ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଡାକ୍ତରଙ୍କ ମୃତ୍ୟୁ

0 3,206

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବମିଖାଲ ଫ୍ଲାଏ ଓଭରବ୍ରିଜ ତଳେ ଯାଇଥିବା ଖାଳଖମା ରାସ୍ତାରେ ଭାରସାମ୍ୟ ହରାଇ ଏକ କାର ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ଡାକ୍ତରଙ୍କ ଜୀବନ ଯାଇଛି । ମୃତ ଡାକ୍ତରଙ୍କ ନାମ ଅମିତ କୁମାର ବିଷୋଇ (୨୬) ଓ ତାଙ୍କ ଘର ଗଞ୍ଜାମ ଜିଲ୍ଲା ବହ୍ମପୁରରେ ବୋଲି ଜଣାପଡିଛ । ଅମିତ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ମେଡିସିନ ବିଭାଗର ଡାକ୍ତର ଭାବେ କାର୍ଯ୍ୟ କରୁଥିଲେ ।

ଶନିବାର ରାତି ପ୍ରାୟ ୧୨ଟା ୩୦ ସମୟରେ ଅମିତ ନିଜ କାର (ଓଡି ୦୨ ଏଟି ୨୦୬୧) ଯୋଗେ କୌଣସି କାର୍ଯ୍ୟରେ ରସୁଲଗଡରୁ କଳ୍ପନା ପଟକୁ ଯାଉଥିଲେ । ଅମିତଙ୍କ କାର ଦ୍ରୁତ ଗତିରେ ଥିବା ବେଳେ ଫ୍ଲାଏ ଓଭରବ୍ରିତ ତଳେ ଖାଳଖମା ରାସ୍ତାରେ କାରଟି ଭାରସାମ୍ୟ ହରାଇ ପ୍ରଥମେ ଫ୍ଲାଏ ଓଭରବ୍ରିଜ ପିଲରରେ ବାଢେଇ ହୋଇଯାଇଥିଲା । ତବେ ଗାଡିର ବେଗ ଏତେ ଜୋରରେ ଥିଲା କି, ଫ୍ଲାଏ ଓଭରବ୍ରିଜ ପିଲରରେ ପିଟି ହୋଇଯିବାରୁ କାରର ଛାତଟି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଥିଲା । ପରେ ଗାଡିଟି ପାଖରେ ଥିବା ଏକ ବିଦ୍ୟୁତ ଖୁଣ୍ଟିରେ ପିଟି ହୋଇ ରହିଯାଇଥିଲ । ଫଳରେ ଗାଡିଟି ଭାଙ୍ଗି ଚୁରମାର ହୋଇଯିବା ସହ ଘଟଣାସ୍ଥଳରେ ଅମିତ ରକ୍ତଜୁଡୁବୁଡୁ ଅବସ୍ଥାରେ ତଳେ ପଡି ଯାଇଥିଲେ ।

ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲ ନେଇଥ୍ଖଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଅମିତଙ୍କର ଆସନ୍ତା ଡିସେମ୍ବର ମାସ ୧୦ ତାରିଖରେ ନିର୍ବନ୍ଧ ହେବା ଲାଗି ତାରିଖ ସ୍ଥିର ହୋଇଥିବା ବଳେ ଫେବୃୟାରୀ ମାସରେ ବାହାଘର ହୋଇଥାନ୍ତା । ଖବରପାଇ ଅମିତଙ୍କ ଘର ଲୋକେ ରବିବାର ସକାଳେ ଭୁବନେଶ୍ୱରରେ ପହଞ୍ଚିବା ପରେ କ୍ୟାପିଟାଲ ହସ୍ପିଟାଲରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅମିତ କଳିଙ୍ଗ ନଗରର ନିର୍ମଳ ଏନକ୍‌ଲେଭରେ ରହୁଥିଲେ । ତେବେ ସେ କେଉଁ କାରଣରୁ ଏତେ ରାତିରେ କଳ୍ପନା ପଟକୁ ଆସୁଥିଲେ ସେ ନେଇ କିଛି ଜଣାପଡିନାହିଁ । ପୋଲିସ ଏକ ଦୁର୍ଘଟଣା ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଅନ୍ୟ ଏକ ଘଟଣାକ୍ରମରେ ଶନିବାର ରାତି ପ୍ରାୟ ୨ଟା ବେଳେ ଇନଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡି ପାହାଡ ଉପରୁ ଏକ କାର ତଳକୁ ଖସି ପଡିବାରୁ ଗାଡିରେ ଥିବା ୩ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ତେବେ ଦୁର୍ଘଟଣାରେ ଗାଡିଟି ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଯାଇଛି । ଏନେଇ ଥାନାଧିକାରୀ ପ୍ରମୋଦ ପଟ୍ଟନାୟକ କହିଛନ୍ତି ଯେ, ରାତି ପ୍ରାୟ ୨ଟା ବେଳେ ୩ ଜଣ ଯୁବକ ଏକ କାର (ଓଡି ୦୨ଏସି ୦୫୦୦) ଯୋଗେ କୌଣସି କାମରେ ଇନଫୋସିଟି ଥାନା ସମ୍ମୁଖ ରାସ୍ତା ପାର ହୋଇ ଶିଖରଚଣ୍ଡି ପାହାଡ ଉପରକୁ ଯାଉଥିଲେ । ତେବେ ଗାଡିଟି ଭାରସାମ୍ୟ ହରାଇ ପାହାଡ ତଳକୁ ଖସି ପଡିଥିଲା । ତେବେ ଏହି ଦୁର୍ଘଟଣାରେ କାହାର କିଛି କ୍ଷୟକ୍ଷତି ହୋଇନାହିଁ । ଏନେଇ ଥାନାରେ ଏକ ଷ୍ଟେସନ ଡାଏରୀ ରୁଜୁ ହୋଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy