ଅଧିକ ସୁଧ ଦେବା ନାଁରେ ଠକେଇ, ଅଭିଯୁକ୍ତ ଗିରଫ

0 471

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଅଧିକ ସୁଧ ଦେବାକୁ କହି ଲୋକଙ୍କ ଠାରୁ ପ୍ରାୟ ଦେଢ କୋଟି ଟଙ୍କା ଠକି ନେବା ଅଭିଯୋଗରେ ସ୍ପେଶାଲ କ୍ରାଇମ ୟୁନିଟ ଜଣେ ଠକକୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଜଣକ ପଲାଶପଲ୍ଲିରେ ରହୁଥିବା ଆତ୍ମଜ୍ୟୋତି ନାୟକ । ପୋଲିସ ତା’ ବିରୋଧରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ, ଭୁବନେଶ୍ୱର ପଲାଶପଲ୍ଲୀ ଅଞ୍ଚଳରେ ରହୁଥିବା ଆତ୍ମଜ୍ୟୋତି ନାୟକ ‘ଇମ୍ପେରିଆଲ ଇନଭେଷ୍ଟର’ ନାମରେ ଏକ ସଂସ୍ଥା ଖୋଲିଥିଲେ । ଏହି ସଂସ୍ଥାରେ ଇନଭେଷ୍ଟ କଲେ ୧୦ ରୁ ୧୫ ପ୍ରତିଶତ ସୁଧ ମିଳିବ ବୋଲି ଲୋକଙ୍କୁ କହିଥିଲେ । ଏପରିକି ସୋସିଆଲ ମିଡ଼ିଆରେ ବିଜ୍ଞାପନ ଦେଇଥିଲେ । ଏହି ବିଜ୍ଞାପନ ପଢିବା ପରେ କିଛି ଲୋକ ଉକ୍ତ କମ୍ପାନୀରେ ଟଙ୍କା ବିନିଯୋଗ କରିଥିଲେ । ପ୍ରାୟ ୯ଜଣ ଲୋକ ଉକ୍ତ ସଂସ୍ଥାରେ ୧କୋଟି ୧୧ଲକ୍ଷ ଟଙ୍କା ବିନିଯୋଗ କରିଥିଲେ । କିଛିଦିନ ସେମାନଙ୍କୁ ସୁଧ ଦେବା ପରେ ଆତ୍ମଜ୍ୟୋତି ଫେରାର ହୋଇଯାଇଥିଲେ ।

ଖୋଜାଖୋଜି କରି ନପାଇବା ପରେ ଚିନ୍ତାମଣିଶ୍ୱର ଅଞ୍ଚଳର ଜଣେ ମହିଳା ଏନେଇ ସ୍ପେଶାଲ କ୍ରାଇମ ୟୁନିଟରେ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ବେଳେ ଏହି ସଂସ୍ଥା ରେଜିଷ୍ଟ୍ରେସନ ହୋଇନଥିବା ଜଣାପଡିଥିଲା । ପରେ ପୋଲିସ ଉକ୍ତ ଅଭିଯୁକ୍ତକୁ ଧରିବା ଲାଗି ଜାଲ ବିଛାଇ ଥିଲା । ଗତକାଲି ରାତିରେ ପୋଲିସ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଥିଲା । ତା’ ବିରୋଧରେ ଏକ ମାମଲା ରୁଜୁ କରି ପୋଲିସ କୋର୍ଟ ଚାଲାଣ କରିଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy