ବଢୁଛି ଟ୍ୟାକ୍ସ ରିଫଣ୍ଡ ସ୍କାମ, ସଚେତନ କଲା ପୋଲିସ

0 233

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ବେଶ କିଛିଦିନ ହେଲା ସାଇବର ଲୁଟେରାମାନେ ସକ୍ରିୟ ହୋଇଉଠିଛନ୍ତି । ବିଭିନ୍ନ ଉପାୟରେ ଲୋକଙ୍କୁ ଠକିବାକୁ ଯୋଜନା କରୁଛନ୍ତି । ଏବେ ଟ୍ୟାକ୍ସ ରିଫଣ୍ଡ ନାଁରେ ଲୋକଙ୍କୁ ଠକିବା ଆରମ୍ଭ କରିଛନ୍ତି । ଏଥିରୁ ବର୍ତ୍ତିବା ଲାଗି ଓଡ଼ିଶା ପୋଲିସ ସର୍ତକ କରିଛି ।

ଓଡ଼ିଶା ପୋଲିସ ଟ୍ୱିଟ କରି କହିଛି, କୌଣସି ସନ୍ଦେହଜନକ ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ । ଅନଲାଇନ୍ ଆର୍ଥିକ ଜାଲିଆତି ରିପୋର୍ଟ କରିବାକୁ ୧୯୩୦କୁ କଲ କରନ୍ତୁ । ଏଥିସହିତ ସାଇବର ଥାନାର ସହାୟତା ନେଇପାରିବେ । ମାତ୍ର ଏଥିରୁ ବଞ୍ଚିବାକୁ ଯଥେଷ୍ଟ ଚେଷ୍ଠା କରନ୍ତୁ । ସ୍କାମରମାନେ ବିଭିନ୍ନ ଲୋକଙ୍କୁ ମେସେଜ ଓ ହ୍ୱାଟ୍ସଆପ ମାଧ୍ୟମରେ ଲିଙ୍କ ପଠାଇ ଲକ୍ଷଲକ୍ଷ ଟଙ୍କା ଠକି ନେଉଛନ୍ତି । ପ୍ରଥମେ ‘ଆପଣଙ୍କର ୧୦ଲକ୍ଷ ଟଙ୍କାର ଟ୍ୟାକ୍ସ ରିଫଣ୍ଡ ଆପ୍ରୁଭ ହୋଇଛି । ଶୀଘ୍ର ଆପଣଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯିବ । ଆପଣଙ୍କ ଆକାଉଣ୍ଟ ନମ୍ବର ଭେରିଫାଏ କାରିବାକୁ ତଳ ଲିଙ୍କରେ କ୍ଲିକ କରନ୍ତୁ’ ବୋଲି ମେସେଜ ଦେବେ । ପରବର୍ତ୍ତୀ ସମୟରେ କିଛି ସେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ କରି ଟଙ୍କା ଲୁଟି ନେବେ ।

ସ୍କାମରମାନେ ଏବେ ଇନକମ ଟ୍ୟାକ୍ସ ବିଭାଗର ନକଲି ୱେବସାଇଡ ଖୋଲି ଏଭଳି ଠକେଇ କରୁଛନ୍ତି । ତେଣୁ ଲିଙ୍କ କ୍ଲିକ କରିବା ପୂର୍ବରୁ ଶହେଥର ଚିନ୍ତା କରନ୍ତୁ ଓ ଅନ୍ୟର ପରାମର୍ଶ ନିଅନ୍ତୁ ବୋଲି ପୋଲି ପରାମର୍ଶ ଦେଇଛି । ଓଡ଼ିଶା ପୋଲିସର ଏଭଳି ଆଭିମୁଖ୍ୟକୁ ସାଧାରଣରେ ବେଶ ପ୍ରସଂଶା କରାଯାଉଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy