ଥାନା ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

0 457

ଭୁବନେଶ୍ୱର/ଫୁଲବାଣୀ, (ରିପୋଟର୍ସ ପେନ୍‌): ଉତ୍ତ୍ୟକ୍ତ ଲୋକେ ଫୁଲବାଣୀ ଫିରିଙ୍ଗିଆ ଥାନାରେ ନିଆଁ ଲଗାଇଦେଲେ । ଏଥିସହିତ ଭଙ୍ଗାରୁଜା କରିବା ସହ ଜବତ ଗାଡିରେ ମଧ୍ୟ ନିଆଁ ଲଗାଇ ଦେଇଛନ୍ତି । ଘଟଣାସ୍ଥଳରେ ଏବେ ଉତ୍ତେଜନା ଲାଗି ରହିଛି । ପୋଲିସ ଜବତ ଗଞ୍ଜେଇକୁ ବିକ୍ରି କରୁଥିବା ଅଭିଯୋଗରେର ଏଭଳି ଘଟଣା ଘଟିଥିବା ଜଣାପଡିଛି ।

ସୂଚନା ଅନୁସାରେ, ଗତ କିଛିଦିନ ହେଲା ଫୁଲବାଣୀ ଫିରିଙ୍ଗିଆ ଥାନା ପୋଲିସ ବିଭିନ୍ନ ଅଞ୍ଚଳରେ ଚଢାଉ କରି ବିପୁଳ ପରିମାଣରେ ଗଞ୍ଜେଇ ଜବତ କରିଥିଲା । ହେଲେ ଉକ୍ତ ଗଞ୍ଜେଇକୁ ନିଜେ ପୋଲିସ ତଥା ଥାନାର ଜଣେ କର୍ମଚାରୀ ବିକ୍ରି କରୁଥିବା ବେଳେ ଲୋକେ ଧରିଥିଲେ । ଏହାକୁ ନେଇ ଗତ ଦୁଇ/ତିନି ଦିନ ହେଲା ବିବାଦ ଲାଗି ରହିଥିଲା । ଆଜି ସ୍ଥାନୀୟ ଲୋକେ ପୋଲିସ ବିରୋଧରେ ଅଭିଯୋଗ କରି ଆନ୍ଦୋଳନକୁ ଓହ୍ଲାଇଥିଲେ । ଲୋକେ ଧାରଣାରେ ବସିଥିବା ବେଳେ ଏସଡିପିଓ ସେମାନଙ୍କୁ ବୁଝାସୁଝା କରିଥିଲେ । ହେଲେ ପରିସ୍ଥିତି ନିୟନ୍ତ୍ରଣ ନହେବାରୁ ପୋଲିସ ଲାଠିମାଡ କରିଥିଲା ।

ଏଥିରେ ଉତ୍ତ୍ୟକ୍ତ ହୋଇ ଲୋକେ ଥାନା ଘେରାଉ କରିବା ସହ ଥାନାରେ ପଶି ଭଙ୍ଗାରୁଜା କରିଥିଲେ । ଏପରିକି ଜବତ ଗଞ୍ଜେଇ ଓ ମାଲଖାନାରେ ନିଆଁ ଲଗାଇ ଦେଇଥିଲେ । ଏପରିକି ଥାନା ଅଫିସ ରୁମରେ ପଶି ଭଙ୍ଗାରୁଜା କରିବା ସହ ଆତଙ୍କରାଜ ସୃଷ୍ଟି କରିଛନ୍ତି । ପରିସ୍ଥିତି ଏବେ ବି ଅଣଆୟତ ହୋଇରହିଛି । ଏସପି ଘଟଣାସ୍ଥଳକୁ ଆସୁଛନ୍ତି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy