ଦେଶରେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

0 477

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଖାଲି ରାଜ୍ୟ ନୁହେଁ ବରଂ ସାରା ଦେଶରେ ବେଶ ଲୋକପ୍ରିୟ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିକଟରେ କରାଯାଇଥିବା ଏକ ସର୍ଭରୁ ଏହା ସ୍ପଷ୍ଟ ହୋଇଛି । ନବୀନଙ୍କ ପଛକୁ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

ଖବର ଅନୁଯାୟୀ, ଦେଶର ମୁଖ୍ୟମନ୍ତ୍ରୀମାନଙ୍କ ଲୋକପ୍ରିୟତା ଓ ଆପ୍ରୁଭାଲ ରେଟିଂ ଜାଣିବାକୁ ‘ଇଣ୍ତିଆ ଟୁଡ଼େ’ ପକ୍ଷରୁ ନିକଟରେ ଏକ ସର୍ବେକ୍ଷଣ କରାଯାଇଥିଲା । ତେବେ ‘ଇଣ୍ତିଆ ଟୁଡ଼େ ମୁଡ଼ ଅଫ ଦ ନେଶନ୍’ ସର୍ଭେ ମୁତାବକ ନବୀନ ଦେଶର ସର୍ବାଧିକ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଅଟନ୍ତି । ୫୨.୭% ରେଟିଂ ସହ ଦେଶର ବେଶ ଜନପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ନବୀନ ନିଜ ସ୍ଥାନ ବଜାଇ ରଖିଛନ୍ତି । କେବଳ ଏଥର ନୁହେଁ, ବରଂ ବିଭିନ୍ନ ସର୍ବେକ୍ଷଣେରେ ନବୀନ ଦେଶର ଅନ୍ୟ ମୁଖ୍ୟମନ୍ତ୍ରୀଙ୍କଠାରୁ ଆଗରେ ରହିଆସିଛନ୍ତି ।

ତେବେ ନବୀନଙ୍କ ପଛକୁ ଅର୍ଥାତ୍ ୨ୟ ସ୍ଥାନରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ  । ଯୋଗୀଙ୍କ ଲୋକପ୍ରିୟତା ରେଟିଂ ୫୧.୩% ରହିଛି । ସେହିପରି ତୃତୀୟ ସ୍ଥାନରେ ଥିବା ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବକର୍ମାଙ୍କ ରେଟିଂ ୪୮.୬% ରହିଛି । ୪ ସ୍ଥାନରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ରହିଥିବା ବେଳେ ତାଙ୍କୁ ୪୨.୬ % ରେଟିଂ ମିଳିଛି।  ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ସାହା ୪୧.୪% ରେଟିଂ ସହ ୫ମ ସ୍ଥାନରେ ରହିଛନ୍ତି । ନବୀନଙ୍କୁ ବାଦ ଦେଲେ ବାକି ୪ ମୁଖ୍ୟମନ୍ତ୍ରୀ ଭାଜପା ଶାସିତ ରାଜ୍ୟର ଅଟନ୍ତି ।

ସୂଚନାଯୋଗ୍ୟ, ୨୦୦୦ ମସିହାରୁ ଏ ପର୍ଯ୍ୟନ୍ତ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ନବୀନ ରାଜ୍ୟବାସୀଙ୍କ ସେବା କରିଆସୁଛନ୍ତି । ୨୦୨୪ ନିର୍ବାଚନରେ ଯଦି ବିଜେଡ଼ି ସଂଖ୍ୟାଗରିଷ୍ଠତା ହାସଲ କରେ ତାହାଲେ ନବୀନ ପୁଣି ଥରେ ମୁଖ୍ୟମନ୍ତ୍ରୀ ମୁକୁଟ ପିନ୍ଧିବା ଏକ ପ୍ରକାର ସ୍ପଷ୍ଟ ଅଟେ । 

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy