ଏହି ରାଶିଙ୍କର ଆରମ୍ଭ ହେବ ଶୁଭ ଦିନ

0 165

ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ। ଜ୍ୟୋତିଷ ଶାସ୍ତ୍ରର ନବଗ୍ରହଙ୍କ ମଧ୍ୟରେ ଶନି ମହାଗ୍ରହଙ୍କର ସ୍ଥାନ ସପ୍ତମ ଅଟେ।  ଶନି ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିବା ପାଇଁ ପ୍ରାୟ ଅଢେଇ ବର୍ଷ ସମୟ ନେଇଥାଆନ୍ତି। ଶନି ବର୍ତ୍ତମାନ କୁମ୍ଭ ରାଶିରେ ବିରାଜମାନ ଅଛନ୍ତି। ଏ-ହି ରାଶିରେ ଶନି ମହାରାଜ୍ ମାର୍ଚ୍ଚ  ୨୯, ୨୦୨୫ ପର୍ଯ୍ୟନ୍ତ ରହିବ। ଏବଂ ୨୬ ମାର୍ଚ୍ଚରେ ଶନି କୁମ୍ଭ ରାଶି ଛାଡି ମୀନ ରାଶିରେ ପ୍ରବେଶ କରିବେ। ଏହି ଦିନ ଠାରୁ ମେଷ ରାଶିଙ୍କର ଶନି ଶାଢେ ସାତୀ ଆରମ୍ଭ ହେବ। ଏବଂ ମକର ରାଶିର ଶନି ଶାଢେ ସାତୀ ଦଶା ଶେଷ ହେବ। ଏହି କ୍ରମରେ ଶନି ମହାରଜ୍ ଚଳିତ ମାସ ୧୨ ତାରିଖରେ ସକାଳ ୮ଟା ୪୦ ମିନିଟ୍ ସମୟରେ ପୂର୍ବାଭାଦ୍ରପଦା ନକ୍ଷେତ୍ରକୁ ଚଳନ କରିବେ। ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ୩ ପାଇଁ ଅତ୍ୟନ୍ତ ମଙ୍ଗଳମୟ ରହିବ।…

ଏହି ସବୁ ରାଶି ଉପରେ ଧନବର୍ଷା କରିବେ ଶନି ମହାରାଜ୍ 

ମେଷ: ଶନିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶିର ଭାଗ୍ୟରେ ବିରାଟ ପରିବର୍ତ୍ତନ ଆଣିବ। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ପୁରୁଣା ବିନିଯୋଗରୁ ଲାଭ ପାଇବେ। ଏହି ଅବଧି ମଧ୍ୟରେ ଆପଣଙ୍କ ମନ ବିଚଳିତ ହୋଇପାରେ। ଭାବିଚିନ୍ତି ଠିକ୍ ନିସ୍ପତି ନିଅନ୍ତୁ । କଠିନ ପରିଶ୍ରମର ଫଳ ପାଇବେ। ବିଶେଷକରି, ସରକାରୀ ଚାକିରି କରୁଥିବା ଲୋକେମାନଙ୍କର ପଦୋନ୍ନତି ହେବାର ସମ୍ଭାବନା ରହିଛି। ବୈବାହିକ ଜୀବନ ସୁଖମୟ ହେବା ସହିତ ୨୦୨୫ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଟଙ୍କାର ଅଭାବ ରହିବନି। 

ମକର:  ଏ-ହି ରାଶିରେ ଶନି ଶାଢେ ସାତୀର ଶେଷ ପର୍ଯ୍ୟାୟ ଚାଲିଛି। ମକର ରାଶିର ପ୍ରଭୁ ହେଉଛନ୍ତି ଶନି ମହାରାଜ୍। ବିଶେଷକରି, କ୍ୟାରିୟରେ ସଫଳତା ପ୍ରାପ୍ତ କରିବେ। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି। ଉଚ୍ଚ ଶିକ୍ଷାରେ ସଫଳତା ପ୍ରାପ୍ତ କରିବେ। କର୍ମକ୍ଷେତ୍ରରେ ଆପଣଙ୍କ କାର୍ଯ୍ୟକୁ ବରିଷ୍ଠ ଅଧିକାରୀ ପ୍ରଂଶସା କରିବେ।  ଏହି ଅବଧି ମଧ୍ୟରେ କୌଣସି ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରିବେ। ଆୟର ଉତ୍ସ ବଢିବ। ପ୍ରେମ ଜୀବନରେ ମଧୁରତା ଭରିବା ସହ ଭାଙ୍ଗି ଯାଇଥିବା ସମ୍ପର୍କ ପୁଣି ଥରେ ଯୋଡି଼ ହେବ। ଜୀବନ ସାଥୀଙ୍କ ସହ ହୋଇଥିବା ଭୁଲ୍ ବୁଝାବଣା ଦୂର ହେବ। 

କୁମ୍ଭ: ଶନି ମହାରାଜଙ୍କ ଶୁଭଦୁଷ୍ଟି ଏହି ରାଶି ଉପରେ ରହିଛି । ଚଳିତ ବର୍ଷ ଏହି ରାଶିର ବ୍ୟକ୍ତିଙ୍କୁ ଧନର ଅଭାବ ହେବନି। ଆର୍ଥିକ ସ୍ଥିତି ମଜବୁତ୍ ହେବା ସହ ଆକସ୍ମିକ ଧନଲାଭର ଯୋଗ ରହିଛି। ସମସ୍ତ କାର୍ଯ୍ୟରେ ଭାଗ୍ୟ ଆପଣଙ୍କୁ ପୂର୍ଣ୍ଣ ସାଥ୍ ଦେବ। ବିଦେଶ ଯାତ୍ରା କରିପାରନ୍ତି। ଆଇଟି କ୍ଷେତ୍ରରେ ଜଡି଼ତ ଲୋକଙ୍କ ପାଇଁ ବିଦେଶରୁ ଭଲ ଚାକିରି ଅଫର ଆସିପାରେ। ସନ୍ତାନ ପ୍ରାପ୍ତିର ଖବର ପାଇ ମନ ପ୍ରଫୁଲ୍ଲିତ ରହିବ। ବ୍ୟବସାୟୀ ମାନେ ମଧ୍ୟ ଶୁଭଫଳ ପାଇବେ। 

Disclaimer:ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ । କେବଳ ସୂଚନା ପାଇଁ ଦିଆଯାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy