ମା’ ସମଲେଶ୍ଵରୀଙ୍କଠାରେ ଲାଗି ହେଲା ନବାନ୍ନ
ଭୁବନେଶ୍ୱର, (ରିପୋଟର୍ସ ପେନ୍): ନୂଆଖାଇ ପାଇଁ ଉତ୍ସବ ମୁଖର ପଶ୍ଚିମ ଓଡିଶା, ଇଷ୍ଟ ଦେବୀ ମାଁ ସମଲେଶ୍ଵରୀଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ବର୍ତ୍ତମାନ ଘରେ ଘରେ ଚାଲିଛି ନୁଆଖାଇର ପର୍ବ। ସୁନ୍ଦରଗଡ ମା’ ସମଲେଶ୍ଵରୀ ମନ୍ଦିରରେ ନିର୍ଦ୍ଧାରିତ ସମୟ ୯ଟା ୩୦ ମିନିଟରେ ଏହି ଭୋଗ ଲାଗିବା ପରେ ସମସ୍ତେ ଘରେ ନୂଆ ଖାଇବା ପାଇଁ ପ୍ରସ୍ତୁତ। ସୁନ୍ଦରଗଡ ବ୍ରାହ୍ମଣ ସମାଜ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଲଗ୍ନ ଅନୁସାରେ ଆଜି ନବାନ୍ନ ଲାଗି ହୋଇଥିଲା।
ରାଣୀ ବିଜ୍ଞାନୀ କୁମାରୀ ମା’ ଙ୍କ ପାଖକୁ ଆସି ପୂଜାର୍ଚ୍ଚନା କରିଥିଲେ । ଏହା ସହ ସାରା ସୁନ୍ଦରଗଡ଼ ବାସି ଭଲରେ ରୁହନ୍ତୁ ବୋଲି ମା’ ସମଲେଶ୍ଵରୀ ଙ୍କ ପାଖରେ ପ୍ରାର୍ଥନା କରିଥିଲେ। ଏହା ପରେ ନବାନ୍ନ ପାଇବା ଲାଗି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା। ଏହା ପରେ ଘରେ ଘରେ ଚାଲିଛି ନୂଆଁଖାଇ ଭେଟଘାଟ।