ରଙ୍ଗ ରୁଟ ଡ୍ରାଇଭିଂ ଚଢାଉ, ୧୦୨ ଗାଡି ଜବତ

0 308

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱରର ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ କରିବା ପାଇଁ ଆଜି ଟ୍ରାଫିକ୍ ଥାନା ୧ ଏବଂ ୨ ପକ୍ଷରୁ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଆଜି ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା । ଏହି କ୍ରମରେ ଆଜି ଭୁବନେଶ୍ୱର ଟ୍ରାଫିକ୍ ପୁଲିସ ପକ୍ଷରୁ ରଙ୍ଗ ରୁଟ ଡ୍ରାଇଭିଂ ଉପରେ ଏନଫୋର୍ସମେଣ୍ଟ ଡ୍ରାଇଭ କରାଯାଇଥିଲା । ଏହି ଡ୍ରାଇଭରେ ଟ୍ରାଫିକ୍ ନିୟମ ଉଲଂଘନ କରି ରଙ୍ଗ ରୁଟ ରେ ଡ୍ରାଇଭିଂ କରୁଥିବା ଖିଲାପକାରୀ ମାନଙ୍କଙ୍କର ସମୁଦାୟ ୧୦୨ଟି ମୋଟରସାଇକେଲକୁଆଜି ଜବତ କରାଯାଇଛି ।

ଜବତ ହୋଇଥିବା ମୋଟରସାଇକେଲ ଗୁଡିକୁ ଜବତ କରାଯାଇଛି ଓ କୋର୍ଟରେ ପ୍ରୋସିକ୍ୟୁସନ ରିପୋର୍ଟ୍ ଦାଖଲ ହୋଇଛି । ଏଣୁ ପୁଲିସ ପକ୍ଷରୁ ଜନସାଧରଙ୍କୁ ନିବେଦନ କରାଯାଉଛି ଯେ, ସେମାନେ ଟ୍ରାଫିକ୍ ନିୟମ ଉଲଂଘନ କରନ୍ତୁ ନାହିଁ ଏବଂ ସର୍ବଦା ଟ୍ରାଫିକ୍ ନିୟମକୁ ପାଳନ କରନ୍ତୁ । ଆଗକୁ ମଧ୍ୟ ଏହି ପରି ଡ୍ରାଇଭ ଜାରି ରହିବ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy