ଏକାମ୍ର ଉତ୍ସବର ସାରେ ମୁଖ୍ୟ ଆକର୍ଷଣ ସାଜିଲେ ସୋନା ଓ ଋତୁରାଜ

0 126

ଭୁବନେଶ୍ୱର, (ରିପୋଟର୍ସ ପେନ୍‌): ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) ପକ୍ଷରୁ ଆୟୋଜିତ ଏକାମ୍ର ଉତ୍ସବର ସଙ୍ଗୀତର ମୂର୍ଚ୍ଛନାର ବୁଧବାର ପଞ୍ଚମ ସନ୍ଧ୍ୟାରେ ରେ ବସନ୍ତର ସ୍ବର ଥିମ୍‌ ରହିଥଲା। ସନ୍ଧ୍ୟାରେ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ ଓ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉପସ୍ଥିତ ଥିଲେ। ମୁଖ୍ୟ ଆାକର୍ଷଣ ସାଜିଥିଲେ ବିଶିଷ୍ଟ କଣ୍ଠଶୀଳ୍ପି ସୋନା ମହାପାତ୍ର। ସୋନାଙ୍କ କଣ୍ଠରେ ରଙ୍ଗବତୀ ଗୀତ ଶୁଣି ଉପସ୍ଥିତ ଶ୍ରୋତା ବେଶ୍‌ ଖୁସି ହୋଇଯାଇଥିଲେ। ସୋନା ରଙ୍ଗବତୀକୁ ଏକ ଭିନ୍ନ ରୂପରେ ପରିଚୟ ଦେଇଛନ୍ତି। ଯାହାକୁ ସୋନାଙ୍କ କଣ୍ଠରୁ ସିଧାସଳଖ ଶୁଣି ଶ୍ରୋତା ଝୁମିବାକୁ ଲାଗିଥିଲେ। ଏହା ପରେ ପରେ ସେ ପିୟା ତୁ ଆଜା, ରଙ୍ଗବତୀ, ଦିଲ୍‌ ଡୁବା ଆଦି ଗୀତ ଗାଇଥିଲେ।

ଆରମ୍ଭରେ କୁଳଦୀପ ପଟ୍ଟନାୟକ ଜଗନ୍ନାଥଙ୍କୁ ସମର୍ପି ଆରମ୍ଭ କରିଥିଲେ ଆହେ ନୀଳ ଶଇଳ ସଙ୍ଗୀତ। ଏହା ପରେ ତାଙ୍କ କଣ୍ଠରୁ କେବେ ଆସି ତୁ କହିଦେବୁ ମୋତେ ଭଲପାଉ ଦର୍ଶକଙ୍କୁ ବେଶ ଛୁଇଁଥିଲା। ପରେ ପରେ ସେ ରାଜହଂସୀ, ଶୁନ ମଇନା ଗୀତ ଗାଇଥିଲେ। ଏହା ପରେ କଣ୍ଠଶିଳ୍ପୀ ଋତୁରାଜ ମହାନ୍ତି ପୀୟା ପୀୟା ଗୀତରୁ ତାଙ୍କ ପ୍ରଦର୍ଶନ ଆରମ୍ଭ କରିଥିଲେ। ତେରୀ ଦିୱାନି, ରମତା ଯୋଗୀ, ଅଧୁରୀ ଜିନ୍ଦେଗି, ଓ ରେ ପିୟା ଭଳି ଅନେକ ଗୀତ ଗାଇଥିଲେ। ଏଥିସହ ପ୍ରଥମ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଟାଇଟେଲ୍‌ ଟ୍ରାକ୍‌ ଗାଇଥିଲେ। କଣ୍ଠଶୀଳ୍ପି କ୍ରିଷ୍ଣା ବେଉରା ମଧ୍ୟ ତାଙ୍କ ସହ ଷ୍ଟେଜରେ ରହି ଭାଷା ସମ୍ମିଳନୀର ଗୀତ ଗାଇଥିଲେ।

ସରକାର ସୁଯୋଗ ଦେଉଛନ୍ତି, ଉତ୍ସବରେ ଯୋଗଦେଇ ସୋନା ମହାପାତ୍ର କହିଛନ୍ତି, ୬ବର୍ଷ ପରେ ଭୁବନେଶ୍ୱର ଆସିଲି। ରାଜଧାନୀ ବହୁତ ବଦଳି ଯାଇଛି। କାନ୍ଥରେ ବିକାଶର ଚିତ୍ର ଝଲସି ଉଠୁଛି। ମୋତେ ଉତ୍ସବରେ ପ୍ରଦର୍ଶନ କରିବା ପାଇଁ ସରକାର ସୁଯୋଗ ଦେଇଛନ୍ତି। ଆଗରୁ ମଧ୍ୟ ଅନେକ ଥର ପ୍ରଦର୍ଶନ ପାଇଁ ଆସିଛି। ମୁଁ ବାହାରେ ରହିଲେ ମଧ୍ୟ ଜଣେ ଓଡ଼ିଆ ଭାବେ ଗର୍ବ କରେ। ଓଡ଼ିଶାକୁ ବାହାରେ ପହଞ୍ଚାଇ ବାକୁ ସମସ୍ତଙ୍କ ସହଯୋଗ ଦରକାର।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy