ନୂତନ ଓଡ଼ିଶା ଭିତ୍ତିଭୂମିର ପ୍ରତିଷ୍ଠାତା ଥିଲେ ଜାନକୀ ବଲ୍ଲଭ

0 128

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ପକ୍ଷରୁ ଆୟୋଜିତ ସ୍ମୃତିଗରଣ ସଭା ଓ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି ସମ୍ମାନ ଉତ୍ସବ-୨୦୨୪କୁ ଆନୁଷ୍ଠାନିକ ଭାବେ ଉଦ୍‌ଘାପନ କରି ବିଶିଷ୍ଟ ଭାଷାତତ୍ତ୍ଵବିତ ପଦ୍ମଶ୍ରୀ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ନୂତନ ଓଡ଼ିଶା ଭିତ୍ତିଭୂମିର ପ୍ରତିଷ୍ଠାତା ଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ, ଆସାମର ପୂର୍ବତନ ରାଜ୍ୟପାଳ, ପ୍ରଜ୍ଞାପୁରୁଷ ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୯ମ ସ୍ମୃତିଗରଣ ଉତ୍ସବ “ ସ୍ମୃତିରେ ସ୍ମୃତିରେ ଜାନକୀ ବଲ୍ଲଭ” କାର୍ଯ୍ୟକ୍ରମ ରବିବାର ସନ୍ଧ୍ୟାରେ ସତ୍ୟନଗରସ୍ଥିତ ହୋଟେଲ ରୟାଲ ସୁଟଠାରେ ଅନୁଷ୍ଠିତ ସଭାରେ ଅନୁଷ୍ଠାନର ସ୍ଥାୟୀ ଅଧ୍ୟକ୍ଷ ଡଃ ବିମଳେନ୍ଦୁ ମହାନ୍ତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି ।

ପଟ୍ଟନାୟକଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପରେ ମୁଖ୍ୟ ଅତିଥୁ ବିଶିଷ୍ଟ ଭାଷାବିତ୍ ପଦ୍ମଶ୍ରୀ ଡଃ ଦେବୀ ପ୍ରସନ୍ନ ପଟ୍ଟନାୟକ କହିଲେ ଯେ, ମୁଁ ୧୯୮୦ ମସିହା ପୂର୍ବର ଓଡ଼ିଶାକୁ ଦେଖୁଛି ଓ ୧୯୮୦ ପରର ଓଡ଼ିଶାକୁ ଦେଖୁଛି । ସ୍ଵର୍ଗତ ଜାନକୀ ବଲ୍ଲଭ ପଟ୍ଟନାୟକ ୧୯୮୦ ମସିହାରେ ମୁଖ୍ୟମନ୍ତ୍ରୀ ହେଲା ପରେ ସେ ଆଧୁନିକ ଓଡ଼ିଶା ପାଇଁ ଏକ ଭିଭିପ୍ରସ୍ତର ପକାଇଥିଲେ । ଓଡ଼ିଶାରେ ଶିଳ୍ପ କହିଲେ ଆମ ପିଲେ ବାରଙ୍ଗ କାଚ କାରଖାନାକୁ କହୁଥିଲେ । କିନ୍ତୁ ଜାନକୀ ବାବୁ ତାଙ୍କର ଦୃଢ ସଂକଳ୍ପ ବଳରେ ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ ଯେଉଁ ନିଷ୍ଠାର ସହ କାର୍ଯ୍ୟ କରିଥିଲେ ତାର ପଟ୍ଟାନ୍ତର ନାହିଁ । ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ପର୍ଯ୍ୟଟନ, ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଉପରକୁ ଉଠିଥିଲା ।

ମୁଖ୍ୟବକ୍ତା ପ୍ରଫେସର ଡଃ ହରେକୃଷ୍ଣ ଶତପଥ ସ୍ଵର୍ଗତ ପଟ୍ଟନାୟକଙ୍କୁ ଆଧୁନିକ ଓଡ଼ିଶାର ପ୍ରକୃତ ବିନ୍ଧାଣି କହିବା ସହ ତାଙ୍କୁଦୂରଦୃଷ୍ଟି ସମ୍ପନ୍ନ ଜନନେତା ବୋଲି କହିଥିଲେ । ଜଣେ ଉତ୍ତମ ପ୍ରଶାସକ ସହ ରାଜନୀତିରେ ଧର୍ମର ପ୍ରଭାବକୁ ସେ ତାଙ୍କ ଶାସନ ସମୟରେ ପ୍ରୟୋଗ କରି ଦେଖାଇଥିଲେ । ଶ୍ରୀ ଜଗନ୍ନାଥଙ୍କ ପ୍ରତି ଜଣେ ସମର୍ପିତ ପ୍ରାଣ ଥିଲେ । ଏହି ଅବସରରେ ସମାଜସେବା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ପାଇଁ ବଲାଙ୍ଗୀରର ପୂର୍ବତନ ବିଧାୟକ ରାଧାକାନ୍ତ ପଣ୍ଡା, ଭାଷା, ସାହିତ୍ୟ ପାଇଁ ଡଃ ବିଜୟାନନ୍ଦ ସିଂହ ଓ ବରିଷ୍ଠ ସାମ୍ବାଦିକ ପରୀକ୍ଷିତ ପାତ୍ରଙ୍କୁ ଚଳିତ ବର୍ଷର ଜାନକୀ ବଲ୍ଲଭ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା । ସମ୍ମାନିତ ଅତିଥ ପୃଥବଲ୍ଲଭ ପଟ୍ଟନାୟକ ତାଙ୍କ ବାପାଙ୍କ ଅସୀମ ଧୈର୍ଯ୍ୟର ଅବତାରଣା କରିଥିଲେ ।

ସଭାର ପ୍ରାରମ୍ଭରେ କୋଷାଧ୍ୟକ୍ଷ ଡଃ ବଦ୍ରୀନାଥ ପଟ୍ଟନାୟକ ଅତିଥ୍ୟ ପରିଚୟ, ସାଧାରଣ ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ସ୍ଵାଗତ ଭାଷଣ ଓ ପ୍ରଫେସର ବୁଦ୍ଧଦେବ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜାନକୀ ବାବୁଙ୍କ ଉପରେ ହୋଇଥିବା ପ୍ରବନ୍ଧ, ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତାର ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଅଧ୍ଵକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଡଃ ଶମ୍ଭୁନାଥ ପାଣିଗ୍ରାହୀ, ଶ୍ରୀମତୀ ଗୀତାଞ୍ଜଳି ପଣ୍ଡା, ବରୁଣ ରାଜ ଓ ଲିନା ମିଶ୍ର ପରିସ୍ଖଳନା କରିଥିଲେ ।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy