମର୍ଶ ଦିଆଯାଇଛି ।

ଏହି ନିଯୁକ୍ତି ମାଧ୍ୟମରେ ସଂଗଠନରେ ୬୬୦ ଟି ପଦବୀ ପୂରଣ ହେବ। ନିମ୍ନରେ ଦେଖନ୍ତୁ ପଦବୀ ବିବରଣୀ।

  • ACIO-I ଏକ୍ଜୁକିଟିଭ୍: ୮୦ ଟି ପୋଷ୍ଟ 
  • ACIO-II ଏକ୍ଜୁକିଟିଭ୍: ୧୩୬ ଟି ପୋଷ୍ଟ
  • JIO-I ଏକ୍ଜୁକିଟିଭ୍: ୧୨୦ ଟି ପୋଷ୍ଟ 
  • JIO-II ଏକ୍ଜୁକିଟିଭ୍: ୧୭୦ ଟି ପୋଷ୍ଟ
  • SA ଏକ୍ଜୁକିଟିଭ୍: ୧୦୦ ଟି ପୋଷ୍ଟ 
  • JIO-II ଏକ୍ଜୁକିଟିଭ୍: ୮ ଟି ପୋଷ୍ଟ 
  • ACIO-II / ସିଭିଲ୍ ୱାର୍କ: ୩ଟି ପୋଷ୍ଟ
  • JIO-I / MT: ୨୨ ଟି ପୋଷ୍ଟ 
  • କନଫେରେନ୍ସର୍-କମ-କୁକ୍: ୧୦ ଟି ପୋଷ୍ଟ 
  • ଏକ୍ଜୁକିଟିଭ୍: ୫ଟି ପୋଷ୍ଟ 
  • PA: ୫ ଟି ପୋଷ୍ଟ 
  • ପ୍ରିଣ୍ଟିଂ ପ୍ରେସ୍ ଅପରେଟର୍: ଗୋଟିଏ ପୋଷ୍ଟ 

ଶିକ୍ଷାଗତ ଯୋଗ୍ୟତା 
ପ୍ରାର୍ଥୀମାନେ ଯେଉଁମାନେ ଏହି ପଦବୀ ପାଇଁ ଆବେଦନ କରିବାକୁ ଚାହାଁନ୍ତି, ଦୟାକରି ଧ୍ୟାନ ଦିଅନ୍ତୁ ଯେ ପ୍ରତ୍ୟେକ ପଦ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଅଟେ। ତେଣୁ ପ୍ରାର୍ଥୀମାନଙ୍କୁ ସରକାରୀ ବିଜ୍ଞପ୍ତି ଦେଖିବାକୁ ପରାମର୍ଶ ଦିଆଯାଇଛି।

ବୟସ ସୀମା
ଏହି ପୋଷ୍ଟଗୁଡିକ ପାଇଁ ଆବେଦନ କରିବାକୁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୭ ବର୍ଷ ହେବା ଉଚିତ୍।

ଚୟନ ପ୍ରକ୍ରିୟା 
ଇଣ୍ଟେଲିଜେନ୍ସ ବ୍ୟୁରୋ (ଆଇବି) ନିଯୁକ୍ତି ୨୦୨୪ ପାଇଁ ଚୟନ ପ୍ରକ୍ରିୟାରେ ଲିଖିତ ପରୀକ୍ଷା, ସାକ୍ଷାତକାର ଓ ଡକ୍ୟୁମେଣ୍ଟ ଯାଞ୍ଚ ରାଉଣ୍ଡ ଅନ୍ତର୍ଭୁକ୍ତ। ସମସ୍ତ ପ୍ରକ୍ରିୟା ସମାପ୍ତ ହେବା ପରେ, ପ୍ରାର୍ଥୀମାନଙ୍କୁ ଚୟନ ରାଉଣ୍ଡ ପ୍ରକ୍ରିୟା ସମୟରେ ପ୍ରାପ୍ତ ମାର୍କ ଉପରେ ଆଧାର କରି ବିଭିନ୍ନ ପଦବୀ ଦିଆଯିବ ଯାହା ଆଧାରରେ ସେମାନଙ୍କୁ ଚୟନ କରାଯିବ। Www.mha.gov.in ୱେବସାଇଟ୍ ରେ ଉପଲବ୍ଧ ସରକାରୀ ବିଜ୍ଞପ୍ତିରେ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ସମ୍ବନ୍ଧରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ। ଅଫିସିଆଲ୍ ୱେବସାଇଟ୍ ବ୍ୟତୀତ ଅନ୍ୟ କୌଣସି ୱେବସାଇଟ୍ ଉପରେ ବିଶ୍ୱାସ କରନ୍ତୁ ନାହିଁ।

କିପରି କରିବେ ଆବେଦନ?
ଏହି ପଦବୀ ପାଇଁ ଆବେଦନ କରିବାକୁ, ପ୍ରାର୍ଥୀମାନଙ୍କୁ ସେମାନଙ୍କର ସମସ୍ତ ଡକ୍ୟୁମେଣ୍ଟ୍ ନିମ୍ନରେ ଦିଆଯାଇଥିବା ଠିକଣାରେ ପଠାଇବାକୁ ପଡିବ। ମନେରଖନ୍ତୁ ଡକ୍ୟୁମେଣ୍ଟଗୁଡିକ ଅରିଜିନାଲ ହେବା ଜରୁରୀ। ଯଦି କୌଣସି ପ୍ରାର୍ଥୀଙ୍କ ଦଲିଲ ନକଲି ବୋଲି ଜଣାପଡେ ତେବେ ତାଙ୍କ ପ୍ରାର୍ଥୀପତ୍ର ବାତିଲ ହେବ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy