ସୃଷ୍ଟି ହେଲା ଲଘୁଚାପ, ଦଶହରାରେ ଝଡ଼ ବର୍ଷା ସମ୍ଭାବନା

0 395

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ରମଶଃ ଘନିଭୂତ ହେବାରେ ଲାଗିଛି । ଆସନ୍ତା ୨୩ ତାରିଖ ବେଳକୁ ଏହା ଅଧିକ ଘନିଭୂତ ହୋଇ ଅବପାତର ରୂପ ନେବ । ତେବେ ଦଶହରା ବେଳକୁ ଝଡ ତୋଫାନ ସହ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।

ତେବେ ଉପକୂଳ ଓଡ଼ିଶାରେ ବଡ ବର୍ଷା ସମ୍ଭାବନା ରହିଛି । ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ବର, ଭଦ୍ରକ, କେନ୍ଦୁଝର, ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ ଏବଂ ଗଜପତିରେ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର ।

ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ । ଏଣୁ ଆଜିଠୁ ମତ୍ସଜୀବୀଙ୍କୁ ସମୁଦ୍ର ମନା କରାଯାଇଛି । ସିଷ୍ଟମ ଉପରେ ପାଣିପାଗ ବିଭାଗ ସ୍ବତନ୍ତ୍ର ନଜର ରଖିଛି । ୨୩ ତାରିଖ ମଧ୍ୟରେ ଏହା ଅବପାତରେ ପରିଣତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ ବୋଲି ପୂର୍ବାନୁମାନ କରାଯାଇଛି ।

ଅବପାତଟି କେନ୍ଦ୍ରୀୟ ବଙ୍ଗୋପସାଗରରୁ ରିକର୍ଭ କରି ଓଡ଼ିଶା ଉପକୂଳରେ ସମାନ୍ତରାଳ ଭାବରେ ପଶ୍ଚିମବଙ୍ଗ କିମ୍ବା ବାଂଲାଦେଶ ଉପକୂଳ ଅତିକ୍ରମ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଯଦି ତାହା ହୁଏ ୨୪ ତାରିଖରେ କଟକ ଏବଂ ଭୁବନେଶ୍ବର ସାଙ୍ଗକୁ ଉପକୂଳ ଓଡ଼ିଶାର ସବୁ ଜିଲ୍ଲାରେ ବର୍ଷା ହେବ । ୨୫ରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢିବ । ଲଘୁଚାପ ଏବେ ଓଡ଼ିଶା ଠାରୁ ପାଖାପାଖି ଏକ ହଜାର କିଲୋମିଟର ଦୂରରେ ଥିବାରୁ ଓଡ଼ିଶାରେ ପାଗ ଶୁଖିଲା ରହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy