ଅଫିସରେ ପଶି ସ୍ତ୍ରୀକୁ ହାଣିଲା ସ୍ୱାମୀ

0 1,035

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜଧାନୀ ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଛି । କୌଣସି କାରଣକୁ କେନ୍ଦ୍ର କରି ସ୍ୱାମୀ ପତ୍ନୀକୁ ତାଙ୍କ ଅଫିସରେ ପଶି ହାଣି ହତ୍ୟା ଉଦ୍ୟମ କରିଛି । ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମଧୁସ୍ମିତା ଦାସ ଗୁରୁତର ଆହତ ହୋଇଛି । ଏହି ଘଟଣାରେ ଭରତପୁର ପୋଲିସ ଅଭିଯୁକ୍ତ ସ୍ୱାମୀ ତପନ କରକୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି ।

ସୂଚନାଯୋଗ୍ୟ ଯେ, ବରମୁଣ୍ଡା ବସଷ୍ଠାଣ୍ଡ ପଛ ପାର୍ଶ୍ୱରେ ଥିବା କୃର୍ତ୍ତିବନ୍ଧୁ ଆପାର୍ଟମେଣ୍ଟର ଦ୍ୱିତୀୟ ମହଲାରେ ଏକ ବିଲଡର ସଂସ୍ଥା ରହିଛି । ଏହି ଅଫିସରେ ମଧୁସ୍ମିତା ଦାସ କାର୍ଯ୍ୟ କରନ୍ତି । ସବୁଦିନ ପରି ସୋମବାର ସେ ଅଫିସ ଆସିଥିଲେ । ଅପରାହ୍ନ ପ୍ରାୟ ୧ଟା ବେଳେ କର୍ମଚାରୀମାନେ ଅଫିସ କାମରେ ବ୍ୟସ୍ତ ଥିଲେ । ଏହି ସମୟରେ ମଧୁସ୍ମିତାଙ୍କ ସ୍ୱାମୀ ତପନ ଅଫିସକୁ ଆସି ତାଙ୍କ ସ୍ତ୍ରୀଙ୍କୁ ଖୋଜିଥିଲେ । ସ୍ତ୍ରୀ ତାଙ୍କ ପାଖକୁ ଆସିବା ମାତ୍ରେ ପାଖରେ ରଖିଥିବା ଏକ ମାରଣାସ୍ତ୍ରରେ ସେ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ ।

ଜୀବନ ବିକଳରେ ଅଫିସ ସାରା ସେ ଦୌଡ଼ଥିଲେ । ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ । ମଧୁସ୍ମିତା ସ୍ୱାମୀଙ୍କ ଉଗ୍ରରୂପ ଦେଖି ଅନ୍ୟ କର୍ମଚାରୀମାନେ ଭୟଭୀତ ହୋଇଯାଇଥିଲେ । ପରେ ବହୁ କଷ୍ଟରେ ତାଙ୍କୁ କାବୁ କରିଥିଲେ । ଖବରପାଇ ପୁଲିସ ଆପାର୍ଟମେଣ୍ଟରେ ପହଞ୍ôଚ ତାଙ୍କୁ ହେପାଜତକୁ ନେବା ସହ ଆହତଙ୍କୁ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଥିଲେ । ଆକ୍ରମଣରେ ମଧୁସ୍ମିତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉଦବେଗଜନକ ରହିଛି । ତେବେ କ’ଣ ପାଇଁ ତାଙ୍କୁ ସ୍ୱାମୀ ହତ୍ୟା କରିବାକୁ ଉଦ୍ୟମ କଲେ, ତାହା ସ୍ପଷ୍ଟ ହୋଇପାରିନାହିଁ । ତେବେ ପାରିବାରିକ ବିବାଦରୁ ଏଭଳି ହୋଇଥିବା ସନ୍ଦେହ କରାଯାଉଛି । କମିଶନରେଟ ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy