କିମ୍‌ସ ଡାକ୍ତରଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାର

0 228

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): କଳିଙ୍ଗ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍‌ସେସ୍‌(କିମ୍‌ସ)ର ବିଶିଷ୍ଟ ଚର୍ମରୋଗ ବିଶେଷଜ୍ଞ ଡା. ହେମନ୍ତ କୁମାର କରଙ୍କୁ ଓଡ଼ିଶା ସରକାରଙ୍କ ପକ୍ଷରୁ ସମ୍ମାନଜନକ ଜୀବନବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି । କୁଷ୍ଠ ରୋଗ ଚିକିତ୍ସା କ୍ଷେତ୍ରରେ ଅତୁଳନୀୟ ଅବଦାନ ଏବଂ ଗୁରୁତ୍ୱପୂର୍ଣ୍ଣ ଗବେଷଣା ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି । ଚର୍ମରୋଗ ବିଜ୍ଞାନର ଅଗ୍ରଗତି ପାଇଁ ଡା. କର ନିଜକୁ ଉତ୍ସର୍ଗ କରିଛନ୍ତି । କୁଷ୍ଠ ରୋଗର ଅଧ୍ୟୟନ ଓ ଚିକିତ୍ସା ପାଇଁ ତାଙ୍କର ଅକ୍ଳାନ୍ତ ପ୍ରୟାସ ଏବଂ ପ୍ରତିବଦ୍ଧତା ଏହି ରୋଗ ପରିଚାଳନାକୁ ଯଥେଷ୍ଟ ସହାୟତା ପ୍ରଦାନ କରିବ ବୋଲି କୁହାଯାଇଛି ।

ଚର୍ମରୋଗ ଓ କୁଷ୍ଠ ଗବେଷଣାକୁ ଆଗେଇ ନେବାରେ ଡ. କରଙ୍କ ଉଲ୍ଲେଖନୀୟ ଭୂମିକା ରହିଛି । ଡା. କର ନିଜର ଜ୍ଞାନ ଓ ଅଭିଜ୍ଞତା ବଳରେ କ୍ଲିନିକାଲ ଅଭ୍ୟାସରେ ଉତ୍କୃୃଷ୍ଟତା ଏବଂ ଗବେଷଣା ମୂଳକ ପଦକ୍ଷେପ ନେଇଛନ୍ତି । ଏହି ସମ୍ମାନ ପାଇଁ ତାଙ୍କୁ କିଟ୍‌, କିସ୍ ଏବଂ କିମ୍‌ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ  ଅଭିନନ୍ଦନ ଜଣାଇଛନ୍ତି । ତାଙ୍କର ଏହି ସଫଳତା ଚିକିତ୍ସା କ୍ଷେତ୍ରରେ ଥିବା ସମସ୍ତଙ୍କ ପାଇଁ ପ୍ରେରଣା ଯୋଗାଇବ ଏବଂ ଚିକିତ୍ସା ଜ୍ଞାନକୁ ଆଗକୁ ବଢ଼ାଇବାରେ ସହାୟକ ହେବ ବୋଲି ଶ୍ରୀ ସାମନ୍ତ କହିଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy