ମମତାପାଲରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱରା ୪ଜି ଟାୱାର ର ଭିତ୍ତିପ୍ରସ୍ତର ସ୍ଥାପନ

0 1,112

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭାରତ ସଞ୍ଚାର ନିଗମ ଲିମିଟେଡ୍ (ବିଏସ୍‌ଏନ୍‌ଏଲ୍‌)ର ଓଡ଼ିଶା ୟୁନିଟ୍ ପକ୍ଷରୁ ଶନିବାର ମୟୂରଭଞ୍ଜ ଜିଲା ଅନ୍ତର୍ଗତ ବେତନଟୀ ବ୍ଲକର ମମତାପଲ ଗ୍ରାମରେ ୪ଜି ଟାୱାରର ଭିତ୍ତିପ୍ରସ୍ତର ହୋଇଯାଇଛି । ଏପରିକି ଓଡ଼ିଶାରେ ସ୍କିପର ଲିମିଟେଡ୍ ଜରିଆରେ ୪ଜି ଟାୱାର ସାଚୁରେଶନ ପ୍ରୋଜେକ୍ଟ (ସଂତୃପ୍ତୀକରଣ ପ୍ରକଳ୍ପ) କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବାଲେଶ୍ୱର ଏମ୍‌ପି ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ଉଭୟ ବିଏସ୍‌ଏନ୍‌ଏଲ୍ ତଥା ସ୍କିପର ଲିମିଟେଡ୍‌ର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏ ସମ୍ପର୍କରେ ସ୍କିପର ଲିମିଟେଡ୍‌ର ନିର୍ଦ୍ଦେଶକ ସରନ୍ ବଂଶଲ କହିଛନ୍ତି, ଏହି ଭିତ୍ତିପ୍ରସ୍ତର କାର୍ଯ୍ୟକ୍ରମରେ ଉଭୟ କେନ୍ଦ୍ରମନ୍ତ୍ରୀ ଓ ଏମ୍‌ପିଙ୍କ ଉପସ୍ଥିତି ପାଇଁ ଆମେ ବେଶ୍ ଉତ୍ସାହିତ ଅଛୁ । ଏପରିକି ଗ୍ରାମାଞ୍ଚଳ କ୍ଷେତ୍ରରେ ମୋବାଇଲ ସଂଯୋଗୀକରଣ, ଯୋଗାଣ ତଥା ଏ ଦିଗରେ ସରକାରଙ୍କର ଦୂରଦୃଷ୍ଟିକୁ ଆହୁରି ପ୍ରଶସ୍ତ କରିବା ସହିତ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଏବଂ ତତ୍‌ସହିତ ଆମର ଯତ୍‌କିଞ୍ଚତ୍ତ୍ ଅଂଶଗ୍ରହଣ ଆମ ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ସେ ବିସ୍ତୃତ ଭାବେ ମତପ୍ରକାଶ କରିଛନ୍ତି ।

ସେହିଭଳି ମୋବାଇଲ ବ୍ରଡ୍‌ବ୍ୟାଣ୍ଡ ଜରିଆରେ ଗ୍ରାମଞ୍ଚଳ କ୍ଷେତ୍ରର ଯୁବବର୍ଗଙ୍କ ମଧ୍ୟରେ ନିୟୋଜନ ପ୍ରକ୍ରିୟାକୁ ପ୍ରୋତ୍ସାହନ କରିବା ପାଇଁ ଏହି ୪ଜି ସାଚୁରେଶନ ପ୍ରୋଜେକ୍ଟ (ସଂତୃପ୍ତୀକରଣ ପ୍ରକଳ୍ପ) ବିଭିନ୍ନ ପ୍ରକାର ଇ- ଗଭର୍ନାନ୍ସ ସେବା, ବ୍ୟାଙ୍କିଙ୍ଗ୍ ସେବା, ଟେଲି ମେଡିସିନ ତଥା ଟେଲି ଶିକ୍ଷା ଭଳି ବିଭିନ୍ନ ସେବାକୁ ତ୍ୱରାନ୍ୱିତ କରିପାରିବ । ସେହିପରି ସ୍କିପର ଲିମିଟେଡ୍‌କୁ ୨୦୨୨ ଡିସେମ୍ବରରେ ବିଏସ୍‌ଏନ୍‌ଏଲ୍ ଭୂପୃଷ୍ଠ ସଂଲଗ୍ନ ଟେଲିକମ୍ ଟାୱାରର ଯୋଗାଣ ତଥା ଖନନ କାର୍ଯ୍ୟ, ସେବା ପ୍ରଦାନକାରୀ (ଏଲ୍‌ଏଏଏସ୍‌ପି) ଭାବେ ଚୟନ କରିଥିଲା ।

ଉଲ୍ଲେଖଯୋଗ୍ୟ,ସ୍କିପର ଲିମିଟେଡ୍ ହେଉଛି, ଶକ୍ତି ସଞ୍ଚାରଣ ଓ ବଣ୍ଟନ ସରଞ୍ଚନା ତଥା ଯୋଗାଯୋଗ ଏବଂ ରେଳବାଇ ସରଞ୍ଚନା କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ନିର୍ମାଣ ପ୍ରତିଷ୍ଠାନ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy