‘ମିଶନ ଇନ୍ଦ୍ରଧନୁଷ-ଅଭିଯାନ-୫’କୁ ବ୍ୟାପକ କରାଯିବ

0 195

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟରେ ବ୍ୟାପକ ଟୀକାକରଣ କାର୍ଯ୍ୟକ୍ରମ ‘ମିଶନ ଇନ୍ଦ୍ରଧନୁଷ-ଅଭିଯାନ-୫’କୁ ବ୍ୟାପକ କରାଯିବ। ଆଗାମୀ ସେପ୍ଟେମ୍ବର ୧୧ ରୁ ୧୬ ତାରିଖ, ଅକ୍ଟୋବର ୯ରୁ ୧୪ ତାରିଖ ଏବଂ ନଭେମ୍ବର ୬ରୁ ୧୧ ତାରିଖ ପର୍ଯ୍ୟନ୍ତ ୩ଟି ପର୍ଯ୍ୟାୟରେ ଟୀକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରତି ଥର ନିୟମିତ ଟୀକାକରଣ ଦିବସକୁ ମିଶାଇ ୬ ଦିନ ଧରି ଏହା ଅନୁଷ୍ଠିତ ହେବ।

ଜନ୍ମରୁ ୨୩ ମାସ ପର୍ଯ୍ୟନ୍ତ ଶିଶୁଙ୍କୁ ବୟସ ଅନୁସାରେ ନେବାକୁ ଥିବା ଟୀକା, ଆରମ୍ଭରୁ ଟୀକା ନ ନେଇଥିବା ଶିଶୁ, ସଂପୂର୍ଣ୍ଣ ଟୀକା କରଣ ହୋଇ ନଥିବା ଏବଂ ୨ ରୁ ୫ ବର୍ଷ ମଧ୍ୟରେ ଏମ୍‌ଆର-୧, ଏମ୍ଆର-୨, ପେଣ୍ଟା ଏବଂ ଓ ଓପିଭି ଡୋଜ ନେଇନଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ଟୀକାକରଣ କରିବା ଲକ୍ଷ୍ୟ ରହିଛି। ଏହି ଅଭିଯାନକୁ ସଫଳ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ କ୍ରିୟାନୁଷ୍ଠାନ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସମସ୍ତ ସହଯୋଗୀ ବିଭାଗର ସମନ୍ୱୟରେ ମିଶନକୁ ସଫଳ କରିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ଗୁରୁତ୍ୱାରୋପ କରିଛନ୍ତି।

ରାଜ୍ୟରେ ୨୦୧୫ ମସିହାରୁ ମିଶନ ଇନ୍ଦ୍ରଧନୁଷ ଅଭିଯାନ ଆରମ୍ଭ ହୋଇଛି, ଯେଉଁଥିରେ ସମସ୍ତ ବାଦ୍ ପଡ଼ିଥିବା ଶିଶୁ, ୨ ବର୍ଷ ପର୍ଯ୍ୟନ୍ତ ଶିଶୁ ଓ ଗର୍ଭବତୀ ମହିଳାଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ନିମନ୍ତେ  ସମ୍ପୂର୍ଣ୍ଣ ଟିକାକରଣ କରାଯିବା ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦ଟି ପର୍ଯ୍ୟାୟରେ ମିଶନ ଇନ୍ଦ୍ରଧନୁଷ ଅଭିଯାନ କରାଯାଇଛି। ଚଳିତ ଅଭିଯାନରେ ଟୀକାକରଣ କରାଯିବାକୁ ଥିବା ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ୟୁ-ୱିନ୍ (ଡିଜିଟାଲ୍ ପ୍ଲାଟଫର୍ମ)ରେ ପଞ୍ଜୀକରଣ କରିବା ଏବଂ ସ୍ୱତନ୍ତ୍ର ତଥା ଯୋଜନାବଦ୍ଧ ଭାବେ ସେମାନଙ୍କୁ ଆଇଏମ୍ଆଇ ଜରିଆରେ ଟୀକା ଦେବାକୁ ଲକ୍ଷ୍ୟ ରହିଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy