ସ୍ୱାଧିନତା ଦିବସ ଲାଗି ଫୁଲଡ୍ରେସ୍ ରିହରସାଲ ସରିଲା

0 235

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଆଉ ଦିନକ ପରେ ସାରା ଦେଶରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହେବ । ଭୁବନେଶ୍ୱରର ପ୍ରଦର୍ଶନୀ ପଡିଆରେ ମଧ୍ୟ ସ୍ୱାଧୀନତା ଦିବସ ପାଳିତ ହେବ । ଏଥିପାଇଁ ପ୍ରସ୍ତୁତି ଜୋରଦାରରେ ପ୍ରସ୍ତୁତି କରାଯାଇଛି । ହାତରେ ଆଉ ଗୋଟିଏ ଦିନ ସମୟ ଥିବାରୁ ଆଜି ଫୁଲଡ୍ରେସ୍ ରିହରସାଲ କରାଯାଇଛି । ଏଥିସହିତ ସହରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ରାଜ୍ୟସ୍ତରୀୟ ସ୍ୱାଧିନତା ଦିବସ ଲାଗି ଆଜି ରାଜଧାନୀର ପ୍ରଦର୍ଶନୀ ପଡିଆରେ ଫୁଲଡ୍ରେସ୍ ରିହରସାଲ କରାଯାଇଥିଲା । ତିନିଦିନ ଧରିି ଚାଲିଥିବା ରିହରସାଲ ପରେ ସୋମବାର ବିଶ୍ରାମ ଦିବସ ରହିଛି । ମଙ୍ଗଳବାର ଦିନ ସ୍ୱାଧିନତା ଦିବସ ମହାଆଡମ୍ବର ସହକାରେ ପାଳନ କରାଯିବ । ଆଜି ପରେଡ୍ ରିହରସାଲରେ ପୁଲିସ ଡିଜି ସୁନୀଲ ବଂଶଲ ସାମିଲ ହୋଇ ଅଭିବାଦନ ଗ୍ରହଣ କରିଥିଲେ ।

ପୁଲିସ ଡିଜି କହିଛନ୍ତି, ସ୍ୱାଧୀନତା ଦିବସ ପାଇଁ ସାରା ରାଜ୍ୟରେ ବ୍ୟାପକ ବ୍ୟବସ୍ଥା ହୋଇଛି । ମାଓ ଅଧ୍ୟୁଷିତ ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଏସବୁ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବ୍ୟାପକ କରାଯାଇଛି । ସେହିପରି ପୁଲିସ କମିଶନର କହିଛନ୍ତି, ରାଜ୍ୟସ୍ତରୀୟ ପରେଡ ପାଇଁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି । ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ପରେଡରେ ଅଭିବାଦନ ଗ୍ରହଣ କରିବାକୁଥିବାରୁ ୧୫ ପ୍ଲାଟୁନ ଫୋର୍ସ ମୁତୟନ ହେବେ ।

ସ୍ୱାଧୀନତା ଦିବସ ପାଇଁ ରାଜଧାନୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଭୁବନେଶ୍ୱର ପ୍ରତ୍ୟେକ ଛକରେ ଜୋରଦାର ଚେକିଂ ସହ ରାତିରେ ବ୍ଲକିଂ କରାଯାଉଛି । ଗତକାଲି ରାତିରେ କଟକ ରୋଡ, ନନ୍ଦନକାନନ ରୋଡ, ପୁରୀ ବାଇ ପାସ୍ ରୋଡ, ନୟାପଲ୍ଲୀ ଓ ଖଣ୍ଡିଗିର ଆଦି ଅଞ୍ଚଳରେ ବ୍ଲକିଂ କରାଯାଇଥିଲା । କିଏ କେଉଁ ଆଡକୁ ଯାଉଛନ୍ତି ଓ ଗାଡିରେ କଣ ଯାଉଛି ପୁଲିସ ତାର ତନାଘନା କରିଥିଲା ।

ଏଥିସହିତ ଡ୍ରାଇଭିଂ ଲାଇଲେନ୍ସ ସହ ଗାଡି କାଗଜପତ୍ର ଯାଞ୍ଚ ଓ କିଏ କେଉଁ ଉଦ୍ଦେଶ୍ୟରେ ଘରୁ ବାହାରକୁ ଯାଉଛନ୍ତି ସେନେଇ ତଦନ୍ତ କରୁଛି । ମଧ୍ୟରାତ୍ର ପର୍ଯ୍ୟନ୍ତ ଚେକିଂ ଚାଲିଥିଲା । ଡିସିପି ପ୍ରତୀକ ସିଂଙ୍କ ନେତୃତ୍ୱରେ ସମସ୍ତ ଅତିରିକ୍ତ ଡିସିପି ଏହାର ପରିଚାଳନା କରିଥିଲେ । ସେଫ୍ ସିଟି ଡ୍ରାଇଭ୍ ଭୁବନେଶ୍ୱର ଅଧୀନରେ ଏହି ଚେକିଂ କରାଯାଉଛି । ଏଭଳି ଅଭିଯାନ ଜାରି ରହିବ ବୋଲି ପୁଲିସ କହିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy