ବିପଦକୁ ନିମନ୍ତ୍ରଣ କରନ୍ତୁ ନାହିଁ, ସଚେତନ କଲା ପୋଲିସ

0 308


ଭୁବନେଶ୍ୱର,(ରିପୋଟର୍ସ ପେନ) : ଅନେକ ସମୟରେ ଲୋକେ ବେପରୁଆ ଭାବେ ଟ୍ରେନ ଲାଇନ ପାର ହେଉଛନ୍ତି। ଫଳରେ ଅକାରଣରେ ଜୀବନ ଚାଲି ଯାଉଛି। ସେହିପରି ସେଲଫି ଓ ରିଲସ ନିଶାରେ ମସଗୁଲ ହୋଇ ଲୋକେ ମୃତ୍ୟୁ କୁ ନିମନ୍ତ୍ରଣ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ପୋଲିସ ଲୋକଙ୍କୁ ସଚେତନ କରିଛି।

ଟ୍ୱିଟ କରି ଓଡ଼ିଶା ପୋଲିସ କହିଛି, ସାମାନ୍ୟ ଖୁସି ପାଇଁ ବିପଦକୁ  ନିମନ୍ତ୍ରଣ କରନ୍ତୁ ନାହିଁ । ଛୋଟ ପିଲାକୁ ଧରି ଟ୍ରେନ ଟ୍ରାକରେ ସେଲଫି କିମ୍ବା ଫଟୋ ଉଠାନ୍ତୁ ନାହିଁ । କାରଣ ସାମାନ୍ୟ ଅସାବଧାନତା ଆପଣଙ୍କୁ ଏବଂ ପରିବାରକୁ ବିପଦରେ ପକାଇ ପାରେ । ଓଡ଼ିଶା ପୋଲିସର ଏଭଳି କାର୍ଯ୍ୟ କୁ ସାଧାରଣରେ ପ୍ରଶଂସା କରାଯାଉଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy