ବୁଲେଟ ଚୋରକୁ ୬ ମାସ ଜେଲ

0 110

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ପ୍ରଥମଶ୍ରେଣୀ ବିଚାରବିଭାଗୀୟ ବିଚାରପତି (୫)ସବ୍ୟସାଚୀ ପଣ୍ଡା ଗୁରୁବାର ଏକ ବୁଲେଟ ଚୋରି ମାମଲାର ବିଚାର କରି ଅଭିଯୁକ୍ତକୁ ୬ ମାସ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ବିଚାରପତିଙ୍କ ଦ୍ୱାରା ଦୋଷୀ ସାବ୍ୟସ୍ତ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଉଛନ୍ତି ସୌରଭ ଦାଶ ଓରଫ ରକି । ଏହି ମାମଲାରେ ବିଚାରପତି ୪ଜଣଙ୍କ ସାକ୍ଷ୍ୟ ଗ୍ରହଣ କରିଥିବା ବେଳେ ପୋଲିସ ଦ୍ୱାରା ଦାଖଲ ହୋଇଥିବା ଦସ୍ତାବିଜ ଆଧାରରେ ଏହି ଦଣ୍ଡବିଧାନ ଶୁଣାଇଛନ୍ତି । ସରକାରଙ୍କ ପକ୍ଷରୁ ଏହି ମାମଲାକୁ ସହକାରୀ ପିପି ନିରଞ୍ଜନ ବେହେରା ପରିଚାଳନା କରୁଥିଲେ ।

ସୂଚନାଥାଉ କି, ୨୦୨୩ ମସିହା ମେ ୧୬ ତାରିଖ ଦିନ ଅଭିଯୋଗକାରୀ ସନ୍ତୋଷ କୁମାର ଜେନା ନିଜ ବୁଲେଟ ଓଡି ୩୩ଏମ୫୧୫୭କୁ ଡୁମୁଡୁମା ତାରିଣୀ ବଜାର ପାଖରେ ରଖି ସଉଦା କରିବା ଲାଗି ନିକଟକୁ ଯାଇଥିଲେ । ସେ ଫେରିବା ପରେ ତାଙ୍କ ବୁଲେଟଟି ସେଠାରେ ନ ଥିବା ଦେଖି ଏନେଇ ଭରତପୁର ଥାନାରେ ବୁଲେଟ ଚୋରି ନେଇ ଏକ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା ନଂ ୨୧୪/୨୦୨୩ ରୁଜୁ କରି ଅଭିଯୁକ୍ତ ସୌରଭକୁ ଗିରଫ କରିଥିଲା । ଏହି ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy