ସୂର୍ଯ୍ୟ ଏବଂ ଶନିଙ୍କ ପ୍ରଭାବ… ଏହି ୫ଟି ରାଶିକୁ ବଡ଼ ଲାଭ

0 293

ଫେବୃଆରୀ ୧୩ ତାରିଖ ଦିନ ସୂର୍ଯ୍ୟ କୁମ୍ଭ ରାଶିରେ ଚଳନ କରିବେ । ପୂର୍ବରୁ କୁମ୍ଭରେ ଶନି ଚଳନ କରିସାରିଛନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟ ଏବଂ ଶନି ପରସ୍ପରର ଶତ୍ରୁ ଭାବରେ ବିବେଚନା କରାଯାଏ। କିନ୍ତୁ ବର୍ତ୍ତମାନ ସ୍ଥିତି କିଛି ଭିନ୍ନ ହୋଇଥିବାରୁ କୁମ୍ଭରେ ସୂର୍ଯ୍ୟ ଏବଂ ଶନିଙ୍କ ଚଳନ ୫ଟି ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଯେତେବେଳେ ସୂର୍ଯ୍ୟ କୌଣସି ରାଶି ଦୃଢ ସ୍ଥିତିରେ ଥାଆନ୍ତି, ଏହାର ପ୍ରଭାବରେ କର୍ମକ୍ଷେତ୍ରରେ ଅନେକ ଲାଭ ଏବଂ ସମ୍ମାନ ମିଳିଥାଏ । କେଉଁ ୫ଟି ରାଶି ସୂର୍ଯ୍ୟ ଏବଂ ଶନିଙ୍କ ଚଳନରୁ ଲାଭ ପାଇବ ଆସନ୍ତୁ ଜାଣିବା ।

ମେଷ
ସୂର୍ଯ୍ୟ ଏବଂ ଶନିଙ୍କ ଚଳନ ମେଷ ରାଶିର ଲୋକଙ୍କ ପାଇଁ ଚମତ୍କାର ସାବ୍ୟସ୍ତ ହେବାକୁ ଯାଉଛି । ଏହି ସମୟ ମଧ୍ୟରେ ଆପଣ ଆପଣଙ୍କ ସମସ୍ତ ପ୍ରୟାସରେ ଉଚ୍ଚ ସଫଳତା ପାଇବେ । ଆପଣଙ୍କର ସମସ୍ତ ଇଚ୍ଛା ପୂରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପିତାମାତାମାନେ ନିଜ ପିଲାମାନଙ୍କଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବେ । କ୍ୟାରିଅର କ୍ଷେତ୍ରରେ ପଦୋନ୍ନତି ପାଇବାର ଯୋଗ ରହିଛି । ବ୍ୟବସାୟୀମାନେ ମଧ୍ୟ ଭଲ ଲାଭ ପାଇବେ । ନିଜ ଭିତରେ ଏକ ଭିନ୍ନ ଆତ୍ମବିଶ୍ୱାସ ସୃଷ୍ଟି ହେବ । ପାରିବାରିକ ଜୀବନରେ ଜୀବନସାଥୀଙ୍କ ସହ ଆପଣଙ୍କର ସମ୍ପର୍କ ମଜବୁତ ହେବ ।

ବୃଷ
ସୂର୍ଯ୍ୟ ଏବଂ ଶନିଙ୍କ ସଂଯୋଗରୁ ତୁଳା ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ବହୁତ ଭଲ ଫଳ ମିଳିବ । ଆପଣ ବିଦେଶରେ ସମ୍ପତ୍ତି କିଣିବାର ସୁଯୋଗ ପାଇବେ । ପୁଞ୍ଜି ବିନିଯୋଗରେ ଆପଣ ଭଲ ଲାଭ ପାଇବାର ସମ୍ଭାବନା ରହିଛି । ବ୍ୟବସାୟରେ ଭଲ ସଫଳତା ମିଳିବ । ଆର୍ଥିକ ପରିସ୍ଥିତି ସୁଦୃଢ ରହିବ । ନିଜ ସମ୍ପର୍କକୁ ସୁଦୃଢ କରିବାରେ ସଫଳ ହେବେ ।

ମିଥୁନ
କୁମ୍ଭରେ ସୂର୍ଯ୍ୟ ଏବଂ ଶନିଙ୍କ ମିଳନ କାରଣରୁ ମିଥୁନ ରାଶିର ଲୋକମାନଙ୍କୁ ଭଲ ସଫଳତା ମିଳିବ । ଜୀବନରେ ପ୍ରଗତି ପାଇଁ ଅନେକ ଭଲ ସୁଯୋଗ ପାଇବେ । ଏହି ଚଳନ ସମୟରେ ଆପଣ ଗୋଟିଏ ପରେ ଗୋଟିଏ ସଫଳତାର ସିଡି ଚଢିବେ । ବ୍ୟବସାୟୀମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ । ଏହି ସମୟ ମଧ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ ।

କନ୍ୟା
ସୂର୍ଯ୍ୟ ଏବଂ ଶନିର ଚଳନ କାରଣରୁ କନ୍ୟା ରାଶିର ଲୋକମାନଙ୍କୁ ଶୁଭଫଳ ମିଳିବ । ଏହି ସମୟ ମଧ୍ୟରେ ବ୍ୟବସାୟୀମାନେ ଭଲ ଲାଭ ପାଇବେ । ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ପୂର୍ବ ଅପେକ୍ଷା ଅଧିକ ମଧୁରତା ହେବ । ଆପଣଙ୍କର ସ୍ୱାସ୍ଥ୍ୟ ମଧ୍ୟ ପୂର୍ବ ଅପେକ୍ଷା ଅଧିକ ଭଲ ରହିବ ।

ଧନୁ
ଧନୁ ରାଶି ପାଇଁ ଏହି ସମୟ ଅତ୍ୟନ୍ତ ଭଲ । ପ୍ରତି କ୍ଷେତ୍ରରେ ପିତାଙ୍କ ଠାରୁ ସମ୍ପୂର୍ଣ୍ଣ ସମର୍ଥନ ପାଇବ । ବିଦେଶୀ ଉତ୍ସରୁ ଆପଣଙ୍କୁ ଆର୍ଥିକ ଲାଭ  ମିଳିପାରେ। ଲୋକଙ୍କଠାରୁ ପ୍ରଶଂସା ମିଳିବ । ଆର୍ଥିକ ସ୍ଥିତି ଭଲ ରହିବ । ଜୀବନସାଥୀଙ୍କ ସହ ଉତ୍ତମ ବୁଝାମଣା ରହିବ ।

Disclaimer: ଏଠାରେ ଦିଆଯାଇଥିବା ସମସ୍ତ ତଥ୍ୟ ସୂଚନା ଆଧାରରେ ପ୍ରକାଶିତ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy