ଟେଲିଗ୍ରାମ ଜରିଆରେ ଲୋକଙ୍କୁ ଠକୁଥିବା ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗ ଗିରଫ

0 540

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଟେଲିଗ୍ରାମ ମାଧ୍ୟମରେ ଲୋକଙ୍କୁ ଠକୁଥିବା ସ୍ୱାମୀ-ସ୍ତ୍ରୀ ଗ୍ୟାଙ୍ଗକୁ କମିସନରେଟ ପୁଲିସ ଠାବ କରିଛି । ଗ୍ୟାଙ୍ଗର ୪ ଠକଙ୍କୁ ସାଇବର ଥାନା ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଗଞ୍ଜାମର ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଏମାନେ ଉଭୟ ସ୍ୱାମୀ ସ୍ତ୍ରୀ । ଅନ୍ୟ ଦୁଇଜଣ ହେଲେ ବଲାଙ୍ଗୀରର ମାନସ ରଞ୍ଜନ ସୁନା ଓ କଣ୍ଟିଲୋର ନିହାର ରଞ୍ଜନ ପାଇକରାୟ । ଏମାନଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ପୁଲିସ ସୂଚନା ଅନୁସାରେ, ତୃପ୍ତି ରଞ୍ଜନ ପାତ୍ର ଓ ବନଲତା ସାହୁ ଗଞ୍ଜାମ ଜଗନ୍ନାଥ ପ୍ରସାଦରୁ ଆସି ଭୁବନେଶ୍ୱର ଏୟାରଫିଲ୍ଡ ଥାନା ଏକାମ୍ର ବିହାରରେ ରହୁଥିଲେ । ଏମାନଙ୍କୁ ସହଯୋଗ କରୁଥିଲେ ମାନସ ରଞ୍ଜନ ସୁନା ଓ ନିହାର ରଞ୍ଜନ ପାଇକରାୟ । ଭୁବନେଶ୍ୱରରେ ବସି ସାରା ବିଶ୍ୱର ଲୋକଙ୍କୁ ଠକେଇ କରୁଥିଲେ । ଇନଭେଷ୍ଟମେଣ୍ଟ କରି ୨୦ ପ୍ରତିଶତ ହାରରେ ଲାଭ ଟଙ୍କା ପାଇବା ନେଇ ଲୋକଙ୍କୁ ଲୋଭନୀୟ ଅଫର୍ ଦେଉଥିଲେ । ଏଭଳି ମାଧ୍ୟମରେ ସେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିଲେ ।

ଗତ ୧୧ ତାରିଖରେ ମଞ୍ଚେଶ୍ୱର ଥାନା ବରୀମୁଣ୍ଡ ଅଞ୍ଚଳର ଅବଦୁଲ ଆକବର ଖାନ ଠକେଇର ଶିକାର ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିଲେ । ପାଖାପାଖି ୧୧ ଲକ୍ଷ ଟଙ୍କାର ଠକେଇର ଶିକାର ହୋଇଥିବା ନେଇ ଅଭିଯୋଗ କରିଥିଲେ । ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ତଦନ୍ତ ବେଳେ ୪୬ଟି ଆକାଉଣ୍ଟ, ମୁଖ୍ୟ ଅଭିଯୁକ୍ତ ଠାରୁ ଗୋଟିଏ ମୋବାଇଲ ଜବତ ହୋଇଛି । ଆକାଉଣ୍ଟ ନେଣଦେଣ ସମ୍ପର୍କିତ ତଥ୍ୟ ଜବତ କରି ପୁଲିସ ଖୋଳତାଡ କରୁଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy