ସୂର୍ଯ୍ୟ-ରାହୁଙ୍କ ସହ ଶୁକ୍ରଙ୍କ ମିଶ୍ରଣ, ଏହି ରାଶିକୁ ବଡ଼ ଲାଭ

0 94

ମୀନ ରାଶିରେ ସୂର୍ଯ୍ୟ-ରାହୁଙ୍କ ସହିତ ଶୁକ୍ରଙ୍କ ମିଳନ ହେବାକୁ ଯାଉଛି । ଯାହା ପ୍ରଭାବରେ କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିବ ବୋଲି ଜ୍ୟୋତିର୍ବିଦମାନେ ମତ ଦେଇଛନ୍ତି । ପ୍ରାୟ ୧୮ ବର୍ଷ ପରେ ଏହି ୩ଟି ଗ୍ରହର ମିଳନ ହେବାକୁ ଯାଉଛି । ତେବେ ଏହି ମିଳନରୁ କେଉଁ କେଉଁ ରାଶିର ବ୍ୟକ୍ତିଙ୍କୁ ସୁଫଳ ମିଳିବ ଆସନ୍ତୁ ଜାଣିବା ।

ମେଷ ରାଶି: ଏହି ମିଳନ ଆପଣଙ୍କ ରାଶିର ଦ୍ୱାଦଶ ଘରେ ହେଉଥିବାରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ଆପଣ ସମ୍ପତ୍ତି ସୁଖ ପାଇବେ । ଏଥିସହ ବୈବାହିକ ଜୀବନ ଖୁସିରେ କଟିବ ।

ବୃଷ ରାଶି: ଏକାଦଶ ଘରେ ସୃଷ୍ଟି ହୋଇଥିବା ଏହି ସଂଯୋଗ ଆପଣଙ୍କୁ ଅନେକ ଲାଭ ଦେବ । କାର୍ଯ୍ୟରେ ଅଭିବୃଦ୍ଧି ଦେଖିବାକୁ ମିଳିବ । ସମ୍ପତ୍ତି ପ୍ରାପ୍ତି ହେବ । ପ୍ରେମ ବିବାହର ସମ୍ଭାବନା ରହିଛି ।

ମିଥୁନ ରାଶି: ଦଶମ ଘରେ ମାଲବ୍ୟ ଯୋଗ ଗଠନ ହେଉଛି । ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ସାବ୍ୟସ୍ତ ହେବ । ଆପଣ ଧନ, ସମ୍ପତ୍ତି ଜନିତ ସୁଖ ପାଇବେ । ଦୂରଯାତ୍ରାରୁ ଅର୍ଥପ୍ରାପ୍ତି ହୋଇପାରେ ।

କର୍କଟ ରାଶି: ଆପଣଙ୍କୁ ପୈତୃକ ସମ୍ପତ୍ତି ମିଳିପାରେ । ସାମ୍ପ୍ରତିକ କାର୍ଯ୍ୟକୁ ଆଗକୁ ବଢାଇବେ । ପ୍ରେମ ତଥା ବୈବାହିକ ଜୀବନରେ ସୁଖ ପାପ୍ତିର ଯୋଗ ରହିଛି ।

ସିଂହ ରାଶି: ଅଷ୍ଟମ ଘରେ ହେଉଥିବା ସଂଯୋଗ ଆପଣଙ୍କୁ ଧନ ପ୍ରାପ୍ତି କରାଇବ । ଏଥିସହ ଆପଣଙ୍କର ଖର୍ଚ୍ଚ ମଧ୍ୟ ବଢିପାରେ । ସ୍ୱାସ୍ଥ୍ୟ ଭଲ ରହିବ । ପ୍ରେମ ସମ୍ପର୍କ ସୁଦୃଢ ହେବ ।

କନ୍ୟା ରାଶି: ଆପଣଙ୍କ ରାଶିର ସପ୍ତମ ଘରେ ମାଲବ୍ୟ ଯୋଗ ଗଠନ ହେଉଛି । ଏହା ପ୍ରଭାବରୁ ଆପଣଙ୍କୁ ଆର୍ଥିକ ଲାଭ ମିଳିବ । ବିଶେଷ କରି ପୁଞ୍ଜି ବିନିଯୋଗରୁ ଟଙ୍କା ରୋଜଗାର ହେବ । ବୈବାହିକ ଜୀବନ ମଧୁର ହୋଇଯିବ ।

ତୁଳା ରାଶି: ଆପଣଙ୍କ ଆୟରେ ବୃଦ୍ଧି ଘଟିବ । ଟଙ୍କା ରୋଜଗାରର ନୂଆ ବାଟ ଫିଟିବ । ଧନ ପ୍ରାପ୍ତିର ସୁଯୋଗ ରହିଛି ।

ବିଛା ରାଶି: ପିଲାମାନଙ୍କଠାରୁ ଖୁସି ଖବର ଶୁଣିବେ । କୌଣସି ସୁତ୍ରରୁ ଟଙ୍କା ପାଇବା ନୂଆ କାମ ଆରମ୍ଭ କରିବେ । ଶାସକ ଦଳରୁ ଲାଭବାନ ହେବେ । ବ୍ୟବସାୟରେ ଲାଭ ବୃଦ୍ଧି ହେବ।

ଧନୁ ରାଶି: ଆପଣଙ୍କ ପାଇଁ ଶୁଭ ସମୟ ଆରମ୍ଭ ହେବ । ଆର୍ଥିକ ଲାଭ ମିଳିବ । ପୈତୃକ ସମ୍ପତ୍ତିରୁ ଲାଭବାନ ହେବେ । ବୈବାହିକ ଜୀବନରେ ଲାଗି ରହିଥିବା ବିବାଦର ସମାଧାନ ହେବ । ପ୍ରେମ ବିବାହର ସମ୍ଭାବନା ରହିଛି ।

ମକର ରାଶି: ସୁଖ, ସମ୍ମାନ ଭୋଗ କରିବେ । ଆର୍ଥିକ ଲାଭର ଯୋଗ ରହିଛି । ସ୍ଥାୟୀ ସମ୍ପତ୍ତି କିଣିବାର ସମ୍ଭାବନା ଅଛି । ବକ୍ତବ୍ୟର ପ୍ରଭାବ ବୃଦ୍ଧି ପାଇବ । ଲୋକମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ପ୍ରେମ ସମ୍ପର୍କ ଆରମ୍ଭ ହେବାର ସମ୍ଭାବନା ରହିଛି ।

କୁମ୍ଭ ରାଶି: ଆପଣଙ୍କ କଥାରେ ଅନ୍ୟମାନେ ସହମତ ହେବେ । ଅର୍ଥପ୍ରାପ୍ତିର ସୁଯୋଗ ରହିଛି । ଦୂରଯାତ୍ରାର ଯୋଗ ରହିଛି । ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି ।

ମୀନ ରାଶି: ଆପଣଙ୍କ ରାଶି ପାଇଁ ଏହି ସଂଯୋଗ ଅତ୍ୟନ୍ତ ଶୁଭ । ଅଧିକ ଟଙ୍କା ରୋଜଗାର କରିବେ । କୌଣସି ନୂଆ ଯାନବାହନ କିମ୍ୱା ସମ୍ପତ୍ତି କିଣିପାରନ୍ତି ।

Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି।

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More

Privacy & Cookies Policy